Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆତଙ୍କବାଦୀ ଆକ୍ରମଣ ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି

National

ଆତଙ୍କବାଦୀ ଆକ୍ରମଣ ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି

Ritu Das
Browse all articles by Ritu Das
·2 years ago
ଆତଙ୍କବାଦୀ ଆକ୍ରମଣ ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି

ଅର୍ଗସ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ରିଆସି ଜିଲ୍ଲାରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ  ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି । ଘଟଣାସ୍ଥଳରେ ଏନଆଇଏ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି । ପୁରା ଏରିଆକୁ କର୍ଡନ କରି ଯାଞ୍ଚ ଚାଲିଛି । ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ଡ୍ରୋନର ସହାୟତା ନିଆଯାଉଛି । 

ଗତକାଲି ତୀର୍ଥଯାତ୍ରୀଙ୍କ ବସକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ବସ ଉପରକୁ ଗୁଳିମାଡ ପରେ ଡ୍ରାଇଭର ଜଣଙ୍କ ନିୟନ୍ତ୍ରଣ ହରାଇଥିଲେ । ବସଟି ଭାରସାମ୍ୟ ହରାଇ ଏକ ଗଣ୍ଡରେ ଖସି ପଡିଥିଲା । ଏଥିରେ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଦୁଇଜଣ ଆତଙ୍କବାଦୀ ବସକୁ ଟାର୍ଗେଟ୍ କରି ଗୁଳିମାଡ କରିଥିବା ଜଣେ ପୂର୍ବତନ ସରପଞ୍ଚ କହିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
After the terrorist attack | Argus News