Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜାମ୍ମୁ-କାଶ୍ମୀରରେ ସକ୍ରିୟ 14 ଆତଙ୍କବାଦୀଙ୍କ ତାଲିକା ଜାରି

National

ଜାମ୍ମୁ-କାଶ୍ମୀରରେ ସକ୍ରିୟ 14 ଆତଙ୍କବାଦୀଙ୍କ ତାଲିକା ଜାରି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜାମ୍ମୁ-କାଶ୍ମୀରରେ ସକ୍ରିୟ 14 ଆତଙ୍କବାଦୀଙ୍କ ତାଲିକା ଜାରି

ଜାମ୍ମୁ-କାଶ୍ମୀରରେ ସକ୍ରିୟ 14 ସ୍ଥାନୀୟ ଆତଙ୍କବାଦୀଙ୍କ ତାଲିକା ଜାରି । 14 ଆତଙ୍କବାଦୀଙ୍କ ତାଲିକା ଜାରି କଲା ଭାରତୀୟ ଗୁଇନ୍ଦା ବିଭାଗ । ତାଲିକାରେ ପାକିସ୍ତାନର 3 ଆତଙ୍କବାଦୀ ସଂଗଠନରେ କାମ କରୁଥିବା ଆତଙ୍କୀଙ୍କ ନାଁ । ହିଜବୁଲ ମୁହାହିଦ୍ଦିନ, ଜୈଶ୍-ଏ-ମହମ୍ମଦ, ଲସ୍କର-ଏ-ତୋଇବାର ମୋଟ 14 ଆତଙ୍କୀ । ତାଲିକାରେ ଲସ୍କର-ଏ-ତୋଇବାର ସର୍ବାଧିକ 14 ଆତଙ୍କବାଦୀଙ୍କ ନାମ । ତାଲିକାରେ ଜୈସ୍-ଏ-ମହମ୍ମଦ ଓ ହିଜବୁଲ୍ ମୁଜାହିଦ୍ଦିନର 3 ଜଣ ଲେଖାଏଁ ଆତଙ୍କୀଙ୍କ ନାମ । 14 ଆତଙ୍କବାଦୀଙ୍କ ବୟସ 22ରୁ 40 ବର୍ଷ ମଧ୍ୟରେ । 2022ରୁ ଜୈଶ୍ ଏ ମହମ୍ମଦ ପାଇଁ କାମ କରୁଛି । ଅବନ୍ତିପୋରାର ଆସିଫ୍ ଅହମ୍ମଦ । 2024ରୁ ଜୈଶ୍ ପାଇଁ କାମ କରୁଛି ପୁଲୱାମାର ଅମିର୍ ନଜିର । 2024ରୁ ଜୈଶରେ କାମ କରୁଛି ପୁଲୱାମାର ବାବର ଅହମ୍ମଦ ଭଟ୍ଟ ।


ସୋପିଆନର ଆତଙ୍କୀ ଆସିଫ୍ ମହମ୍ମଦ 2015ରୁ ହିଜବୁଲ୍ ପାଇଁ କାମ କରୁଛି । 2018ରୁ ହିଜବୁଲରେ କାମ କରୁଛି ଅନନ୍ତନାଗର ଆତଙ୍କୀ ଜୁବୈର ଅହମ୍ମଦ । 2021ରୁ ହିଜବୁଲରେ କାର୍ଯ୍ୟରତ ଆତଙ୍କବାଦୀ ହାରୁନ୍ ରାସିଦ ଗନି । 2021ରୁ ଲସ୍କର ପାଇଁ କାମ କରୁଛି ସୁପୋର ଜିଲ୍ଲାର ଆଦିଲ ରେହମାନ । 2023ରୁ ଲସ୍କରରେ କାର୍ଯ୍ୟରତ ପୁଲୱାମାର ଆତଙ୍କୀ ହାରିସ୍ ନାଜିର । 2019ରୁ ଲସ୍କର-ଏ-ତୋଇବାରେ କାମ କରୁଛି ଆତଙ୍କୀ ସୋପିଆନର ନାସିର ଅହମ୍ମଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
agencies-issue-list-of-14-local-terrorists-in-jandk-amid-ongoing-pahalgam-terror-attack-probe | Argus News