Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଧାର ଓ ପାନ କାର୍ଡଧାରୀଙ୍କ ପାଇଁ ସତର୍କ ଘଣ୍ଟି ! AI ପ୍ରସ୍ତୁତ କରୁଛି ଜାଲ୍ ସରକାରୀ ପରିଚୟ ପତ୍ର

National

ଆଧାର ଓ ପାନ କାର୍ଡଧାରୀଙ୍କ ପାଇଁ ସତର୍କ ଘଣ୍ଟି ! AI ପ୍ରସ୍ତୁତ କରୁଛି ଜାଲ୍ ସରକାରୀ ପରିଚୟ ପତ୍ର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଆଧାର ଓ ପାନ କାର୍ଡଧାରୀଙ୍କ ପାଇଁ ସତର୍କ ଘଣ୍ଟି ! AI ପ୍ରସ୍ତୁତ କରୁଛି ଜାଲ୍ ସରକାରୀ ପରିଚୟ ପତ୍ର

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ବ୍ୟବହାର ଦ୍ରୁତଗତିରେ ବଢ଼ୁଛି । ଆଉ AIର ବ୍ୟବହାର ସହ ବୃଦ୍ଧି ପାଉଛି ଭିନ୍ନ ଭିନ୍ନ ବିପଦ । ନିକଟରେ ଅନେକ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି, OpenAIର ChatGPT ସହାୟତାରେ ଲୋକ ଜାଲ୍ ଆଧାର, ପାନ କାର୍ଡ, ପାସପୋର୍ଟ ଓ ଭୋଟର ପରିଚୟପତ୍ର ପ୍ରସ୍ତୁତ କରୁଛନ୍ତି ।


OpenAIର ଲାଟେଷ୍ଟ AI ମଡେଲ୍ GPT-40ର ବ୍ୟବହାର କରି ଅନେକ ୟୁଜର ନକଲି ସରକାରୀ ପରିଚୟପତ୍ର ପ୍ରସ୍ତୁତ କରୁଛନ୍ତି । ରିପୋର୍ଟ ଅନୁସାରେ, ଏହି ନକଲି ଦସ୍ତାବିଜ୍ କେବଳ ପ୍ରସିଦ୍ଧ ବା ଲୋକପ୍ରିୟ ବ୍ୟକ୍ତିବିଶେଷଙ୍କ ପ୍ରସ୍ତୁତ ହେଉଛି । କିନ୍ତୁ ସମୟ ଥାଉ ଥାଉ ଏହା ଉପରେ ରୋକ୍ ନ ଲାଗିଲେ ଏହା ବଡ଼ ବିପଦ ସାବ୍ୟସ୍ତ ହୋଇପାରେ ।


ସୋସିଆଲ୍ ମିଡିଆରେ ଅନେକ ୟୁଜର୍ସ ଦାବି କରିଛନ୍ତି ଯେ ସେମାନେ ChatGPTକୁ ଆଧାର କାର୍ଡ ତିଆରି ପାଇଁ ନିର୍ଦ୍ଦେଶ ଦେଲେ ଏବଂ ତାଙ୍କୁ ନକଲି କାର୍ଡ ବି ମିଳିଗଲା । ଜଣେ ୟୁଜର ଉଦାହରଣ ଦେଇ ଲେଖିଛନ୍ତି, ସେ ChatGPTକୁ ଡୋନାଲ୍ଡ ଟ୍ରମ୍ପଙ୍କ ଆଧାର କାର୍ଡ ତିଆରି କରିବାକୁ କହିଲେ ତ ତାହା ବି ମିଳିଗଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଜାଣିବା ଜରୁରୀ ଅଟେ ଯେ, ପ୍ରକୃତ ବା ଅସଲି ଆଧାର କାର୍ଡ କେବଳ UIDAI ବା ଭାରତୀୟ ବିଶିଷ୍ଟ ପରିଚୟପତ୍ର ପ୍ରାଧିକରଣ ତିଆରି କରି ପାରିବେ । ChatGPTରେ ଅସଲି ପରିଚୟପତ୍ର ପ୍ରସ୍ତୁତ କରାଯାଇ ପାରିବ ନାହିଁ । ଆଉ ଏଥିରେ ପ୍ରସ୍ତୁତ ଜାଲ୍ ପରିଚୟପତ୍ର ସାଇବର ଫ୍ରଡ୍‌କୁ ବଢ଼ାଇ ପାରେ ।


AIରେ କଣ କରିବେନି ?


* କେବେ ବି AIକୁ ଆପଣଙ୍କ ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ ।
* କୌଣସି ଅଜଣା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ନାହିଁ ।
* ଥାର୍ଡ ପାର୍ଟି ଆପ୍‌କୁ ଫଟୋ ଗ୍ୟାଲେରି ଆକ୍ସେସ୍ ଦିଅନ୍ତୁ ନାହିଁ ।

Sponsored
AI Misuse Fake Aadhaar Pan Cards Created ChatGPT | Argus News