AI / ଅନେକ ପରିବାରକୁ ଛାରଖାର୍ କଲାଣି AI

Key Points
୧୪ ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିଛି ଆମାଜନ ।
ଚାକିରୀ ଛଟେଇର ବଡ଼ କାରଣ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ।
ପୁଣି ଥରେ ଇ-କମର୍ସ କମ୍ପାନୀ ଆମାଜନ ତା' କର୍ମଚାରୀଙ୍କୁ ଦେଇଛି ବଡ଼ ଝଟକା । ଆମାଜନରେ ବଡ଼ ଧରଣର କର୍ମଚାରୀ ଛଟେଇ କରିଛି । ହେଲେ ଏଥର କର୍ମଚାରୀଙ୍କୁ ଛଟେଇ କରାଯିବାର ଉପାୟ ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଛି । ସକାଳେ ନିଦରୁ ଉଠିବା ମାତ୍ରେ କର୍ମଚାରୀଙ୍କ ମୋବାଇଲରେ ଲାଗଲାଗ ଦୁଇଟି ମେସେଜ୍ ଆସିଥିଲା ଓ ଦେଖୁ ଦେଖୁ ହଜାର ହଜାର ଲୋକଙ୍କ ଚାକିରୀ ଚାଲିଯାଇଛି। ଏହି ମେସେଜ କୌଣସି ରୁଟିନ ଆଲର୍ଟ ର ନଥିଲା ବରଂ ‘ଆପଣଙ୍କ ଚାକିରୀ ଛଟେଇ ହୋଇଯାଇଛି’ ବୋଲି ମେସେଜ୍ ଆସିଥିଲା ।
ଆମାଜନ ବୈଶ୍ୱିକ ସ୍ତରରେ ମୋଟ ୧୪ ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିଛି । ସକାଳେ କର୍ମଚାରୀଙ୍କୁ ଦୁଇଟି ମେସେଜ ଆସିଥିଲା। ଏଥିରୁ ଗୋଟିକରେ ଦୟାକରି ଆପଣଙ୍କ ମେଲ ଚେକ୍ କରନ୍ତୁ ଲେଖାଥିବା ବେଳେ ଅନ୍ୟଟିରେ ହେଲପ୍ ଡ଼େସ୍କ ନମ୍ବର ଦିଆଯାଇଥିଲା । କର୍ମଚାରୀ ମେଲ ଖୋଲିବାମାତ୍ରେ ସେମାନଙ୍କ ସେବା ତତ୍କାଳ ସମାପ୍ତ କରିଦିଆଯାଇଥିବା ଜାଣିପାରିଥିଲେ । ତେବେ ସେମାନେ ଅଫିସ ପହଞ୍ଚିବା ପୂର୍ବରୁ ସେମାନଙ୍କ ବ୍ୟାଜ୍ ଓ ଲଗିନ୍ ଆକ୍ସେସ ଏଗଜିଟ୍ କରି ଦିଆ ଯାଇଥିଲା।
ଏହି ଛଟେଇରେ ମୁଖ୍ୟତଃ ରିଟେଲ ମ୍ୟାନେଜମେଣ୍ଟ ଟିମ୍ ଉପରେ ପ୍ରଭାବ ପଡ଼ିଛି । ତେବେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ବିଜନେସକୁ ଠିକ୍ ଭାବରେ ଆଗକୁ ନେବା ପାଇଁ ଓ ନୂଆ ଇନୋଭେସନ ଲାଗି ଏହି ପଦକ୍ଷେପ ନିଆଯାଇଛି । ହେଲେ ଅଚାନକ ହୋଇଥିବା ଛଟେଇ କର୍ମଚାରୀଙ୍କ ମାନସିକ ସ୍ଥିତିକୁ ଶକ୍ତ ଆଘାତ ଦେଇଛି ।
ଆମାଜନ ଏଚଆର ମୁଖ୍ୟ ବେଥ ଗ୍ୟାଲେଟି ଇଣ୍ଟରନାଲ ମେସେଜରେ କହିଛନ୍ତି ଯେ ଛଟେଇ କର୍ମଚାରୀଙ୍କୁ ୯୦ ଦିନ ପର୍ଯ୍ୟନ୍ତ ପୁରା ବେତନ ଓ ବେନିଫିଟ ମିଳିବ। ଏହି କର୍ମଚାରୀଙ୍କୁ ରିଟାୟାରମେଣ୍ଟ ପ୍ୟାକେଜ୍ ଓ ଜବ ପ୍ଲେସମେଣ୍ଟ ସହାୟତା ମଧ୍ୟ ଦିଆଯିବ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଆମେ ଜାଣିଛେ ଏହି ସମୟ ଅତ୍ୟନ୍ତ କଠିନ, ହେଲେ ଆମେ ସମସ୍ତ ପ୍ରଭାବିତ କର୍ମଚାରୀଙ୍କୁ ସହଯୋଗ କରିବୁ। ଗ୍ୟାଲେଟି ସ୍ପଷ୍ଟ ଭାବେ କହିଛନ୍ତି ଯେ ଆମାଜନର ଏହି ପଦକ୍ଷେପ କେବଳ ବ୍ୟୟ ହ୍ରାସ କରିବା ଲାଗି ନୁହେଁ ବରଂ ଏହାର ବଡ଼ କାରଣ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ।
ସେ କହିଛନ୍ତି ଯେ ଏଆଇ ଗ୍ରୋଥ ଆମ କାମ କରିବାର ଶୈଳୀକୁ ବଦଳେଇ ଦେଇଛି। ଏବେ ଆମେ ନୂଆ ଟେକ୍ନୋଲଜି ସହିତ ଆଗକୁ ବଢିବା ପାଇଁ ଆମ ଭିତ୍ତିଭୂମିକୁ ପୁଣି ଥରେ ତିଆରି କରିବୁ। ତେବେ ଆମାଜନ ପୂର୍ବରୁ ଗୁଗଲ, ମେଟା ଓ ଟେସ୍ଲା ଭଳି ବଡ଼ କମ୍ପାନୀମାନେ ମଧ୍ୟ କର୍ମଚାରୀଙ୍କୁ ଅଚାନକ ଏସଏମଏସ ଓ ଇ-ମେଲ ଯୋଗେ ଚାକିରୀରୁ ବାହାର କରିସାରିଛନ୍ତି। ଏବେ ଆମାଜନର ଏହି ଉପାୟ ଟେକ୍ ୱାର୍ଲଡରେ ନୂଆ ବିତର୍କ ସୃଷ୍ଟି କରିଛି।
ଏଥିସହ ପଢ଼ନ୍ତୁ ଭାରତ ଖବର...
📱 Get Argus News App
✨Related Topics
Explore more stories