Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବାୟୁସେନା ମୁଖ୍ୟଙ୍କ ବୈଠକ

Rashmita Mishra
Browse all articles by Rashmita Mishra
·1 year ago·1 min read
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବାୟୁସେନା ମୁଖ୍ୟଙ୍କ ବୈଠକ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଦିନ ସିଡିଏସ୍ ଜେନେରାଲ ଅନିଲ ଚୌହାନ ଏବଂ ତିନି ସେନା ମୁଖ୍ୟଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଜାରି ରଖିଛନ୍ତି । ବୈଠକରେ ଦେଶର ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି,ପଶ୍ଚିମ ସୀମାରେ ସୁରକ୍ଷା ପରିସ୍ଥିତି ଏବଂ ସମ୍ଭାବ୍ୟ ବିପଦ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ଓ ସୀମାରେ ସାମ୍ପ୍ରତିକ କାର୍ଯ୍ୟକଳାପ ଏବଂ ଅପରେସନ ପ୍ରସ୍ତୁତିର ସମୀକ୍ଷା କରାଯାଇଛି । ସିଡିଏସ୍ ଏବଂ ତିନି ସେନା ମୁଖ୍ୟଙ୍କ ସହ ରାଜନାଥଙ୍କ ବୈଠକ ୨ ଘଣ୍ଟା ଧରି ଚାଲିଥିଲା ।

ବୈଠକରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ଏବଂ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଏହି ବୈଠକରେ ଯୋଗ ଦେଇଥିଲେ।
ଏହି ବୈଠକ ପରେ, ପ୍ରତିରକ୍ଷା ମନ୍ତ୍ରୀ DRDO ମୁଖ୍ୟଙ୍କୁ ଭେଟିବେ। ଯେଉଁଠାରେ ସେ ଦେଶରେ ଉପସ୍ଥିତ ଅସ୍ତ୍ରଶସ୍ତ୍ର, ସାମରିକ ଉପକରଣର ଉପଲବ୍ଧତା ଏବଂ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନର ପ୍ରଗତି ବିଷୟରେ ସମୀକ୍ଷା କରିବେ। ପ୍ରତିରକ୍ଷା ରଣନୀତି ଦୃଷ୍ଟିରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।

ଏଥିସହ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ଏକ ବୈଠକ କରିଛନ୍ତି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତର ‘ଅପରେସନ୍ ସିନ୍ଦୂର’ ଦ୍ୱାରା ଭୟଭୀତ ହୋଇ ପାକିସ୍ତାନ ସେନା ଗୁରୁବାର ରାତିରେ ଭାରତର ଉତ୍ତର ଏବଂ ପଶ୍ଚିମ ଅଞ୍ଚଳରେ ଥିବା ଅନେକ ସାମରିକ ଘାଟି ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଚେଷ୍ଟା କରିଥିଲା। କିନ୍ତୁ ଭାରତ S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ମାଧ୍ୟମରେ ଏହି ଆକ୍ରମଣଗୁଡ଼ିକୁ ପଣ୍ଡ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
air-chief-meets-defence-minister-rajnath-singh | Argus News