AirIndia plane crash: ଏତେ ବଡ ଭୟଙ୍କର ଦୁର୍ଘଟଣାରୁ ବଞ୍ଚିଗଲେ ଜଣେ ଯାତ୍ରୀ

Key Points
ଅହମ୍ମଦାବାଦ ବିମାନ ଦୁର୍ଘଟଣା
241 ଯାତ୍ରୀ ମୃତ
ବଞ୍ଚିଗଲେ ଜଣେ ଯାତ୍ରୀ
ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଆସିଲା ଆଉ ଏକ ଅପଡେଟ୍ । ଦୁର୍ଘଟଣାରେ ଜଣେ ଯାତ୍ରୀ ବଞ୍ଚିଯାଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ 241 ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଜୀବିତ ଅଛନ୍ତି । ଏନେଇ ଅହମ୍ମଦାବାଦ ପୋଲିସ କମିଶନର ସୂଚନା ଦେଇଛନ୍ତି । ସିଟ୍ 11A ରେ ବସିଥିବା ଜଣେ ବ୍ୟକ୍ତି ଅଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବଂ ତାଙ୍କର ଚିକିତ୍ସା ଚାଲିଛି ବୋଲି କହିଛନ୍ତି ପୋଲିସ କମିଶନର ।
Speaking to ANI on a phone call, Ahmedabad Police Commissioner GS Malik says, "The police found one survivor in seat 11A. One survivor has been found in the hospital and is under treatment. Cannot say anything about the number of deaths yet. The death toll may increase as the… pic.twitter.com/MZp1ngYgC6
— ANI (@ANI) June 12, 2025
ବିମାନରେ ଥିଲେ ମୋଟ 242 ଜଣ ଲୋକ। 230 ଜଣ ଯାତ୍ରୀ, 2 ଜଣ ପାଇଲଟ ଓ 10 ଜଣ କ୍ରୁ ମେମ୍ବର । 230 ଯାତ୍ରୀଙ୍କ ମଧ୍ୟରୁ ସର୍ବାଧିକ 169 ଜଣ ଭାରତୀୟ, 53 ଜଣ ବ୍ରିଟେନର ନାଗରିକ, 7 ଜଣ ପର୍ତ୍ତୁଗୀଜ୍ ଓ ଜଣେ କାନାଡ଼ାର ନାଗରିକ। ଦୁର୍ଘଟଣାଗ୍ରସ୍ତ ବିମାନରେ ଯାତ୍ରା କରୁଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ବିମାନର ସିଟ୍ ନଂ 2Dରେ ବସିଥିଲେ।
ସୂଚନାନୁଯାୟୀ, ଦୁର୍ଘଟଣା ପୂର୍ବରୁ MAYDAY କଲ୍ କରିଥିଲେ ପାଇଲଟ୍ । ଅର୍ଥାତ୍ ଆସନ୍ନ ବିପଦ ସମ୍ପର୍କରେ ସେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ଯୋଗାଯୋଗ କରିଥିଲେ। କିନ୍ତୁ ତା'ପରେ ATC ଦ୍ୱାରା କରାଯାଇଥିବା ଫୋନ୍ ର କୌଣସି ଉତ୍ତର ମିଳିଲା ନାହିଁ। ରନୱେ 23 ରୁ ଉଡ଼ାଣ ଆରମ୍ଭ କରିବା ପରେ ତୁରନ୍ତ ବିମାନଟି ବିମାନବନ୍ଦର ସୀମା ବାହାରେ ହିଁ ଗଳିପଡିଲା । ଆଉ ତା ପରେ ପୁରା ଆକାଶ ଧୂଆଁମୟ । ପାଇଲଟଙ୍କ ପାଖରେ ମାତ୍ର ୧ ମିନିଟ୍ ସମୟ ଥିଲା, କିନ୍ତୁ ବିମାନଟି ଏତେ କମ୍ ଉଚ୍ଚତାରେ ଥିଲା ଯେ ଏହା ଗଛ ସହିତ ଧକ୍କା ହୋଇଥିଲା। ଅର୍ଥାତ୍ ଦୁର୍ଘଟଣା ନିଶ୍ଚିତ ଥିଲା। କୁହାଯାଉଛି ଯେ ଏହାର ପଛ ଅଂଶ ଧକ୍କା ଦେଇଥିଲା, ଯାହା ଯୋଗୁଁ ବିମାନରେ ନିଆଁ ଲାଗିଯାଇଥିଲା।
📱 Get Argus News App
✨ଦୁର୍ଘଟଣାଗ୍ରସ୍ତ ହେବା କ୍ଷଣି ହେଲା ଭୟଙ୍କର ବିସ୍ଫୋରଣ । ହୁତୁହୁତୁ ହୋଇ ଜଳିଉଠିଲା ବିମାନ। କିଛି ସମୟ ମଧ୍ୟରେ ଆକାଶକୁ ଉଠିଲା ମୋଟା କଳା ଧୁଆଁ। ସୂଚନା ଅନୁସାରେ ବିମାନ ଖସିଥିବା ମେଘାନୀନଗରର ଏ ବିଲଡିଂ ହେଉଛି ଥିବା ଏକ ମେଡିକାଲ୍ କଲେଜର ହଷ୍ଟେଲ। ଯେଉଁଠି ବସି ମଧ୍ୟାହ୍ନ ଭୋଜନ କରୁଥିଲେ ଡାକ୍ତରୀ ଛାତ୍ର। ମେଡିକାଲ୍ କଲେଜ ବିଲଡିଂରେ ଧକ୍କା ଖାଇ ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଜଳିଗଲା ବିମାନ। ନିଆଁ ଲିଭିବା ପରେ ଦେଖାଗଲା ହଷ୍ଟେଲ୍ ଭିତରେ ପଡ଼ିଥିବା ବିମାନର ଏ ଚକ। ଆଉ ଛାତରେ ଲାଗିଥିବା ବିମାନର ଏ ଖଣ୍ଡ। ତଳେ ଜଳି ପାଉଁଶ ହୋଇଯାଇଥିବା ବିମାନର ବାକି ଅଂଶ।
ଦୁର୍ଘଟଣାପରେ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ପରେ ଉଦ୍ଧାର ଅଭିଯାନରେ ସାମିଲ ହେଲେ ଭାରତୀୟ ସେନାରୁ ନେଇ NDRF । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଉଛି ।
ଏତେ ବଡ ଭୟଙ୍କର ଦୁର୍ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦୁର୍ଘଟଣା ସ୍ତବ୍ଧ କରିଦେଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଦ୍ୟୋଗପତି ଗୌତମ ଅଦାନୀ ପ୍ରମୁଖ ଏହି ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି।