Videos
|
National

ଏୟାର ହୋଷ୍ଟେସ କଲେ ଏଭଳି ଘୃଣ୍ୟ କାର୍ଯ୍ୟ.....ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ

Ritu Das
Browse all articles by Ritu Das
·2 years ago·1 min read
ଏୟାର ହୋଷ୍ଟେସ କଲେ ଏଭଳି ଘୃଣ୍ୟ କାର୍ଯ୍ୟ.....ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ

ଅର୍ଗସ ବ୍ୟୁରୋ: ବେଆଇନ ତଥା ଘୃଣ୍ୟ କାର୍ଯ୍ୟ ପାଇଁ ଜଣେ ଏୟାର ହୋଷ୍ଟେସଙ୍କୁ ଗିରଫ କରାଯିବା ଏହା ବୋଧହୁଏ ଦେଶରେ ଘଟଣା ହୋଇପାରେ। ଏୟାର ହୋଷ୍ଟେସଙ୍କୁ କେବଳ ଗିରଫ କରାଯାଇ ନାହିଁ ବରଂ ୧୪ ଦିନ ପାଇଁ ଜେଲକୁ ବି ପଠାଯାଇଛି। କାରଣ ଜାଣିଲେ ଆପଣଙ୍କର ବି ହୋସ ଉଡ଼ିଯିବ।

ଏହି ଘଟଣା କେରଳର କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି। ମସ୍କୋରୁ କନ୍ନୁର ଅଭିମୁଖେ ଆସୁଥିବା ବିମାନରେ ସୁନା ଚୋରା ଚାଲାଣ ପାଇଁ ଉଦ୍ୟମ କରାଯାଉଥିବା ଡିଆରଆଇ ଗୁପ୍ତଚର ସୂଚନା ପାଇଥିଲେ। ଏହି ପ୍ରୟାସରେ ବିମାନର ଏକ କ୍ୟାବିନ କ୍ରୁ ମଧ୍ୟ ଜଡ଼ିତ ଥିବା ଡିଆରଆଇ ଇଣ୍ଟେଲ ପାଇଥିଲେ। ଏହି

ଇଣ୍ଟେଲ ଉପରେ ଆଧାର କରି ଡିଆରଆଇ ସମଗ୍ର କନ୍ନୁର ବିମାନବନ୍ଦରରେ ଏହାର ଜାଲ ବିସ୍ତାର କରିଥିଲା। 
ବିମାନଟି କନ୍ନୁର ବିମାନବନ୍ଦରରେ ଅବତରଣ କରିବାମାତ୍ରେ ଡିଆରଆଇ ଟିମ କେବଳ ସମସ୍ତ କ୍ରୁ ସଦସ୍ୟଙ୍କୁ ଯାଞ୍ଚ ପାଇଁ ଅଟକାଇ ନ ଥିଲେ। ବରଂ ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ଏହି ସମୟରେ କୌଣସି ଯାତ୍ରୀଙ୍କ ନିକଟରୁ କିଛି ମିଳି ନ ଥିଲା। ଏହାପରେ ଡିଆରଆଇ ଟିମ ଏହି ବିମାନର କ୍ୟାବିନ କ୍ରୁଙ୍କ ବ୍ୟାଗ ଖୋଜିବା ଆରମ୍ଭ କଲା। ସେଥିରୁ ମଧ୍ୟ ସେମାନେ କିଛି ପାଇ ନ ଥିଲେ। ଏହାପରେ ଏୟାର ହୋଷ୍ଟେସଙ୍କୁ ପଚରାଯିବାପରେ ସେ ମାନିଥିଲେ ଯେ ତାଙ୍କ ମଳଦ୍ବାରରେ ସୁନା ଲୁଚାଇଛନ୍ତି। ତେବେ ଏୟାରହୋଷ୍ଟେସଙ୍କ ମଳଦ୍ବାରରୁ ପ୍ରାୟ ୯୬୦ ଗ୍ରାମ ସୁନା ଜବତ କରାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Air hostess doing s | Argus News