Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ଇତିହାସ ରଚିଲା ଭାରତୀୟ ବାୟୁସେନା

Banajyotshna Ray
Browse all articles by Banajyotshna Ray
·2 years ago
ପୁଣି ଇତିହାସ ରଚିଲା ଭାରତୀୟ ବାୟୁସେନା

ଅର୍ଗସ ବ୍ୟୁରୋ: ପୁଣି ଇତିହାସ ରଚିଲା ଭାରତୀୟ ବାୟୁସେନା । ରାସ୍ତା ଉପରେ ଅବତରଣ କରିଛନ୍ତି ବାୟୁସେନାର ଲଢୁଆ ବିମାନ । ଆନ୍ଧ୍ରପ୍ରଦେଶର ବାପତାଲାରେ ଜାତୀୟ ରାଜପଥ ୧୬ ଉପରେ ଲଢୁଆ ବିମାନ ସୁଖୋଇ ୩୦ ଓ ହକ୍  ଓହ୍ଲାଇଥିଲେ । ଏଥିସହ ପରିବହନ ବିମାନ AN-32 ଓ ଡୋର୍ନିୟର ମଧ୍ୟ ଜାତୀୟ ରାଜପଥ ଉପରେ ଓହ୍ଲାଇ ପୁଣି ଯାତ୍ରା ଆରମ୍ଭ କରିଥିଲେ ।

ଜରୁରୀକାଳୀନ ପରିସ୍ଥିତି ବେଳେ ଆବଶ୍ୟକତାକୁ ନଜରରେ ରଖି ବାୟୁସେନା ପକ୍ଷରୁ ଏଭଳି ପ୍ରସ୍ତୁତି କରାଯାଉଛି । ଏଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ, ପୋଲିସ ଓ ବାୟୁସେନାର ମିଳିତ ସହଯୋଗରେ ଜାତୀୟ ରାଜପଥ ଉପରେ ଲଢୁଆ ବିମାନକୁ ଅବତରଣ କରାଯାଇଥିଲା ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Air Force fighter jets have landed on the road | Argus News