Videos
|
National

AI Suicide / ସାଂଘାତିକ ସତ: ଭାରତୀୟ IT କର୍ମଚାରୀଙ୍କ ଜୀବନ ନେଉଛି AI...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ସାଂଘାତିକ ସତ: ଭାରତୀୟ IT କର୍ମଚାରୀଙ୍କ ଜୀବନ ନେଉଛି AI...
AI Suicide

Key Points

ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛି AI
ଭାରତୀୟ IT କର୍ମଚାରୀଙ୍କ ଯାଉଛି ଜୀବନ
ପୁଣି AI କୁ ନେଇ ଆସିଲା ବଡ଼ ଖବର। ଆତ୍ମହତ୍ୟା କରୁଛନ୍ତି ଭାରତୀୟ IT କର୍ମଚାରୀ। ଯେଉଁ ଖବର ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଭାରତୀୟ ଆଇଟି କର୍ମଚାରୀଙ୍କ ପାଇଁ ଅବସାଦ ଆଣୁଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ । ଚିନ୍ତା ଏତେ ଘାରୁଛି ଯେ, ଭାରତୀୟ ଆଇଟି କର୍ମଚାରୀମାନେ ଆତ୍ମହତ୍ୟା ମୁହଁକୁ ଠେଲି ହୋଇଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଯେ, କାର୍ଯ୍ୟ ଘଣ୍ଟା ବୃଦ୍ଧି ଯୋଗୁଁ କର୍ମଚାରୀମାନେ ଏକାକୀ ହୋଇଯାଉଛନ୍ତି ଏବଂ ଯେଉଁମାନେ ନିଯୁକ୍ତି ପାଉଛନ୍ତି ସେମାନେ ନିରନ୍ତର ଚାକିରି ହରାଇବାର ଆଶଙ୍କାରେ ଅଛନ୍ତି। ଏହି ସବୁ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦେଉଥିବା କର୍ମଚାରୀଙ୍କ ମଧ୍ୟରୁ କେତେକ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନିଅନ୍ତି ବୋଲି ‘ରେଷ୍ଟ ଅଫ ଓ୍ବାର୍ଲ୍ଡ’ରିପୋର୍ଟ କରିଛି ।

AI ଦ୍ୱାରା ପରିଚାଳିତ ଏକ ନୂତନ ଦୁନିଆ ସହିତ ଖାପ ଖୁଆଇବାକୁ ଚେଷ୍ଟା କରୁଥିବା କର୍ମଚାରୀମାନେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ତିଷ୍ଠିପାରିବେ ନାହିଁ । ଭବିଷ୍ୟତରେ ଏଆଇ ଦୁନିଆରେ ଆଇଟି କ୍ଷେତ୍ରରେ କାମ କରିବା ପାଇଁ ବହୁତ କମ୍ ଲୋକଙ୍କର ଆବଶ୍ୟକତା ପଡିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏଆଇ ଦ୍ବାରା ଚିନ୍ତା ଏବଂ କାର୍ଯ୍ୟ କରିବାର ସମୟ ଉଭୟ କର୍ମଚାରୀଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ବୋଲି ‘ରେଷ୍ଟ ଅଫ ଓ୍ବାର୍ଲ୍ଡ’ ରିପୋର୍ଟରୁ ଜଣାପଡ଼ିଛି । ଏହି ସବୁ ଚିନ୍ତା କର୍ମଚାରୀଙ୍କ ମଧ୍ୟରେ ଆତ୍ମହତ୍ୟାକୁ ପ୍ରୋତ୍ସାହିତ କରୁଛି । ତେବେ ଏନେଇ ସ୍ପଷ୍ଟ ତଥ୍ୟ ନାହିଁ । ଏଆଇର ଚିନ୍ତା କଣ କେବଳ ଆଇଟି କର୍ମଚାରୀଙ୍କୁ ଘାରୁଛି ନା ଅନ୍ୟ ସେକ୍ଟରରେ ଏହାର ପ୍ରଭାବ ରହିଛି, ସେନେଇ ବିଶେଷ ତଥ୍ୟ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।

କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଆଇଟି ସହାୟକ ପ୍ରଫେସରଙ୍କ ଅନୁସାରେ, ଗ୍ରାହକ ସେବା ପ୍ରତିନିଧି ଭଳି ଚାକିରି ପ୍ରଥମେ ପ୍ରଭାବିତ ହୋଇପାରେ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଚାପ ଏବଂ ଆମେରିକା-ଭାରତ ବାଣିଜ୍ୟିକ ସମ୍ପର୍କର ଉତ୍ତେଜନା ମଧ୍ୟରେ TCS ଗତ ବର୍ଷ ଅକ୍ଟୋବରରେ ପ୍ରାୟ ୨୦ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। କମ୍ପାନୀ AI ଏବଂ ସ୍ୱୟଂଚାଳିତ ସେବା ଆଡକୁ ଅଗ୍ରସର ହେଉଥିବାରୁ ଏହା ମାର୍ଚ୍ଚ ୨୦୨୬ ସୁଦ୍ଧା ଏହାର ବିଶ୍ୱସ୍ତରୀୟ କର୍ମଚାରୀଙ୍କ ଦୁଇ ପ୍ରତିଶତ ହ୍ରାସ କରିବାକୁ ଯୋଜନା କରୁଛି।

ବିଭିନ୍ନ ଗଣମାଧ୍ୟମର ଖବରକୁ ନେଇ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ୨୦୧୭-୨୦୨୫ ମଧ୍ୟରେ ୨୨୭ ଆଇଟି କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ, ଚେନ୍ନାଇର ଏକ ସଫ୍ଟଓ୍ବେର କମ୍ପାନିର ମ୍ୟାନେଜର ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ । କାର୍ଯ୍ୟ ଚାପ ଯୋଗୁଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ବୋଲି ପୋଲିସ କହିଥିଲା । ସେହିଭଳି ପୁଣେରେ ଜଣେ ୩୬ ବର୍ଷୀୟ ଆଇଟି କର୍ମଚାରୀ ନଦୀକୁ ଡେଇଁ ଜୀବନ ହାରିଥିଲେ । ଆଛ ଜଣେ ୩୮ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟର ନିଜକୁ କରେଣ୍ଟ ଦେଇ ଆତ୍ମହତ୍ୟା କରିଥିଲେ । କାର୍ଯ୍ୟ ଚାପ ଯୋଗୁଁ ସେ ନିଜ ଜୀବନ ଶେଷ କରିବା ଭଳି ଚରମ ନିଷ୍ଫତ୍ତି ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଆଇ ଉପରେ ଖର୍ଚ୍ଚ କରୁଛନ୍ତି କମ୍ପାନି:

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଖଡ଼ଗପୁର କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂର ବରିଷ୍ଠ ପ୍ରଫେସର ଜୟନ୍ତ ମୁଖୋପାଧ୍ୟାୟ ରେଷ୍ଟ ଅଫ୍ ୱାର୍ଲ୍ଡକୁ କହିଛନ୍ତି ଯେ, ଏଆଇ ଯୋଗୁଁ ଟେକ୍ କର୍ମଚାରୀମାନେ "ସେମାନଙ୍କ ଚାକିରି ବିଷୟରେ ଏକ ବିରାଟ ଅନିଶ୍ଚିତତା"ର ସମ୍ମୁଖୀନ ହେଉଛନ୍ତି। ଏହା କମ୍ପାନୀଗୁଡ଼ିକୁ ଖର୍ଚ୍ଚ ହ୍ରାସ କରିବା ପାଇଁ ପ୍ରଯୁକ୍ତିବିଦ୍ୟାରେ ନିବେଶ କରିବାକୁ ପ୍ରେରଣା ଦେଇଛି। ରିପୋର୍ଟରେ କୁହାଯାଇଛି ଯେ, ପ୍ରବେଶ-ସ୍ତରୀୟ ଚାକିରିଗୁଡ଼ିକ ସର୍ବାଧିକ ବିପଦରେ ଅଛି ଏବଂ ଭାରତର ଆଇଟି ଶିଳ୍ପ ମଧ୍ୟ ଏଥିରୁ ମୁକ୍ତ ନୁହେଁ। ୨୦୨୫ରେ, ଆମେରିକାର ଟେକ୍ନୋଲୋଜି କ୍ଷେତ୍ର ୧.୫ ଲକ୍ଷ ଚାକିରି ହ୍ରାସ କରିଥିଲା।

ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories