Videos
|
National

Fake AI Image / ଏଆଇରେ ତିଆରି ନକଲି ଫଟୋକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଏଆଇରେ ତିଆରି ନକଲି ଫଟୋକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ
Fake AI Image

Key Points

ଏଆଇରେ ତିଆରି ନକଲି ଫଟୋକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ
ହସ୍ପିଟାଲରେ ସ୍ୱାମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ

ଉତ୍ତରପ୍ରଦେଶର ଇଟାୱାରେ ଏଆଇ (AI) ଦ୍ୱାରା ତିଆରି ଏକ ନକଲି ଫଟୋକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି । ଅନ୍ୟ ଜଣେ ମହିଳାଙ୍କ ସହ ସ୍ୱାମୀଙ୍କ ନକଲି ଫଟୋ ଦେଖି ରାଗିଯାଇ ସ୍ତ୍ରୀ ହସ୍ପିଟାଲରେ ପହଞ୍ଚି ସ୍ୱାମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଆହତ ସ୍ୱାମୀଙ୍କୁ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଚିକିତ୍ସା କରାଇବାକୁ ପଡ଼ିଛି ।

ସୂଚନା ଅନୁଯାୟୀ, ପୀଡ଼ିତ ଅଙ୍କିତ ଦିୱାକର ଏକ ଘରୋଇ ହସ୍ପିଟାଲର ଅଲଟ୍ରାସାଉଣ୍ଡ ବିଭାଗରେ କାମ କରନ୍ତି । ସେ ଜଣେ ଡାକ୍ତରଙ୍କ ସହଯୋଗୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଅଙ୍କିତଙ୍କ ଅଭିଯୋଗ ଅନୁସାରେ, ତାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଏଆଇ ସାହାଯ୍ୟରେ ଏକ ନକଲି ଫଟୋ ତିଆରି କରାଯାଇଥିଲା । ଏହି ଫଟୋ ତାଙ୍କ ସ୍ତ୍ରୀଙ୍କ ନଜରକୁ ଆସିବା ପରେ ସେ ରାଗି ଯାଇଥିଲେ ।

ଅଙ୍କିତଙ୍କ କହିବା ଅନୁଯାୟୀ, ଫଟୋ ଦେଖିବା ପରେ ତାଙ୍କ ସ୍ତ୍ରୀ ହସ୍ପିଟାଲରେ ପହଞ୍ଚି ତାଙ୍କ ସହ ମାରପିଟ୍ କରିଥିଲେ । ଏହାଦ୍ୱାରା ତାଙ୍କ ଶରୀରରେ ଆଘାତ ଲାଗିଥିଲା । ପରେ ସେ ଇଟାୱାର ଡକ୍ଟର ଭୀମରାଓ ଆମ୍ବେଦକର ଯୁକ୍ତ ଚିକିତ୍ସାଳୟର ଜରୁରୀକାଳୀନ ୱାର୍ଡରେ ପହଞ୍ଚି ଚିକିତ୍ସା କରାଇଥିଲେ । ଅଙ୍କିତଙ୍କ ବିବାହ ପ୍ରାୟ ୬ ବର୍ଷ ପୂର୍ବେ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଜଣେ ସରକାରୀ ସ୍କୁଲ ଶିକ୍ଷୟିତ୍ରୀ ବୋଲି ସେ କହିଛନ୍ତି ।

ପୋଲିସରେ ଅଭିଯୋଗ କରିବାକୁ ଯାଇ ଫେରିଲେ

ପରେ ଅଙ୍କିତ କହିଛନ୍ତି କି, ସେ ଏଆଇ ଦ୍ୱାରା ତିଆରି ନକଲି ଫଟୋର ଶିକାର ହୋଇଛନ୍ତି । ଏହି ଘଟଣାକୁ ନେଇ ସେ ପୋଲିସରେ ଅଭିଯୋଗ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ତେବେ ପରେ ସେ ସେଠାରୁ ଫେରି ଆସିଥିଲେ । ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଅଙ୍କିତଙ୍କ ସ୍ତ୍ରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ସାମ୍ନାକୁ ଆସିନାହିଁ । ପୋଲିସ ପକ୍ଷରୁ ମଧ୍ୟ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: