Ahmedabad Plane Crash: କେତେ ଇନ୍ଧନ ନେଉଥିଲା Air India Boeing 787 ?

Key Points
ଏହି ବିମାନର ମଡେଲ ୭୮୭-୮ ।
ଘଣ୍ଟାକୁ ୧୦ ହଜାର ଲିଟର ଫୁଏଲ ଖର୍ଚ୍ଚ କରେ ।
ବୋଇଂ ୭୮୭ ବିମାନର ତିନୋଟି ମଡେଲ ରହିଛି ।
ଅହମ୍ମଦାବାଦ ବିମାନବନ୍ଦରରେ ଏୟାର ଇଣ୍ଡିଆର ବୋଇଂ ୭୮୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୪୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଏହି ଭୟଙ୍କର ଦୁର୍ଘଟଣା ମେଘାନୀନଗର ନିକଟରେ ଘଟିଛି । ଦୁର୍ଘଟଣା ଖବର ପାଇବା ପରେ ଅଗ୍ନିଶମ ବାହିନୀର ଗାଡ଼ି, ବିଏସଏଫ ଏବଂ NDRF ଦଳକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଛି । ଅପରାହ୍ନ ୪ଟା ବେଳକୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଏହି ଦୁର୍ଘଟଣାର ବିସ୍ଫୋରଣ ଶବ୍ଦ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିବା ବେଳେ ଧୁଆଁ ମଧ୍ୟ ନଜର ଅସୁଛି । ଏହି ଯାତ୍ରୀବାହୀ ବିମାନ ବୋଇଂ ୭୮୭ ଡ୍ରିମଲାଇନକୁ ଦୀର୍ଘ ଦୂରତା ଉଡ଼ାଣ ପାଇଁ ଡିଜାଇନ୍ କରାଯାଇଛି । କିନ୍ତୁ ଆପଣ କ’ଣ ଜାଣନ୍ତି କି, ଏହି ବିମାନ କେତେ କିଲୋମିଟର ଦୂରତା ପର୍ଯ୍ୟନ୍ତ ଉଡ଼ିପାରିବ ? ଏଥିରେ କେତେ ଲିଟର ଇନ୍ଧନ ଥାଏ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ..
ବୋଇଂ ୭୮୭ ବିମାନର ତିନୋଟି ମଡେଲ ରହିଛି । ଯାହାକି ୭୮୭-୮, ୭୮୭-୯ ଏବଂ ୭୮୭-୧୦ । ପ୍ରତ୍ୟେକ ମଡେଲରେ ଫୁଏଲ ଟ୍ୟାଙ୍କର କ୍ଷମତା ଟିକିଏ ଭିନ୍ନ ଭିନ୍ନ । କିନ୍ତୁ ହାରାହାରି ଏମାନେ ପ୍ରାୟ ୧.୨୬ ଲକ୍ଷ ଲିଟର ଅର୍ଥାତ୍ ୩୩,୦୦୦-୩୩,୪୦୦ ଗ୍ୟାଲନ ଇନ୍ଧନ ବହନ କରିପାରିବେ। ଯଦି ଆମେ ଓଜନ ବିଷୟରେ କଥା ହେବା, ତେବେ ଏଥିରେ ୧ ଲକ୍ଷ କିଲୋରୁ ଅଧିକ ଇନ୍ଧନ ଥାଏ । ଏତେ ପରିମାଣର ଇନ୍ଧନ କଥା ଶୁଣିବା ପରେ ଆପଣ ଦ୍ୱନ୍ଦ୍ୱରେ ପଡ଼ୁଥିବେ । କିନ୍ତୁ ଏହା ସତ । କାରଣ ଏହି ବିମାନ ୧୩,୦୦୦ ରୁ ୧୪,୦୦୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବାର କ୍ଷମତା ରଖୁଛି । ଯେମିତିକି ସିଧା ଦିଲ୍ଲୀରୁ ନ୍ୟୁୟର୍କ କିମ୍ବା ଲଣ୍ଡନ ଯାଇପାରିବ । ଦୁର୍ଘଟଣାଗ୍ରସ୍ତ ଏହି ବିମାନଟି ୫୮,୦୦୦ ଲିଟର ପେଟ୍ରୋଲ ନେଇ ଯାଉଥିଲା ।
ଏୟାର ଇଣ୍ଡିଆର ବିମାନ ନମ୍ବର AI171
ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଏୟାର ଇଣ୍ଡିଆର ବିମାନ ନମ୍ବର AI171 ରହିଛି । ଏହାର ମଡେଲ 787-8 । ଏୟାର ଇଣ୍ଡିଆ ଫ୍ଲାଇଟ୍ରେ ଅନ୍ତର୍ଭୁକ୍ତ ବୋଇଂ 787-8 ଡ୍ରିମଲାଇନର୍ ବିମାନ କେବଳ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ନୁହେଁ, ବରଂ ଏହାର ଇନ୍ଧନ କ୍ଷମତା ଏବଂ ଦୂରଗାମୀ କ୍ଷମତା ଏହାକୁ ସ୍ୱତନ୍ତ୍ର କରିଥାଏ । ଏହା ଆମେରିକୀୟ ବିମାନ ନିର୍ମାତା ବୋଇଂ ଦ୍ୱାରା ନିର୍ମିତ ଏକ ଓ୍ୱାଇଡ୍-ବଡି, ଲଙ୍ଗ ହଲ୍ ବିମାନ। ଏୟାର ଇଣ୍ଡିଆ ଏହାକୁ ୨୦୧୨ ରେ ଫ୍ଲିଟରେ ସାମିଲ କରିଥିଲା । ଏବେ ମଧ୍ୟ ଅନ୍ତର୍ଜାତୀୟ ରୁଟରେ ଏହାର ମେରୁଦଣ୍ଡ ଦବ୍ଦବା ରହିଛି ।
ଏହା ସବୁଠାରୁ ଛୋଟ ମଡେଲ 787-8 । ଏଥିରେ ୧,୨୬,୨୦୬ ଲିଟର ଇନ୍ଧନ ବହନ କରିପାରିବାର କ୍ଷମତା ରହିଛି । ଏହାର ଅର୍ଥ ହେଉଛି ଏହା ସହଜରେ ଅହମ୍ମଦାବାଦରୁ ଲଣ୍ଡନ ପ୍ରାୟ 6,700 କିଲୋମିଟର ଦୂର ଯାତ୍ର କରିପାରିବ । ୭୮୭-୯ ଏବଂ ୭୮୭-୧୦ ବିଷୟରେ ଯଦି କହିବା, ଏଥିରେ ପ୍ରାୟ ସମାନ ପରିମାଣର ଇନ୍ଧନ ଭର୍ତ୍ତି ହୋଇଥାଏ, କିନ୍ତୁ ୭୮୭-୧୦ ଅଧିକ ଯାତ୍ରୀ ବହନ କରିଥାଏ । ତେଣୁ ଏହାର ପରିସର ଟିକିଏ କମ୍ ଅର୍ଥାତ୍ ପ୍ରାୟ ୧୧,୯୦୦ କିଲୋମିଟର ।
ଉଡ଼ାଣ ଦୂରତା, ଯାତ୍ରୀ ସଂଖ୍ୟା, ଲଗେଜର ଓଜନ ଏବଂ ପାଣିପାଗକୁ ବିଚାର କରି ବିମାନରେ ଇନ୍ଧନ ଭର୍ତ୍ତି କରାଯାଇଥାଏ । ଉଦାହରଣ ସ୍ୱରୂପ, ଅହମ୍ମଦାବାଦରୁ ଲଣ୍ଡନକୁ ଏକ ବିମାନ ପାଇଁ ପ୍ରାୟ ୮୦-୯୦ ହଜାର ଲିଟର ଇନ୍ଧନ ଯଥେଷ୍ଟ ହୋଇପାରେ । ଏଥିରେ ରିଜର୍ଭ ଇନ୍ଧନ ମଧ୍ୟ ଅନ୍ତର୍ଭୁକ୍ତ, ଯାହାଦ୍ୱାରା ଏହାକୁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରାଯାଇପାରିବ।
ବୋଇଂ ୭୮୭ର ଇନ୍ଧନ ତିନୋଟି ଟ୍ୟାଙ୍କରେ ରଖାଯାଏ । ବିମାନର ଦୁଇପଟ ଡେଣାରେ ଦୁଇଟି ଫୁଏଲ ଟ୍ୟାଙ୍କର ରହିଥାଏ ଏବଂ ମଝିରେ ଗୋଟିଏ ରହିଥାଏ । ଯାହା ଏତେ ଶକ୍ତିଶାଳୀ ଯେ ଛୋଟ ଛୋଟ ଦୁର୍ଘଟଣାରେ ଲିକେଜ୍ ହୋଇନଥାଏ । କିନ୍ତୁ ଅହମ୍ମଦାବାଦ ଭଳି ଦୁର୍ଘଟଣା, ଯେଉଁଠାରେ ନିଆଁ ଏବଂ ଧୂଆଁ ଦେଖାଗଲା, ଫୁଏଲ ଲିକେଜ୍ ଏକ ବଡ଼ ବିପଦ ପାଲଟିଲା ବୋଲି ଅନୁମାନ କରାଯାଉଛି । ଏହି ବିମାନଟି ଘଣ୍ଟାଏରେ ହାରାହାରି ଦଶ ହଜାର ଲିଟର ଫୁଏଲ ବ୍ୟବହାର କରିଥାଏ । ଅର୍ଥାତ୍, ଏହା ଦୀର୍ଘ ଉଡ଼ାଣରେ ଧୀରେ ଧୀରେ ଫୁଏଲ ଶେଷ ହୋଇ ହାଲୁକା ହୋଇଯାଏ, ଯାହା ଅବତରଣକୁ ସହଜ କରିଥାଏ ।