Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାଂଲାଦେଶରେ ପୁଣି ହିନ୍ଦୁ ମାନଙ୍କୁ ଟାର୍ଗେଟ୍

Smruti Parija
Browse all articles by Smruti Parija
·1 year ago·1 min read
ବାଂଲାଦେଶରେ ପୁଣି ହିନ୍ଦୁ ମାନଙ୍କୁ ଟାର୍ଗେଟ୍

ଅର୍ଗସ ବ୍ୟୁରୋ: ବାଂଲାଦେଶରେ ପୁଣି ହିନ୍ଦୁ ମାନଙ୍କୁ ଟାର୍ଗେଟ୍ । ବାଂଲାଦେଶର ଚଟ୍ଟୋଗ୍ରାମରେ ଆଧ୍ୟାତ୍ମିକ ଗୁରୁ ଶ୍ୟାମ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଛି । ସେ ଜେଲରେ ଥିବା ଚିନ୍ମୟ କୃଷ୍ଣ ଦାସଙ୍କୁ ଭେଟିବାକୁ ଯାଇଥିଲେ । ଏହାପରେ ତାଙ୍କ ବିରୋଧରେ ବାଂଲାଦେଶ ସରକାରଙ୍କ ପକ୍ଷରୁ ଦମନମୂଳକ ପଦକ୍ଷେପ ନିଆଯାଇଛି । କିନ୍ତୁ ତାଙ୍କୁ କାହିଁକି ଗିରଫ କରଯାଇଛି ସେ ନେଇ ସ୍ପଷ୍ଟ କରାଯାଇନାହିଁ । 

ଶ୍ୟାମ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଥିବା ଇସକନର କୋଲକତା ମୁଖ୍ୟପାତ୍ର ରାଧାରମଣ ଦାସ ସୂଚନା ଦେଇଛନ୍ତି । ସେପଟେ ଭୈରବନଗର ସ୍ଥିତ ଇସକନ୍ ମନ୍ଦିରରେ ଭଙ୍ଗାରୁଜା ହୋଇଛି ।  ବାରମ୍ବାର ହିନ୍ଦୁ ଧର୍ମଗୁରୁମାନଙ୍କୁ ଟାର୍ଗେଟ୍ କରାଯାଉଥିବାରୁ ଏହାକୁ ନେଇ ବାଂଲାଦେଶ ଓ ଭାରତରେ କଡା ପ୍ରତିବାଦ ହୋଇଛି । ଗତ ମଙ୍ଗଳବାର ଚିନ୍ମୟ କୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରଯାଇଥିଲା । ତାଙ୍କର ଜାମିନ ଆବେଦନ ଖାରଜ ହୋଇଛି । ହିନ୍ଦୁମାନଙ୍କୁ ସୁରକ୍ଷା ଯୋଗାଇବା ସହ ଗିରଫ କରାଯାଇଥିବା ଧର୍ମଗୁରୁମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି ହୋଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
again-attack-on-hindu-in-bangladesh | Argus News