ବାୟୁ ସେନା ପରେ ନୌସେନାକୁ ମିଳିବ ରାଫେଲ ଶକ୍ତି
·1 year ago

ନୌସେନାକୁ ମିଳିବ ଶକ୍ତି । ଆଜି ନୌସେନା ପାଇଁ ୨୬ଟି ରାଫେଲ-ମରିନ୍ ଲଢ଼ୁଆ ବିମାନ କିଣିବାକୁ ଫ୍ରାନ୍ସ ସହିତ ଚୁକ୍ତି କରିବ ଭାରତ । ଭାରତ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏହି ଡିଲ ପାଇଁ ଖର୍ଚ୍ଚ ହେବ ୬୩ ହଜାର କୋଟି । ଭାରତୀୟ ନୌସେନା ପାଇଁ ୨୨ ସିଙ୍ଗଲ-ସିଟର ଏବଂ ଚାରିଟି ଟୁଇନ-ସିଟର ବିମାନ କିଣିବ ଭାରତ। ଏହି ଚୁକ୍ତି ଭାରତୀୟ ନୌସେନାର କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହେବ ।
ରାଫେଲ ମରିନ ହେଉଛି ଫ୍ରାନ୍ସର ଡାସୋ ଏଭିଏସନ ଦ୍ୱାରା ନିର୍ମିତ ଏକ ଅତ୍ୟାଧୁନିକ ମଲ୍ଟିରୋଲ ଫାଇଟର ଜେଟ । ଯାହା ବିଶେଷ ଭାବେ ନୌସେନାର ବିମାନବାହୀ ଜାହାଜ ଉପରୁ ଅପରେଟ କରିବା ପାଇଁ ଡିଜାଇନ କରାଯାଇଛି । ଯାହା ଭାରତର INS ବିକ୍ରାନ୍ତ ଏବଂ INS ବିକ୍ରମାଦିତ୍ୟ ଜାହାଜରୁ କାର୍ଯ୍ୟ କରିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: