Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଟ୍ରାଫିକ ପାଇଁ ବିଳମ୍ବ ହେବାରୁ AI-171 ଫ୍ଲାଇଟରେ ଯାଇପାରି ନ ଥିଲେ ଭୂମି

Ritu Das
Browse all articles by Ritu Das
·1 year ago·1 min read
ଟ୍ରାଫିକ ପାଇଁ ବିଳମ୍ବ ହେବାରୁ AI-171 ଫ୍ଲାଇଟରେ ଯାଇପାରି ନ ଥିଲେ ଭୂମି

Key Points

ଟ୍ରାଫିକ ପାଇଁ ବିଳମ୍ବ ହେବାରୁ AI-171 ଫ୍ଲାଇଟରେ ଯାଇପାରି ନ ଥିଲେ ଭୂମି

ଭଗବାନ ମୋ ଜୀବନ ବଞ୍ଚାଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ

ଟ୍ରାଫିକ୍ ପାଇଁ ବିଳମ୍ବ ହୋଇ ନ ଥିଲେ ବୋଧେ ମୁଁ ଆଜି ନଥାନ୍ତି

ଏୟାର୍‌ ଇଣ୍ଡିଆର ବିମାନ ଏଆଇ-୧୭୧ (ବୋଇଂ ୭୮୭-୮ ଡ୍ରିମ୍‌ଲାଇନର୍) ଗୁରୁବାର ଅହମ୍ମଦାବାଦରୁ ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲଣ୍ଡନ ଅଭିମୁଖେ ଯାଉଥିବା ବିମାନଟି ଏକ ଆବାସିକ ଅଞ୍ଚଳ ନିକଟରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୨୬୫ଜଣକର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ଭିନ୍ନ ଭିନ୍ନ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିବାରେ ଲାଗିଛି। ତେବେ ଜଣେ ମହିଳା କିଭଳି ୧୦ମିନିଟ୍ ବିଳମ୍ବ ପାଇଁ ନିଶ୍ଚିତ ମୃତ୍ୟୁରୁ ବଞ୍ଚିଯାଇଛନ୍ତି, ତାହା ସାମ୍ନାକୁ ଆସିଛି। ଆମେ ଏଠାରେ ଭୂମି ଚୌହାନଙ୍କ କଥା କହୁଛୁ। ଭୂମିଙ୍କୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ଲଣ୍ଡନ ଯିବାର ଥିଲା।


ଟିକେଟ୍ ବୁକ୍ କରିବା ସହ ସେ ବିମାନବନ୍ଦର ଅଭିମୁଖେ ବାହାରିଥିଲେ। ହେଲେ ଆସିବା ବାଟରେ ଟ୍ରାଫିକ୍ ଅଧିକ ଥିବାରୁ ସେ ଠିକ୍ ସମୟରେ ବିମାନବନ୍ଦରରେ ପହଞ୍ଚିପାରିନଥିଲେ। ଏଥିପାଇଁ ତାଙ୍କୁ ବିମାନରେ ବସିବାର ସୁଯୋଗ ମିଳିନଥିଲା। ଭୂମିଙ୍କ କହିବା ମୁତାବକ, ବୋର୍ଡିଂ ସରିଯାଇଥିବାରୁ ମୁଁ ୧.୩୦ରେ ବିମାନବନ୍ଦରରୁ ଘରକୁ ଫେରିଥିଲେ। ବାଟରେ ଆସିବା ବେଳେ ୧.୩୮ରେ ଦୁର୍ଘଟଣା ବିଷୟରେ ଶୁଣି ମୁଁ ହତବାକ୍ ହୋଇଯାଇଥିଲି। ଏବେ ବି ମୁଁ ଥରୁଛି ଏବଂ ମୋ ଜୀବନ ବଞ୍ଚାଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି। ଟ୍ରାଫିକ୍ ପାଇଁ ବିଳମ୍ବ ହୋଇ ନ ଥିଲେ ବୋଧେ ମୁଁ ଆଜି ନଥାନ୍ତି।" ସୂଚନା ମିଳିଛି ଯେ, ଭୂମି ଲଣ୍ଡନରେ ନିଜ ସ୍ବାମୀଙ୍କ ସହ ରହନ୍ତି। ସେ ୨ବର୍ଷ ପରେ ଭାରତକୁ ଏକାକୀ ବୁଲିବାକୁ ଆସିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
air-india-ahmedabad-plane-crash-10-minutes-separated-life-and-death-for-gujarat-woman-heading-to-london | Argus News