Videos
|
National

ଆହାଦ ଏକ୍ସଲେନ୍ସିଆରେ ପାଳନ ହେଲା ଉତ୍କଳ ଦିବସ

Ritu Das
Browse all articles by Ritu Das
·2 years ago
ଆହାଦ ଏକ୍ସଲେନ୍ସିଆରେ ପାଳନ ହେଲା ଉତ୍କଳ ଦିବସ

ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁ ଶୁଣିଲା ବନ୍ଦେ ଉତ୍କଳ ଜନନୀ। ବୃତ୍ତିଗତ ଜୀବନକୁ ବାନ୍ଧି ରଖିଥିବା ଆହାଦ ଓଡ଼ିଆ ପରିବାରର ଭାଇ ଭଉଣୀ ଏକାଠି ହୋଇଥିଲେ ଗୋଟିଏ ମଞ୍ଚରେ। ଆଉ ସମସ୍ତଙ୍କୁ ଏକାଠି କରିଥିଲା ଆମ ଉତ୍କଳ ଦିବସ। ଏପ୍ରିଲ ମାସ ୧ ତାରିଖ ଦିନ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମାରେ ପୁଷ୍ପ ମାଲ୍ୟ ଅର୍ପଣ କରି ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ ଉତ୍ସବ। 

ସ୍ଥାନୀୟ ଆହାଦ ଏକ୍ସଲେନ୍ସିଆ ଠାରେ ଏହି ଉତ୍ସବର ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତେ ଏକାଠି ହୋଇ ଆମ ଉତ୍କଳ ଜନନୀଙ୍କ ଗୁଣଗାନ କରିଥିଲେ। ବାଜିଥିଲା ବନ୍ଦେ ଉତ୍କଳ ଜନନୀ। ଏହାପରେ ନିଜ କଥା ମାଧ୍ୟମରେ ସମସ୍ତେ ଓଡ଼ିଶା ବିଷୟରେ ପଦେ ଅଧେ କହିଥିଲେ। ଆରମ୍ଭ ହୋଇଥିଲା ନୃତ୍ୟ ଗୀତର କାର୍ଯ୍ୟକ୍ରମ। ନୃତ୍ୟଗୀତର ଆସରରେ ଝୁମିଥିଲା ପୁରା ସୋସଭା ଶେଷରେ ସମସ୍ତେ ଆପ୍ୟାୟିତ ହୋଇଥିଲେ ପାରମ୍ପରିକ ଓଡ଼ିଆ ଖାଦ୍ୟରେ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ahad exllencia | Argus News