Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନିୟନ୍ତ୍ରଣ ବାହାରକୁ ଗଲା AI, ପ୍ରଥମ ଥର ପାଇଁ ରାନସମୱେର ବ୍ୟବହାର କରି ସାଇବର ଆଟାକ୍ କଲା

National

AI Cyber Attack / ନିୟନ୍ତ୍ରଣ ବାହାରକୁ ଗଲା AI, ପ୍ରଥମ ଥର ପାଇଁ ରାନସମୱେର ବ୍ୟବହାର କରି ସାଇବର ଆଟାକ୍ କଲା

Bikash Mohanty
Browse all articles by Bikash Mohanty
·2 hours ago·2 min read
ନିୟନ୍ତ୍ରଣ ବାହାରକୁ ଗଲା AI, ପ୍ରଥମ ଥର ପାଇଁ ରାନସମୱେର ବ୍ୟବହାର କରି ସାଇବର ଆଟାକ୍ କଲା
AI

Key Points

ନିୟନ୍ତ୍ରଣ ବାହାରକୁ ଗଲା AI
AI କଲା ସାଇବର ଆଟାକ୍
ରାନସମୱେର ବ୍ୟବହାର କରି କଲା ସାଇବର ଆଟାକ୍
ନୁଆଦିଲ୍ଲୀ,୦୮/୦୭: ସାଇବର ଆକ୍ରମଣ ପଛରେ ଅଦ୍ୟାବଧି ମଣିଷର ହାତ ଥିଲା । ହ୍ୟାକର୍‌ ସିଷ୍ଟମ୍ ଭିତରେ ପଶି ତଥ୍ୟ ଚୋରି କରୁଥିଲେ ଓ ତା’ପରେ ଟଙ୍କା ମାଗୁଥିଲେ। କିନ୍ତୁ ଏବେ ପ୍ରଥମ ଥର ଭୟଙ୍କର ମାମଲା ସାମ୍ନାକୁ ଆସିଛି। ଏଆଇ ନିଜେ ସାଇବର ଆକ୍ରମଣ କରିଛି। ସୁରକ୍ଷା ଅନୁସନ୍ଧାନକାରୀମାନେ ଏହି ଏଆଇ ଏଜେଣ୍ଟର ନାଁ ଦେଇଛତି ଜେଡ୍‌ପଫର। ସେମାନଙ୍କ ଦାବି, ଏହା ବିଶ୍ଵର ପ୍ରଥମ ମାମଲା ଯେଉଁଠି ସାଇବର ଆକ୍ରମଣ ଜରିଆରେ ଟଙ୍କା ମାଗିବାର ପୂରା ଟେକ୍ନିକାଲ କାମକୁ ଏଆଇ ନିଜେ ପୂରା କରିଛି ।

ଏହି ଖବର ସାଇବର ସୁରକ୍ଷା ଦୁନିଆରେ ଚିନ୍ତା ବଢ଼ାଇଛି। କାରଣ ଯଦି ଏଆଇ ନିଜେ ହ୍ୟାକିଂ ଶିଖିଯିବ, ତେବେ ଆଗାମୀ ଦିନରେ ଏଭଳି ଆକ୍ରମଣ ପୂର୍ବାପେକ୍ଷା ବ୍ୟାପକ ଓ ଅଧିକ ବିପଦପୂର୍ଣ୍ଣ ହେବ। ରାନ୍ସମୱେର ଏକ ବିପଦପୂର୍ଣ୍ଣ ସଫ୍ଟୱେର । ଯେତେବେଳେ ଏହା କୌଣସି କମ୍ପାନି କିମ୍ବା ବ୍ୟକ୍ତିଙ୍କ ସିଷ୍ଟମ୍‌ରେ ପହଞ୍ଚେ, ସେଥିରେ ଥିବା ଫାଇଲ ଓ ତଥ୍ୟକୁ ଏନ୍‌କ୍ରିପ୍ଟ (ଲୋକଙ୍କ ପହଞ୍ଚଠୁ ଦୂରରେ ରଖିବାକୁ ତ‌ଥ୍ୟକୁ ସ୍ୱତନ୍ତ୍ର କୋଡ୍‌ରେ ରୂପାନ୍ତରିତ କରିବା) କରିଦିଏ। ଏହା ପରେ ଆକ୍ରମଣକାରୀ ତଥ୍ୟ ଫେରାଇବା ବଦଳରେ ଟଙ୍କା ଦାବି କରନ୍ତି । ଟଙ୍କା ନ ମିଳିଲେ, ତଥ୍ୟ ସବୁଦିନ ପାଇଁ ନଷ୍ଟ କରିବା କିମ୍ବା ଇଣ୍ଟରନେଟ୍‌ରେ ଲିକ୍ କରିବାର ଭୟ ଥାଏ । ଅଦ୍ୟାବଧି ଏଭଳି ମାମଲାରେ ପ୍ରତିଟି ପାହାଚରେ ହ୍ୟାକର ନିଷ୍ପତ୍ତି ନେଉଥିଲେ। କିନ୍ତୁ ଜେଡ୍‌ପଫର ମାମଲାରେ ଏଆଇ ନିଜେ ନିଷ୍ପତ୍ତି ନେଇଛି। ସେଥିପାଇଁ ବିଶେଷଜ୍ଞମାନେ ଚିନ୍ତାରେ।

