Videos
|
National

ତିନି ଦିନ ମଧ୍ୟରେ ଆସିଛି ୧୧ ଟି ଇମେଲ୍

Smruti Parija
Browse all articles by Smruti Parija
·1 year ago·1 min read
ତିନି ଦିନ ମଧ୍ୟରେ  ଆସିଛି ୧୧ ଟି ଇମେଲ୍

Key Points

ଦିଲ୍ଲୀ ସ୍କୁଲକୁ ପୁଣି ବୋମା ଧମକ

ସ୍କୁଲକୁ ଉଡ଼ାଇ ଦେବାକୁ ଇମେଲ୍ ରେ ମିଳିଛି ଧକମ

ତିନି ଦିନ ମଧ୍ୟରେ ଆସିଛି ୧୧ ଟି ଇମେଲ୍


ଦିଲ୍ଲୀ ସ୍କୁଲକୁ ପୁଣି ବୋମା ଧମକ । ଲଗାତାର ତୃତୀୟ ଦିନରେ ବି ସ୍କୁଲକୁ ଉଡ଼ାଇ ଦେବାକୁ ଇମେଲ୍ ରେ ମିଳିଛି ଧକମ । ତିନି ଦିନ ମଧ୍ୟରେ ୧୧ ଟି ଇମେଲ ଆସିଛି । ବସନ୍ତ ବିହାରର ସେଣ୍ଟ ଥୋମାସ ଓ ଦ୍ବାରକା ସ୍କୁଲକୁ ଧମକ ପୂର୍ଣ୍ଣ ମେଲ୍ ମିଳିଥିବା ଅଭିଯୋଗ ପରେ ସ୍କୁଲରେ ଆତଙ୍କିତ ହୋଇ ପଡିଥିଲେ ଛାତ୍ରଛାତ୍ରୀ । ସ୍କୁଲରେ ପହଞ୍ଚିଛନ୍ତି ବୋମା ନିଷ୍କ୍ରିୟକାରୀ ଟିମ ଓ ପୋଲିସ । ଗତ ଦୁଇ ଦିନ ମଧ୍ୟରେ ତଦନ୍ତରେ ପୋଲସକୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ବାରମ୍ବାର ସ୍କୁଲକୁ ଧମକ ଦେଉଥିବା ଅପରାଧୀକୁ ଧରିବା ପାଇଁ ସାଇବର ସେଲ୍ ପକ୍ଷରୁ ଉଦ୍ୟମ ଜାରି ରହିଛି ।


ଗତକାଲି ଦିଲ୍ଲୀ ୟୁନିଭରସିଟି ଅଧୀନ ସେଣ୍ଟ ଷ୍ଟିଫେନ କଲେଜ ଓ ଦ୍ବାରକା ସ୍କୁଲକୁ ଉଡାଇ ଦେବାକୁ ଧମକ ଦିଆଯାଇଥିଲା । କଲେଜ ପରିସରରେ 4ଟି RDX ବୋମା ଲଗାଯାଇଥିବା ଇମେଲରେ ଦାବି କରାଯାଇଥିଲା । ୨ ଦିନ ପୂର୍ବରୁ ଚାଣକ୍ୟପୁରୀର ନେଭି ସ୍କୁଲ ଓ ଦ୍ବାରକାର CRPF ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକପୂର୍ଣ୍ଣ ଇମେଲ ମିଳିଥିଲା । ସେପଟ ଅମୃତସର ସଚଖଣ୍ଡ ଶ୍ରୀ ହରମନ୍ଦିର ସାହିବକୁ ମଧ୍ୟ ତୃତୀୟ ଥର ପାଇ ବୋମା ମାଡ଼ କରି ଉଡାଇ ଦେବାକୁ ଧମକ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
again-bomb-threatening-to-delhi-school | Argus News