Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏୟାର ଇଣ୍ଡିଆ ବିମାନରେ ଯିବା ବେଳେ ଅପଦସ୍ଥ ହେଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ

National

ଏୟାର ଇଣ୍ଡିଆ ବିମାନରେ ଯିବା ବେଳେ ଅପଦସ୍ଥ ହେଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ

Ritu Das
Browse all articles by Ritu Das
·1 year ago·1 min read
ଏୟାର ଇଣ୍ଡିଆ ବିମାନରେ ଯିବା ବେଳେ ଅପଦସ୍ଥ ହେଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ

କେନ୍ଦ୍ରମନ୍ତ୍ରୀଙ୍କୁ ଭଙ୍ଗା ଚୌକି । କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରୀ ବିମାନରେ ଯିବା ବେଳେ ଏଭଳି ଅପଦସ୍ଥ ହୋଇଛନ୍ତି । ବିମାନରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନିଜେ ସୋସିଆଲ ମିଡିଆରେ ସେ ଜଣାଇଛନ୍ତି । ଏୟାର ଇଣ୍ଡିଆର ବ୍ୟବସ୍ଥାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଭୋପାଳରୁ ନୂଆଦିଲ୍ଲୀ ଯାଉଥିଲେ । କିନ୍ତୁ ବିମାନରେ ତାଙ୍କ ସିଟ୍ ଦେଖି ସେ ନିଜ ଆଖିକୁ ବିଶ୍ବାସ କରି ପାରି ନଥିଲେ। ତାଙ୍କ ଟିକେଟ ନମ୍ବରରେ ଏକ ଭଙ୍ଗା ସିଟ୍ ରହିଥିଲା ।


ସହଯାତ୍ରୀମାନେ ତାଙ୍କୁ ଅନ୍ୟ ସିଟରେ ବସିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ସେ ଅନ୍ୟଯାତ୍ରୀଙ୍କୁ ଅସୁବିଧାରେ ନ ପକାଇବାକୁ ତାଙ୍କ ପାଇଁ ଉଦ୍ଦିଷ୍ଟ ସିଟରେ ବସି ପ୍ରାୟ ଦେଢଘଣ୍ଟା ବିମାନ ଯାତ୍ରା କରିଥିଲେ । ସେପଟେ ଏଭଳି ଘଟଣା ପାଇଁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କ୍ଷମା ମାଗିଛନ୍ତି । ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Air India "Cheating Passengers": Shivraj Chouhan Slams Air India Over "Broken" Seat | Argus News