Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆକ୍ରମଣାତ୍ମକ ମୋଦିଙ୍କ କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର ଜାରି

National

ଆକ୍ରମଣାତ୍ମକ ମୋଦିଙ୍କ କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର ଜାରି

Manini Pattanayak
Browse all articles by Manini Pattanayak
·1 year ago·2 min read
ଆକ୍ରମଣାତ୍ମକ ମୋଦିଙ୍କ କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର ଜାରି

ନୂଆଦିଲ୍ଲୀ:  ଆକ୍ରମଣାତ୍ମକ ମୋଦିଙ୍କ କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର ଜାରି । କଂଗ୍ରେସ ଉପରେ ଅଭିଯୋଗର ବର୍ଷା । ପ୍ରଧାନମନ୍ତ୍ରୀ କହିଲେ ସତ ଶୁଣିବାକୁ ନାହିଁ କଂଗ୍ରେସର ସାହସ । ସର୍ବାଧିକ କାଳ ଦେଶକୁ ଶାସନ କରିଥିବା ଦଳକୁ ସମ୍ବିଧାନର ପାଠ ପଢ଼ାଇଲେ ଉପରାଷ୍ଟ୍ରପତି । ଲୋକସଭାରେ ବର୍ଷିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣାତ୍ମକ ଭୂମିକାରେ ଦେଖିବାକୁ ମିଳିଥିଲା । ଆକ୍ରମଣାତ୍ମକ ମୋଦି କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର କରିଛନ୍ତି । କଂଗ୍ରେସ ଉପରେ ବାଢିଛନ୍ତି ଅଭିଯୋଗର ଲମ୍ବା ଫର୍ଦ୍ଦ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ହୋଇଥିବା ଚର୍ଚ୍ଚା ବେଳେ ମୋଦି କହିଛନ୍ତି, 
ମିଛ ପ୍ରଚାର କରୁଥିବା ଲୋକମାନଙ୍କର ସତ ଶୁଣିବାକୁ ସାହସ ନାହିଁ ବୋଲି ଅଭିଯୋଗ କରିଛନ୍ତି ମୋଦି ।

ଦେଶ ଦେଖୁଛି । ଯାହାର ସତର ମୁକବିଲା କରିବା ପାଇଁ ଧର୍ଯ୍ୟ ନାହିଁ ସେମାନେ ବସିକରି ବି ଏତେ ଚର୍ଚ୍ଚା ପରେ ଉଠାଇଥିବା ପ୍ରସଙ୍ଗର ଯବାବ ଶୁଣିବାକୁ ସାହାସ ନାହିଁ । ମୋଦି କହିଛନ୍ତି ସମ୍ବିଧାନର ରକ୍ଷା କେବଳ ଆମେ କରିପାରିବୁ । ସମ୍ବିଧାନର ରକ୍ଷା ପାଇଁ ଲୋକେ ବିଜେପିକୁ ବାଛିଲେ । ଏମର୍ଜେନ୍ସି ବେଳେ ଲୋକଙ୍କ ବଞ୍ଚିବା ମୁସ୍କିଲ ହୋଇଯାଇଥିଲା । କୋଟି କୋଟି ଲୋକଙ୍କ ଜୀବନ ନଷ୍ଟ କରିଥିଲା ଏମର୍ଜେନ୍ସି । ପ୍ରଧାନମନ୍ତ୍ରୀଙ୍କ ପଦର ଗାରିମାକୁ କଂଗ୍ରେସ ନଷ୍ଟ କରିଥିଲା। ଏହି ନିର୍ବାଚନରେ ଦେଶବାସୀଙ୍କ ବିବେକ ବୁଦ୍ଧି ଉପରେ ଗର୍ବ ହେଉଛି । ପ୍ରୋପାଗାଣ୍ଡାକୁ ପରାସ୍ତ କରିଛନ୍ତି ଦେଶବାସୀ । ପରଫରମାନ୍ସକୁ ପ୍ରାଥମିକତା ଦେଇଛନ୍ତି । ଭରସାର ରାଜନୀତି ଉପରେ ଦେଶବାସୀ ବିଜୟର ମୋହର ଲଗାଇଛନ୍ତି ।  ଆଗାମୀ 5 ବର୍ଷ ଗରିବଙ୍କ ପାଇଁ ନିର୍ଣ୍ଣାୟକ ଲଢ଼େଇ ହେବାକୁ ଯାଉଛି । ଗରିବି ବିରୋଧରେ ଗରିବଙ୍କ ଲଢେଇ ହେବାକୁ ଯାଉଛି । ଯେତେବେଳେ ସାମର୍ଥ୍ୟର ସହିତ ଗରିବ ଏକାଠି ହୁଅନ୍ତି ସେତେବେଳେ ସଫଳତା ମିଳେ । ଏ ଦେଶ ଗରିବୀ ବିରୋଧରେ ଲଢେଇରେ ବିଜୟ ହୋଇକି ରହିବ ବୋଲି ମୋଦି କହିଛନ୍ତି ।  

