Dharmendra Pradhan / ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବ AI

Key Points
ଗୁଗୁଲର ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ରମନ୍ତ୍ରୀ । ଗୁଗୁଲ୍ ଦ୍ୱାରା ଆୟୋଜିତ ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏଆଇ କ୍ଷମତାକୁ ପ୍ରୋତ୍ସାହିତ କରିବା ସହ ଦେଶରେ ଏକ 'ଏଆଇ-ପ୍ରସ୍ତୁତ ପିଢ଼ି' ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଦେଶରେ ୪ଟି ଏଆଇ ଉତ୍କର୍ଷ କେନ୍ଦ୍ର ସହିତ ଗୁଗୁଲ୍ର ସହଯୋଗ ଏବଂ ଏଥିପାଇଁ ୮ ମିଲିୟନ୍ ଆମେରିକୀୟ ଡଲାର୍ ବିନିଯୋଗକୁ ପ୍ରଶଂସା କରିଛନ୍ତି ।
ଏହା ବ୍ୟତୀତ, ଆଇଆଇଟି ବମ୍ବେ ଠାରେ 'ଇଣ୍ଡିକ୍ ଲାଙ୍ଗୁଏଜ୍ ଟେକ୍ନୋଲୋଜିଜ୍ ରିସର୍ଚ୍ଚ ହବ୍' ପ୍ରତିଷ୍ଠା ପାଇଁ ଗୁଗୁଲ୍ ଦ୍ୱାରା ପ୍ରଦତ୍ତ ୨ ମିଲିୟନ୍ ଆମେରିକୀୟ ଡଲାର୍ର ଯୋଗଦାନକୁ ମଧ୍ୟ ସେ ସ୍ୱୀକୃତି ଦେଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି 'ଇଣ୍ଡିଆ ଏଆଇ ମିଶନ୍' ସହିତ ଏହିପରି ରଣନୀତିକୁ ଶିଳ୍ପ ଭାଗିଦାରୀ ଭାରତକୁ ଏକ ଆନ୍ତର୍ଜାତୀୟ ଏଆଇ ଶକ୍ତିକେନ୍ଦ୍ରରେ ପରିଣତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ସେ ଗୁଗୁଲ୍ ଭଳି ବୈଶ୍ୱିକ ସହଯୋଗୀମାନଙ୍କୁ କେବଳ ପାଣ୍ଠି ଯୋଗାଣ ବଦଳରେ, ଏଆଇ ଉତ୍କର୍ଷ କେନ୍ଦ୍ରଗୁଡ଼ିକ ସହିତ ଦୀର୍ଘମିଆଦୀ ସାଂସ୍ଥାନିକ ଭାଗିଦାରୀ ସ୍ଥାପନ କରିବାକୁ ଆହ୍ୱାନ କରିଛନ୍ତି । ଏହା ଦ୍ୱାରା ଭାରତ ବିଶ୍ୱସ୍ତରୀୟ ଏଆଇ ମୂଲ୍ୟ ସୃଷ୍ଟିର ଏକ କେନ୍ଦ୍ର ହୋଇପାରିବ ଏବଂ 'ବିକଶିତ ଭାରତ' ଲକ୍ଷ୍ୟ ହାସଲ ହୋଇପାରିବ ।
ଡିଜିଟାଲ୍ ବ୍ୟବଧାନକୁ ଦୂର କରିବା, ପ୍ରଯୁକ୍ତିର ଗଣତାନ୍ତ୍ରିକୀକରଣ, ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଉନ୍ନତ ଶିକ୍ଷାକୁ ସୁଗମ କରିବା ପାଇଁ ପ୍ରଯୁକ୍ତିର ଉପଯୋଗ ଏବଂ ବଡ଼ ଭାଷା ମଡେଲ୍ଗୁଡ଼ିକୁ 'ଭାରତୀୟ ଭାଷା' ଓ 'ଭାରତୀୟତା' ସହିତ ସମନ୍ୱିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଧର୍ମେନ୍ଦ୍ରଙ୍କ ଏହି ଉଦ୍ୟମଗୁଡ଼ିକ ପ୍ରଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଭାରତର ଆଗାମୀ ଯାତ୍ରା ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।
📱 Get Argus News App
✨Related Topics
Explore more stories