Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁଣି ସାମ୍ନାକୁ ଆସିଲା କଂଗ୍ରେସର ରାଷ୍ଟ୍ର ବିରୋଧୀ ଚେହେରା

National

ପୁଣି ସାମ୍ନାକୁ ଆସିଲା କଂଗ୍ରେସର ରାଷ୍ଟ୍ର ବିରୋଧୀ ଚେହେରା

Manini Pattanayak
Browse all articles by Manini Pattanayak
·2 years ago·2 min read
ପୁଣି ସାମ୍ନାକୁ ଆସିଲା କଂଗ୍ରେସର ରାଷ୍ଟ୍ର ବିରୋଧୀ ଚେହେରା

 ନୂଆଦିଲ୍ଲୀ: କଂଗ୍ରେସ ନେତା ନାସିର ହୁସେନଙ୍କ ବିଜୟ ପରେ ଦଳୀୟ କର୍ମୀମାନେ ଦେଇଥିଲେ ସ୍ଲୋଗାନ୍। ଭଲ କରି ଶୁଣନ୍ତୁ କଣ ସ୍ଲୋଗାନ ଦେଉଛନ୍ତି ଏମାନେ। ନା କର୍ଣ୍ଣାଟକର ଜୟ, ନା ଭାରତର...ବିଜୟୀ ନେତାଙ୍କ ନା ବି ନାହିଁ । ସିଧା ସିଧା କହୁଛନ୍ତି ‘ପାକିସ୍ତାନ ଜିନ୍ଦାବାଦ’ । ସେ ବି ଲଗାତାର । ଏହାକୁ ଅନ୍ୟ କେହି କଂଗ୍ରେସ କର୍ମୀ ରୋକିବାକୁ ବି ଚେଷ୍ଟା କରୁନାହାଁନ୍ତି ।  ଭିଡିଓଟି ଏବେ ସାମ୍ନାକୁ ଆସିବା ପରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖଦେଇଛି । ସୋସିଆଲ ମିଡିଆରେ ଭିଡିଓକୁ ସେୟାର କରି କଂଗ୍ରେସ ଉପରେ ବର୍ଷିଛି ବିଜେପି । ସେମାନଙ୍କ ପାକିସ୍ତାନ ପ୍ରତି ଥିବା ମୋହ ଦେଶ ପାଇଁ ବିପଦଜନକ ବୋଲି କହିଛି ବିଜେପି । 

ସେପଟେ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ ଦଳର ‘‘କର୍ମୀମାନେ କେବଳ ହୁସେନ୍‌ଙ୍କ ପାଇଁ ସ୍ଲୋଗାନ ଦେଇଛନ୍ତି।  ଗୋଟେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କର ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ। ପାକ୍ ଅଧିକୃତ କାଶ୍ମୀର ଭାରତର ଅଭିଚ୍ଛେଦ୍ୟ ଅଙ୍ଗ କହିବା ସହ ପାକିସ୍ତାନକୁ ଖୋଲା ଚେତାବନୀ ଦେଉଛନ୍ତି। ପାକିସ୍ତାନର ଘୋର ବିରୋଧ ସତ୍ତ୍ବେ କାଶ୍ମୀରରୁ ଧାରା 370 ହଟାଇଲେ ମୋଦି। ପାକିସ୍ତାନର ବିରୋଧ ସତ୍ତ୍ବେ ଶ୍ରୀନଗରରେ ଜି 20 ବୈଠକ  ଆୟୋଜନ କରି ପାକିସ୍ତାନର ଷଡ଼ଯନ୍ତ୍ରରୁ ଭଣ୍ଡୁର କଲେ। ଅନ୍ୟପଟେ ବିରୋଧୀ କଂଗ୍ରେସର ପାକିସ୍ତାନ ପ୍ରେମ ଓ ଭାରତ ବିରେଧୀ ତତ୍ବଙ୍କୁ ସମର୍ଥନ। ଯାହାକୁ ଖୋଦ୍ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ପ୍ରବକ୍ତା ବି କରିଛନ୍ତି ସମାଲୋଚନା। 

 ଇଏ ପ୍ରଥମ ଘଟଣା ନୁହେଁ। ବାରମ୍ବାର କଂଗ୍ରେସ ନେତାମାନେ ଦେଶ ବିରୋଧୀ ଆଭିମୁଖ୍ୟ ଆପଣାଇ ଆସିଛନ୍ତି। ପୂର୍ବରୁ ଜେଏନୟୁ କ୍ୟାମ୍ପସରେ ବି ସମାନ ଢ଼ଙ୍ଗରେ କଂଗ୍ରେସ ନେତା କହ୍ନେୟା କୁମାରଙ୍କ ସାଥୀ ମାନେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ । ସେତେବେଳେ ପାକିସ୍ତାନ ଜିନ୍ଦାବାଦ ଓ ଇଣ୍ଡିଆ ତେରେ ଟୁକଡେ ହୋଙ୍ଗେ ନାରା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଆଉ ବାକ୍ ସ୍ବାଧୀନତା ନାଁ ରେ କଂଗ୍ରେସ ଏହାକୁ କରିଥିଲା ଖୋଲାଖୋଲି ସମର୍ଥନ।  ସେ, କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କର ପାକିସ୍ତାନୀ ଆତଙ୍କବାଦୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ବିବାଦକୁ ଆସିଥିଲା । ପାକିସ୍ତାନୀ ଆତଙ୍କବାଦୀ ମସୁଦ ଅଜହରକୁ ଜୀ ବୋଲି ସମ୍ବୋଧନ କରିଥିଲେ ରାହୁଲ ।  ଗୋଟେ ପଟେ ପିଓକେକୁ ପାକିସ୍ତାନ କବଜାରୁ ମୁକ୍ତ କରି ଭାରତରେ ମିଶାଇବାୁକ ମୋଦି ସରକାରଙ୍କ ପ୍ଲାନ୍ ଅନ୍ୟପଟେ କଂଗ୍ରେସରେ ପାକିସ୍ତାନ ଜିନ୍ଦାବାଦ୍ ସ୍ଲୋଗାନ। ଏବେ ଯେତେ ସଫେଇ ଦେଲେ ବି କଂଗ୍ରେସର ଭାରତ ବିରୋଧୀ ମୁଖା ଖୋଲିସାରିଛି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored