Ahmedabad Plane Crash: AI-171 ଦୁର୍ଘଟଣାକୁ ନେଇ କ୍ରିକେଟର ମାନେ ଦେଲେ ପ୍ରତିକ୍ରିୟା

Key Points
AI-୧୭୧ ଉଡ଼ାଣ କରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ
ଭାରତର ପୂର୍ବତନ କ୍ରିକେଟର ଶିଖର ଧଓ୍ବନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି
ଦୁର୍ଘଟଣାରେ ସବୁ ମୃତକଙ୍କ ପରିବାରକୁ ଧୈର୍ଯ୍ୟ ରଖିବାକୁ ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି
ଆଜି ଅପରାହ୍ନରେ ଗୁଜୁରାଟର ଅହମ୍ମଦାବାଦ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏୟାର ଇଣ୍ଡିଆର ଲଣ୍ଡନ ଯାଉଥିବା ବିମାନ AI-୧୭୧ ଉଡ଼ାଣ କରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନଟି ଏକ ବୋଇଂ ୭୮୭ ଡ୍ରିମଲାଇନର ଥିଲା, ଯେଉଁଥିରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ମୋଟ ୨୪୨ ଜଣ ଯାତ୍ରୀ ଥିଲେ। ଏହି ବିମାନରେ ୧୬୯ ଭାରତୀୟ ଯାତ୍ରୀ ଥିବା ସହ , ୫୩ଜଣ ବ୍ରିଟେନର ଯାତ୍ରୀ, ୭ ଜଣ ପର୍ତ୍ତୁଗାଲ ଯାତ୍ରୀ, ଜଣେ କାନାଡ଼ାର ଯାତ୍ରୀ ଏହି ବିମାନରେ ଯାତ୍ରା କରୁଥିଲେ। ଏହା ସହ କ୍ୟାବିନ କ୍ର୍ୟୁର ୧୨ ଜଣ ସଦସ୍ୟ ସାମିଲ ଥିଲେ।
Thoughts with every soul impacted by the crash near Meghani. Wishing strength and prayers to their loved ones. 🙏
— Shikhar Dhawan (@SDhawan25) June 12, 2025
ଅପରାହ୍ନ ୧:୩୮ ରେ ଉଡ଼ାଣ ଆରମ୍ଭ ହେବାର ଦୁଇ ମିନିଟ ପରେ, ବିମାନବନ୍ଦର ସୀମା ନିକଟରେ ବିମାନରେ ବିସ୍ଫୋରଣ ହୋଇଥିଲା। ବିମାନଟି ବିଜେ ମେଡିକାଲ କଲେଜ ବିଲ୍ଡିଂରେ ବାଡ଼େଇ ହୋଇଥିଲା। ଏହାପରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ଏହି ଦୁର୍ଘଟଣାକୁ ନେଇ ଭାରତୀୟ କ୍ରିକେଟର ହରଭଜନ ସିଂହ, ଶିଖର ଧଓ୍ବନ, ଇରଫାନ ପଠାନ ଏବଂ ୟୁସୁଫ ପଠାନ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ଭାରତର ପୂର୍ବତନ କ୍ରିକେଟର ଶିଖର ଧଓ୍ବନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ଦୁର୍ଘଟଣାରେ ସବୁ ମୃତକଙ୍କ ପରିବାରକୁ ଧୈର୍ଯ୍ୟ ରଖିବାକୁ ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି। ମେଘାନୀ ନିକଟରେ ହୋଇଥିବା ବଡ଼ ଦୁର୍ଘଟଣାରେ ଯେଉଁ ବ୍ୟକ୍ତିଙ୍କ ସହ ଏଭଳି ଘଟିଛି ମୁଁ ସେମାନଙ୍କ ପରିବାରର ସାନ୍ତ୍ବନା ପାଇଁ ପ୍ରାର୍ଥନା କରୁଛି ।
📱 Get Argus News App
✨Absolutely devastated by the news of the Air India crash in Ahmedabad.
— Suresh Raina🇮🇳 (@ImRaina) June 12, 2025
My heartfelt prayers for all the lives lost and strength to the families affected.
In this tragic hour, we stand united in grief. 🕯️🙏 #AirIndia #Ahmedabad #Condolences
ଇରଫାନ ପଠାନ ଏକ୍ସରେ ଲେଖିଛନ୍ତି ଯେ, ଆଜି ଅହମ୍ମଦାବଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଖବର ଶୁଣିବାପରେ ମୋତେ ବହୁତ ଦୁଃଖ ଲାଗୁଛି। ସମସ୍ତ ଯାତ୍ରୀ, କ୍ରୁ ମେମ୍ବର ଏବଂ ସେମାନଙ୍କ ପରିବାର ପାଇଁ ମୁଁ ପ୍ରାର୍ଥନ କରୁଛି। ପୂର୍ବତନ କ୍ରିକେଟର ତଥା ଟିଏମସି ସାଂସଦ ୟୁସୁଫ ପଠାନ ଏକ୍ସରେ ଲେଖିଛନ୍ତି ଯେ, ଅହମ୍ମଦାବାଦ ବିମାନବନ୍ଦର ନିକଟରେ #AirIndiaର ଅହମ୍ମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣା ଖବର ମୋତେ ମର୍ମାହତ କରିଛି।
ସେହିପରି ହରଭଜନ ସିଂହ ନିଜ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଖବର ଶୁଣିବାପରେ ମୁଁ ବହୁତ ଦୁଃଖୀ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ମୁଁ ସେମାନଙ୍କ ପାଇଁ ହୃଦୟର ସହ ପ୍ରାର୍ଥନା କରୁଛି । ସୁରେଶ ରୈନା ଲେଖିଛନ୍ତି ଯେ, ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣା ଖବର ଶୁଣି ମୁଁ ସ୍ତବ୍ଧ ହୋଇଯାଇଛି। ଏହି ଦୁଃଖଦ ସ୍ଥିତିରେ ମୋ ପ୍ରାର୍ଥନା ମୃତକଙ୍କ ପରିବାର ପ୍ରତି ରହିଛି। ଯେଉଁମାନେ ନିଜର ଲୋକଙ୍କୁ ହରାଇଛନ୍ତି। ସେମାନଙ୍କୁ ଈଶ୍ବର ଧୈର୍ଯ୍ୟ ଦିଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି । ଅହମ୍ମଦାବାଦରେ ହୋଇଥିବା ଏହି ବଡ଼ ବିମାନ ଦୁର୍ଘଟଣା ପରେ ରେସକ୍ୟୁ ଅପରେଶନ ପାଇଁ NDRF-BSF ଏବଂ ସେନାର ଟିମକୁ ନିୟୋଜିତ କରାଯାଇଛି। ଅନ୍ୟପକ୍ଷେ ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ହେଲପଲାଇନ ନଂ ୧୮୦୦୫୬୯୧୪୪୪ ଜାରି କରିଛି ।
Thoughts with every soul impacted by the crash near Meghani. Wishing strength and prayers to their loved ones. 🙏
— Shikhar Dhawan (@SDhawan25) June 12, 2025