ସିଙ୍ଗାପୁର ଯାଉଥିବା ବିମାନରେ ୨ ଘଣ୍ଟା ଝାଳନାଳ ଯାତ୍ରୀ, Air India କହିଲା ଏମିତି...

Key Points
ବିମାନରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରରେ ତ୍ରୁଟି ପାଇଁ ୨ ଘଣ୍ଟା ଧରି ଝାଳନାଳ ହୋଇଥିଲେ ଯାତ୍ରୀ । କିଏ ଗରମ ଓ ଝାଳରୁ ମୁକ୍ତି ପାଇବା ଲାଗି ନ୍ୟୁଜ୍ ପେପର୍ ତ ଆଉ କିଏ ମାଗାଜିନରେ ବିଞ୍ଚି ହେଉଥିଲା ।
ନୂଆଦିଲ୍ଲୀ: ରାତି ପ୍ରାୟ ୧୧ଟା, ପ୍ଲେନ୍ରେ ବୋର୍ଡିଂ ସରିଥାଏ । ଆଉ ମାତ୍ର କେଇ ମିନିଟ୍ରେ ସିଙ୍ଗାପୁର ଉଡ଼ିଥାନ୍ତା ବିମାନ । ହେଲେ ବିମାନ ଉଡ଼ିଲାନି, ଦୀର୍ଘ ୨ ଘଣ୍ଟା ବିମାନରେ ଝାଳନାଳ ହୋଇ ବସି ରହିଲେ ଯାତ୍ରୀ । ଆଉ ପାଖାପାଖି ୨ ଘଣ୍ଟା ପରେ ସମସ୍ତ ଯାତ୍ରୀଙ୍କୁ ଟର୍ମିନାଲ୍ ବିଲ୍ଡିଂକୁ ନିଆ ଯାଇଥିଲା ।
ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀରୁ ସିଙ୍ଗାପୁର ଯାଇଥାନ୍ତା ଏୟାର ଇଣ୍ଡିଆର ବିମାନ AI2380 । ବିମାନରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରରେ ତ୍ରୁଟି ପାଇଁ ୨ ଘଣ୍ଟା ଧରି ଝାଳନାଳ ହୋଇଥିଲେ ଯାତ୍ରୀ । କିଏ ଗରମ ଓ ଝାଳରୁ ମୁକ୍ତି ପାଇବା ଲାଗି ନ୍ୟୁଜ୍ ପେପର୍ ତ ଆଉ କିଏ ମାଗାଜିନରେ ବିଞ୍ଚି ହେଉଥିଲା ।
STORY | Passengers deplaned from Air India's Singapore-bound plane at Delhi airport
More than 200 passengers on a Singapore-bound Air India plane faced a tough time at the Delhi airport on Wednesday evening as all of them were deplaned after being seated in the aircraft for… pic.twitter.com/pwXGekfYM6
📱 Get Argus News App
✨
ବିମାନ ଭିତରେ ଯାତ୍ରୀ ଖବର କାଗଜରେ ବିଞ୍ଚି ହେବା ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଛି । ଯେଉଁଥିରେ ଯାତ୍ରୀ ମାଗାଜିନ୍ ଓ ପେପର୍ରେ ବିଞ୍ଚି ହେଉଥିବା ଦେଖା ଯାଉଛନ୍ତି । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ କହୁଯାଇଛି, ଦିଲ୍ଲୀରୁ ସିଙ୍ଗାପୁର ଯାଉଥିବା ବିମାନ AI2380 ଉଡ଼ାଣ ପୂର୍ବରୁ କ୍ୟାବିନ୍ରେ କୁଲିଂ ସମସ୍ୟା ଦଖା ଦେଇଥିଲା ।
ଏୟାର ଇଣ୍ଡିଆ ଆହୁରି କହିଛି, ଅସୁବିଧା ନେଇ ଯାତ୍ରୀଙ୍କୁ ସମୟରେ ସୂଚନା ଦେଇଥିଲୁ । ଆମ ଗ୍ରାଉଣ୍ଡ ଷ୍ଟାଫ ମଧ୍ୟ ବିମାନବନ୍ଦରରେ ଯାତ୍ରୀଙ୍କୁ ସମସ୍ତ ସହାୟତା ଦେଇଥିଲେ । ଯାତ୍ରୀଙ୍କୁ ଖାଦ୍ୟ ସହ ପାନୀୟ ଦିଆଯାଇଥିଲା । ରାତି ୧୧ଟା ପରିବର୍ତ୍ତେ ସକାଳ ୫ଟା ୩୬ରେ ଆଉ ଏକ ବିମାନ ଯାତ୍ରୀଙ୍କୁ ନେଇ ସିଙ୍ଗାପୁର ଯାଇଥିବା ଏୟାର ଇଣ୍ଡିଆ କହିଛି ।
ତେବେ ଏଭଳି ଅସୁବିଧା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । ବିମାନ ପରିବର୍ତ୍ତନ ପରେ ପାଖାପାଖି ୬ ଘଣ୍ଟା ବିଳମ୍ବରେ ଗୁରୁବାର ସକାଳ ୫ଟା ୩୬ରେ ସିଙ୍ଗାପୁର ଅଭିମୁଖେ ଯାଇଛନ୍ତି ଯାତ୍ରୀ ।