Videos
|
National

 ଟ୍ରାଫିକ୍‌  ଭିଡରେ ଜୋମାଟୋ ବୟଙ୍କ upsc ପଢା.. 

Manini Pattanayak
Browse all articles by Manini Pattanayak
·2 years ago·2 min read
 ଟ୍ରାଫିକ୍‌  ଭିଡରେ  ଜୋମାଟୋ ବୟଙ୍କ upsc ପଢା.. 

ନୂଆଦିଲ୍ଲୀ: ଟ୍ରାଫିକ୍‌ ରେ upsc ପାଠ ପଢା। ଆପଣ ଭାବୁଥିବେ ଟ୍ରାଫିକରେ କେମିତି ଜଣେ upsc ପାଠ ପଢିବେ। । ସମ୍ପୂର୍ଣ୍ଣ କଥାଟି ଥିଲା ଏହିପ୍ରକାର.. ଜଣେ ଜୋମାଟୋ  ଡେଲିଭରୀ ବୟ ଟ୍ରାଫିକ୍‌ ଜାମ୍‌ରେ  ଫସିଥିବାବେଳେ  ନିଜ ଫୋନରେ upscର ପାଠ ଦେଖୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।  ତେବେ ଏହି ଭିଡିଓକୁ ପ୍ରଥମେ  upsc  ଅଧ୍ୟାପକ ଆୟୁଷ  ସାନ୍ଧୀଙ୍କ  ଦ୍ୱାରା  ୨୯ ମାର୍ଚ୍ଚରେ ଏହି ଭିଡିଓକୁ ପୋଷ୍ଟ କରିଥିଲେ। ଏହି ଭିଡିଓରେ  ଦେଖାଯାଉଛି  ଡ୍ୟୁଟିରେ ଥିବା ଜୋମାଟୋ ବୟ ଜଣଙ୍କ ଟ୍ରାଫିକ ଜାମରେ ନିଜ ଗାଡି ଉପରେ ବସି ଫୋନ ଦ୍ୱାରା ପଢାରେ ନିମଗ୍ନ ହୋଇ ପାଠ ପଢୁଛନ୍ତି ।  ଏ ଭିଡିଓ  ଏବେ ବେସ୍‌ ଭାଇରାଲ ହେବାରେ ଲାଗିଛି। 

 

 upsc  ସବୁ ଯୁବ ପିଢୀଙ୍କ ସ୍ୱପ୍ନ। ରାତିଦିନ ଏକ କରି upsc  ପ୍ରସ୍ତୁତ କରିଥାନ୍ତି ପରୀକ୍ଷାର୍ଥି।  ତେବେ ସବୁଠୁ ବଡ କଥାହେଲା  କାମରେ ନିୟୋଜିତ ଥାଇ upsc  ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସବୁଠାରୁ ବଡ କଥା। କାମରୁ ଟକେ  ଟିକେ ବି ସମୟ ମିଳିଲେ  ନିଜକୁ ପାଠ ପଢାରେ ଲଗାଇଦେଇଥାନ୍ତି।   ସେ ରାସ୍ତା ହେଉ, ଟ୍ରାଫିକ୍ ହେଉ କି ଯେକୌଣସି ସ୍ଥାନ ହେଉ।   ଯେମିତି ଏହି ଜୋମାଟୋ ବୟ ..  ତେବେ ଏହି ଭିଡିଓ ସେଇମାନଙ୍କ ପାଇଁ  ଯେଉଁମାନେ upsc ପାଇଁ କଠିନ ପରିଶ୍ରମ କରୁଛନ୍ତି .. ନିଶ୍ଚିତ ଏ ଭିଡିଓ ଦେଖିଲେ ପରୀକ୍ଷାର୍ଥୀଙ୍କ ମନୋବଳ ବଢିବା ସହ  ପଢିବାକୁ ଇଛାଶକ୍ତି ଜାଗ୍ରତ ହେବ।  ଭିଡିଓରେ  ଜୋମାଟୋ ବୟ ଏକ ଉଦାହରଣ  ବିଶେଷକରି ସେହିମାନଙ୍କ ପାଇଁ ଯେଉଁମାନେ କାର୍ଯ୍ୟରେ ଥାଇ ଭାରତୀୟ ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ..  ପଢା ପାଇଁ  ଉଚିତ ସ୍ଥାନର ଦରକାର ପଡେନା। ଯେଉଠି ସମୟ ପାଇଲ ସେଇଠି ପାଠରେ ନିମଗ୍ନ ରୁହ। ସେହି ସ୍ଥାନ ଭିଡ ଥାଉ କି ଶାନ୍ତ.. ..   

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ  ଖବର 
 

Amidst chaotic city traffic, a Zomato delivery agent becomes an unexpected inspiration as he diligently studies for the UPSC exam on his bike. | Argus News Odia