Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - AIIMS ଲେଖିଲା ନୂଆ ଇତିିହାସ, ଅସ୍ତ୍ରୋପଚାର କରି ପେଟରୁ ଅଲଗା କଲା ଗୋଡ଼

National

AIIMS ଲେଖିଲା ନୂଆ ଇତିିହାସ, ଅସ୍ତ୍ରୋପଚାର କରି ପେଟରୁ ଅଲଗା କଲା ଗୋଡ଼

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
AIIMS ଲେଖିଲା ନୂଆ ଇତିିହାସ, ଅସ୍ତ୍ରୋପଚାର କରି ପେଟରୁ ଅଲଗା କଲା ଗୋଡ଼

ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କଲା AIIMS । ଡାକ୍ତରମାନଙ୍କ ଦ୍ବାରା କରାଯାଇଛି ବିରଳ ଅସ୍ତ୍ରୋପଚାର । ଏକ ନୂଅଆ ଇତିହାସ ଲେଖିଛି ନୂଆଦିଲ୍ଲୀ AIIMS । ଚିକିତ୍ସା ବିଜ୍ଞାନରେ ପୁଣି ବିରଳ ଅସ୍ତ୍ରୋପଚାର ନୂଆ ଜୀବନ ଦେଇଛି ।


୧୭ ବର୍ଷର ନାବାଳକ । ଦେହରେ ୪ଟି ଗୋଡ଼ । ଘର ଉତ୍ତର ପ୍ରଦେଶର ଉନ୍ନାଓରେ । ଆସ୍ୱାଭାବିକକୁ ନେଇ ଚନ୍ତାରେ ଥିଲା ପରିବାର । ପିଲାଟିର ଭବିଷ୍ୟତକୁ ନେଇ ସମସ୍ତେ ଥିଲେ ଚିନ୍ତିତ । ହେଲେ ଦିଲ୍ଲୀ AIIMS ସାଜିଲା ସାହାରା । ଡାକ୍ତରମାନେ ସଫଳତାର ସହ ଅପରେସନ କରି ପିଲାଟିକୁ ଦେଇଛନ୍ତି ନୂଆ ଜୀବନ ।


ପିଲାଟିର ସ୍ୱାଭାବିକ୍‌ ଭାବେ ଥିବା ଦୁଇଟି ଗୋଡ଼ ସମ୍ପୂର୍ଣ୍ଣ ସୁସ୍ଥ ରହିଥିଲେ ବି ପେଟରୁ ବାହାରିଥିଲା ଦୁଇଟି ଅତିରିକ୍ତ ଗୋଡ଼ । ଯାହାକି ଅବିକଶିତ ଟ୍ୱିନ୍ସର ବୋଲି କହିଛନ୍ତି ଡାକ୍ତର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜନ୍ମରୁ ଏପରି ଅବସ୍ଥାରେ ଥିବାରୁ, ଗତ ୧୭ ବର୍ଷ ଧରି ଚିନ୍ତାରେ ଥିଲେ ପରିବାର । କ'ଣ କରିବେ ? କାହାକୁ କହିବେ ? କିଏ ଭଲ କରିବ ତାଙ୍କ ପୁଅକୁ ? ଏମିତି ଅନେକ ପ୍ରଶ୍ନ ମନରେ ଥିଲେ ବି, ଉତ୍ତର ଖୋଜି ପାଉନଥିଲେ । ଶେଷରେ ଦେବଦୂତ ଭଳି ପ୍ରକଟ ହେଲା AIIMS । ଆଉ ଆଜି ପୁଅ ତାଙ୍କର ସୁସ୍ଥ ହେବାକୁ ଲାଗିଛି ।


ପେଟରେ ଲାଗିଥିବା ଦୁଇ ଅତିରିକ୍ତ ଗୋଡ଼କୁ AIIMSର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଅସ୍ତ୍ରୋପଚାର କରି ବାହାର କରିଛନ୍ତି । ଫଳରେ ସ୍ୱାଭାବିକ ସ୍ଥିତିକୁ ଫେରି ଆସୁଛନ୍ତି ନାବାଳକ । ପୂର୍ବରୁ ଏମିତି ଅବସ୍ଥା ଥିବାରୁ ଏହି ନାବାଳକର ସବୁବେଳେ ସ୍ବାସ୍ଥ୍ୟ ଖରାପ ରହୁଥିଲା । କିନ୍ତୁ ଏବେ ଧିରେ ଧିରେ ସେ ସୁସ୍ଥ ହେଉଛନ୍ତି ।


AIIMS ଡାକ୍ତରଙ୍କ କହିବାନୁଯାୟୀ କୋଟିଏ ପିଲାଙ୍କ ମଧ୍ୟରୁ ଗୋଟିଏ ଶିଶୁଙ୍କ ଦେହରେ ଏଭଳି ସ୍ଥିତି ଦେଖାଯାଏ । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ମଣିଷର ୪ଟି ଗୋଡ଼ ଥିବା ୪୨ଟି କେସ ରହିଛି ।

Sponsored
AIIMS doctors perform rare surgery, remove limbs of 17-yr-old’s parasitic twin | Argus News