Videos
|
National

ବିବାହ ସରିବା ମାତ୍ରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ନବଦମ୍ପତି

Smruti Parija
Browse all articles by Smruti Parija
·2 years ago·2 min read
ବିବାହ ସରିବା ମାତ୍ରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ନବଦମ୍ପତି

ଅର୍ଗସ ବ୍ୟୁରୋ:  ବିବାହ ସରିଲା । ଅଗ୍ନିଙ୍କୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେଲେ ଦମ୍ପତି । ଆଉ ବିବାହ ସରୁ ସରୁ ଶାଶୁ ଘରକୁ ନୁହେଁ ପୋଲିଂ ବୁଥ୍ କୁ ଗଲେ ନବ ଦମ୍ପତି । ଜମ୍ମୁ-କଶ୍ମୀରରେ ଗୋଟିଏ ଆସନ ପାଇଁ ଭୋଟିଂ ଚାଲିଥିବାବେଳେ ବିବାହ ସରିବା ମାତ୍ରେ ଉଭୟ ପତି-ପତ୍ନୀ ବିହାଘର ଯୋଡାରେ  ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଦମ୍ପତି । 

ଏନେଇ ନବବଧୂ ରାଧିକା ଶର୍ମାଙ୍କ କହିବା କଥା ଗତକାଲି ବିବାହ ସରିଥିଲା । ଆଜି ବିଦାୟୀ ପରେ ମୁଁ ମୋ ସ୍ୱାମୀଙ୍କୁ କହିଲି ଆମେ ପୋଲିଂ ବୁଥ୍ ଯିବା । ଏହାପରେ ଆମେ ଦୁହେଁ ଆସି ମତ ସାବ୍ୟସ୍ତ କରିଛୁ । ଏହାସହ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ନିଜର ମତ ସାବ୍ୟସ୍ତ କରନ୍ତୁ । ଦେଶର ନାଗରିକ ହେବାର ଦାୟିତ୍ୱ ତୁଲାନ୍ତୁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ପୋଲିଂ ବୁଥ୍ ରେ ନବ ଦମ୍ପତିଙ୍କୁ ଦେଖି ପୋଲିଂ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଉପସ୍ଥିତ ଲୋକ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେଲେ ତାଙ୍କ ଉଦେଶ୍ୟ ଜାଣିବା ପରେ ଖୁସି ହେବା ସହ ତାଙ୍କୁ ସାବାସୀ ଦେଇଥିଲେ । 


 

after the wedding newly married couple heads straight to vote as they exercise their franchise | Argus News