ଭ୍ରଷ୍ଟାଚାରୀ ବଚାଅ ଆନ୍ଦୋଳନ କରୁଛି କଂଗ୍ରେସ । ଯେଉଁମାନେ ଭ୍ରଷ୍ଟାଚାରରେ ଦଣ୍ଡ ଭୋଗୁଛନ୍ତି ସେମାନଙ୍କ ସହ ଫଟୋ ଉଠାଇବାକୁ ପଛାଉନାହାନ୍ତି । ଭ୍ରଷ୍ଟାଚାରୀ ଯେତେବେଳେ ଜେଲ ଯାଉଛନ୍ତି ସେତେବେଳେ ହଙ୍ଗାମା କରୁଛି କଂଗ୍ରେସ । ଯାଞ୍ଚ ଏଜେନ୍ସିଗୁଡିକର ଦୁରଉପଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି ଏମାନେ । ଭ୍ରଷ୍ଟାଚାର କରୁଛି ଆପ, ମଦ ଘୋଟାଲା କରୁଛି ଆପ, ପାଣି ଘୋଟାଲା କରୁଛି ଆପ । ଆପ ନାଁରେ ଅଭିଯୋଗ ଆଣୁଛି କଂଗ୍ରେସ । ଯେତେବେଳେ କାର୍ଯ୍ୟାନୁଷ୍ଠାନ ହେଉଛି ସେତେବେଳେ ମୋଦିଙ୍କୁ ଗାଳି ଦେଉଛନ୍ତି ।  ମଣିପୁରର ସ୍ଥିତି ସାମାନ୍ୟ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି । 11ହଜାରରୁ ଅଧିକ ଏଫଆଇର ହୋଇଛି । 500ରୁ ଅଧିକ ଲୋକ ଗିରଫ ହୋଇଛନ୍ତି । କିଛି ତ ଅସୁବିଧା ଅଛି ଯେଉଁଥିପାଇଁ 10 ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ତେଣୁ ଏହି ପ୍ରସଙ୍ଗରେ ରାଜନୈତିକ ହରକତ ନ କରାଯାଉ ।  କଂଗ୍ରେସ ନେତା ମାଲିକାର୍ଜୁନ ଖଡଗେ ଅଚାନକ କହିବାକୁ ଚେଷ୍ଟା କରିବାରୁ ଉପ-ରାଷ୍ଟ୍ରପତି ଜଗଦିପ ଧନକଡ ତାଙ୍କୁ ସମ୍ବିଧାନର ପାଠ ପଢାଇଥିଲେ । ସେ ଯାହା କରୁଛନ୍ତି ତାହା ସଂସଦର ଇତିହାସରେ କେବେ ଘଟିନଥିଲା ବୋଲି କହିଥିଲେ । 
ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi's sharp attack was prompted by Rahul Gandhi's claims the day prior. | Argus News