ପ୍ରାକୃତିକ ବିପର୍ଯ୍ୟୟର ଚିତ୍ର ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ: ଆକାଶ ମାର୍ଗ ପରେ ଗ୍ରାଉଣ୍ଡକୁ ଯାଇ ୱାୟନାଡ଼ରେ ଭୂସ୍ଖଳନ ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୁର୍ବିପାକରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ପୂର୍ବରୁ ଆକାଶ ମାର୍ଗରୁ ୱାୟନାଡ଼ ସ୍ଥିତି ଅନୁଧ୍ୟାନ କରିଥିଲେ ପିଏମ୍ । ଇରୁଭାଝିଞ୍ଜି ପୂଝା' ନଦୀର ଉତ୍ପତିସ୍ଥଳ ଦେଖିଥିଲେ, ଯେଉଁ ନଦୀରେ ଅଧିକ ପାଣି ଆସିବାରୁ ଭୂସ୍ଖଳନ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ସାଥିରେ ଥିଲେ କେରଳ ମୁଖ୍ୟମନ୍ତ୍ରୀ ବିଜୟନ ।
ପରେ ହସ୍ପିଟାଲ ଓ ରିଲିଫ କ୍ୟାମ୍ପରେ ପୀଡ଼ିତଙ୍କୁ ପିଏମ୍ ସାକ୍ଷାତ କରିବାର ବି କାର୍ଯ୍ୟକ୍ରମ ରହିଛି । କିଛି ବଡ଼ ଅନୁଦାନର ହୋଇପାରେ ଘୋଷଣା । ଗତ ଜୁଲାଇ ୩୦ ତାରିଖରେ ପ୍ରବଳ ବର୍ଷା ଯୋଗୁଁ କେରଳର ୱାୟନାଡ଼ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ ଘଟିଥିଲା । ଏହି ଦୁର୍ବିପାକରେ 4 ଶହରୁ ଉର୍ଦ୍ଧ୍ବ ଲୋକ ଜୀବନ ହାରିଥିବାବେଳେ ୧୫୦ ଜଣ ଏବେବି ନିଖୋଜ ଅଛନ୍ତି । ଏଥିସହ ୭୨୩ ଜଣ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସେନା କର୍ମଚାରୀ, ଏସଓଜି ଅଧିକାରୀ ଏବଂ ଜଙ୍ଗଲ ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଟିମ୍ ସୁଜିପାରାସ୍ଥିତ ସନରାଇଜ ଉପତ୍ୟକାର ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
