|
logo
Live

Argus News - ଗୁଜରାଟ ଜାମନଗରରେ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ

National

ଗୁଜରାଟ ଜାମନଗରରେ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ

Ritu Das
Browse all articles by Ritu Das
·1 year ago·1 min read
ଗୁଜରାଟ ଜାମନଗରରେ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ

ଗୁଜରାଟ ଜାମନଗରରେ ବାୟୁସେନା ଲଢୁଆ ବିମାନ ଜାଗୁଆର ଦୁର୍ଘଟଣଗ୍ରସ୍ତ ହୋଇଛି। ରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ସୁବରଡ଼ା ଗାଁ’ରେ ନିକଟରେ ଘଟିଛି। ଯେଉଁଠାରେ ଜାଗୁଆର ବିମାନ ଛିନଛତ୍ର ହୋଇ ସମଗ୍ର ଅଞ୍ଚଳରେ ପଡିଛି ଏବଂ ସବୁଆଡେ ଧୁଆ ଧୁଆ ହୋଇ ଯାଇଥିଲା। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ପାଇଲଟ୍ ଆହତ ଅବସ୍ଥାରେ ତଳେ ପଡ଼ିଛନ୍ତି ଏବଂ ତାଙ୍କ ଚାରିପାଖରେ ଲୋକଙ୍କ ଭିଡ଼ ଜମିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ସହିତ, ବିମାନର ଖଣ୍ଡଗୁଡ଼ିକ ଚାରିଆଡ଼େ ବିଛାଡ଼ି ପଡ଼ିଛି ଏବଂ ନିଆଁ ଲାଗିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପାଇଲଟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା। ବାୟୁସେନାର ଉଚ୍ଚ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଖୋଜିବା ଆରମ୍ଭ କରିଛନ୍ତି। କହି ରଖୁଛୁ ଯେ ଗତ ମାସରେ ମଧ୍ୟ ହରିୟାଣାର ପଞ୍ଚକୁଲା ନିକଟରେ ସିଷ୍ଟମ ଫେଲ୍ୟୁଅର ଯୋଗୁଁ ଆଉ ଏକ ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ୍ ସୁରକ୍ଷିତ ଭାବରେ ବିମାନଟିକୁ ଜନବସତି ଅଞ୍ଚଳରୁ ଦୂରକୁ ନେଇପାରିଲେ। ବିମାନଟି ଅମ୍ବାଲା ଏୟାରବେସରୁ ଏକ ତାଲିମ ଉଡ଼ାଣ ପାଇଁ ଉଡ଼ାଣ କରିଥିଲା।

Sponsored
ଗୁଜରାଟ ଜାମନଗରରେ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ | Argus News