ଅନୁସାରେ, ଜେଡ୍‌ପଫର ସର୍ବପ୍ରଥମେ ପୁରୁଣା ସିକ୍ୟୁରିଟି ବଗ୍‌ର ଫାଇଦା ଉଠାଇ ସର୍ଭରରେ ଏଣ୍ଟ୍ରି କଲା। ଏହା ପରେ ନିଜେ ସିଷ୍ଟମ୍‌କୁ ହ୍ୟାକ୍ କଲା। ଏପିଆଇ କି ଓ ଅନ୍ୟ ପାସ୍ୱର୍ଡ ଖୋଜିଲା, ଅନ୍ୟ ସର୍ଭର୍‌ରେ ପହଞ୍ଚିଲା ଏବଂ ଶେଷରେ ତ‌ଥ୍ୟକୁ ଏନ୍‌କ୍ରିପ୍ଟ କରିଦେଲା। ସବୁଠୁ ଆଶ୍ଚର୍ଯ୍ୟକର କଥା ଥିଲା, ଏଆଇ ଯେତେବେଳେ କୌଣସି ସୋପାନରେ ସମସ୍ୟାର ସମ୍ମୁଖୀନ ହେଲା, ନିଜେ ନିଜର ଭୁଲକୁ ସୁଧାରିଲା ଏବଂ ପ୍ରାୟ ୩୧ ସେକେଣ୍ଡରେ ପରବର୍ତ୍ତୀ ଉପାୟ ଆପଣେଇ ଆକ୍ରମଣ ଜାରି ରଖିଲା । ଅର୍ଥାତ୍ ପ୍ରତି ଥର ମଣିଷର ଆବଶ୍ୟକତା ଦରକାର ପଡ଼ିଲା ନାହିଁ ।

ପଢନ୍ତୁ ଏହି ଖବର: ଇନଷ୍ଟାଗ୍ରାମରେ ଶିଶୁ ଯୌନ ନିର୍ଯାତନା ବିଜ୍ଞାପନ ମାମଲାରେ ନୋଟିସ

ପ୍ରଥମେ ଅନେକ ରିପୋର୍ଟରେ କୁ ହାଗଲା, ମଣିଷର ହସ୍ତକ୍ଷେପ ବିନା ପୂରା ସାଇବର ଆକ୍ରମଣ ହେଲା। କିନ୍ତୁ ପରେ ସିସ୍‌ଡିଗ୍‌ର ଅନୁସନ୍ଧାନ ନିର୍ଦ୍ଦେଶକ ସ୍ପଷ୍ଟ କଲେ ଯେ ଜଣେ ବ୍ୟକ୍ତି ଲକ୍ଷ୍ୟ ଚୟନ କଲେ, ଆବଶ୍ୟକ ଭିଭିଭୂମି ପ୍ରସ୍ତୁତ କଲେ ଏବଂ ପ୍ରାରମ୍ଭିକ ପହଞ୍ଚକୁ ଉପଲବ୍ଧ କରାଇଲେ। ତା'ପରେ ସାଇବର ଆକ୍ରମଣର ଟେକ୍ନିକାଲ ପ୍ରକ୍ରିୟା ଏଆଇ ଏଜେଣ୍ଟ ନିଜେ ସମ୍ଭାଳିଲା। ଅର୍ଥାତ୍ ଏଆଇ ଏକା ନ ଥିଲା, କିନ୍ତୁ ହ୍ୟାକର ବଦଳରେ ଅନେକ ବଡ଼ କାମ ନିଜେ କଲା। ବିଶେଷଜ୍ଞଙ୍କ ଅନୁସାରେ, ଏହା ଦ୍ୱାରା ଛୋଟ ସାଇବର ଅପରାଧୀଙ୍କ ପାଇଁ ମଧ୍ୟ ବଡ଼ ଅପରାଧ କରିବା ସହଜ ହୋଇଯିବ। ସାଇବର ଅପରାଧ ଜଗତରେ ଏହା ବଡ଼ ପରିବର୍ତ୍ତନ ବୋଲି ସେମାନେ କହୁଛନ୍ତି।

ତେବେ ଜେଡ୍‌ପଫର ମାମଲା କମ୍ପାନିଗୁଡ଼ିକର ସର୍ଭର୍ ସହ ସଂଶ୍ଳିଷ୍ଟ । ସାଧାରଣ ୟୁଜର୍‌ଙ୍କ ଫୋନ୍ ବା ଲାପ୍‌ଟପ୍ରେ ଏଭଳି ଆକ୍ରମଣ ରେକର୍ଡ ହୋଇନାହିଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ବିପଦ ଟଳିଗଲା । ଯଦି ଏଆଇ ସାହାଯ୍ୟରେ ଏଭଳି ଟୁଲ୍ ଉନ୍ନତ ହୋଇଚାଲେ, ଭବିଷ୍ୟତରେ ବ୍ୟାଙ୍କ, ହସ୍ପିଟାଲ, ସରକାରୀ ବିଭାଗ ଓ ବଡ଼ କମ୍ପାନି ପ୍ରତି ଅଧିକ ବିପଦ ବଢ଼ିବ। ଏ ସମସ୍ତ ସଂସ୍ଥା ଉପରେ ଆକ୍ରମଣ ହେଲେ, ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored