Videos
|
National

ଏୟାର ଇଣ୍ଡିଆରେ ଯାତ୍ରୀ ବେହୋସ

Rashmita Mishra
Browse all articles by Rashmita Mishra
·2 years ago·1 min read
ଏୟାର ଇଣ୍ଡିଆରେ ଯାତ୍ରୀ ବେହୋସ

ଅର୍ଗସ ବ୍ୟୁରୋ: ଏୟାର ଇଣ୍ଡିଆରେ ଯାତ୍ରା କରିବାକୁଥିବା ଅନେକ ଯାତ୍ରୀ ହଠାତ୍‌ ବେହୋସ ହେଇଯାଇଥିଲେ । ଏୟାର ଇଣ୍ଡିଆର ଫ୍ଲାଇଟ ଏଆଇ ୧୮୩, ଗୁରୁବାର ମେ ୩୦ ଦିନ ୩ଟା ୨୦ ମିନିଟରେ ଦିଲ୍ଲୀରୁ ସାନ ଫ୍ରାନ୍ସିସକୋ ଅଭିମୁଖେ ଯାତ୍ରା କରିବାର ଥିଲା। ହେଲେ କିଛି ଘଣ୍ଟାର ବିଳମ୍ବ ପରେ ଶୁକ୍ରବାର ଅର୍ଥାତ୍‌ ୩୧ ମେ’ ସକାଳ ୧୧ଟାରେ ଦିଲ୍ଲୀରୁ ପୁଣି ବିମାନଟି ଉଡିବାର ଥିଲା। ପାଖାପାଖି ୮ ଘଣ୍ଟା ଅପେକ୍ଷା କରିବା ପରେ ଯାତ୍ରୀମାନେ  ବିମାନ ଭିତରେ ବେହୋସ ହେବା ଦେଖିବାକୁ ମିଳିଥିଲା। ପରେ ଏମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। 

 

କିଛି ଲୋକ ପୋଷ୍ଟ୍‌ରେ ଲେଖିଛନ୍ତି ଯେ ଏୟାର ଇଣ୍ଡିଆର ବିମାନ ୮ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଛି ଏବଂ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନେ ବିନା ଏସିରେ ବସିଛନ୍ତି। କିଛି ଲୋକ ଅଚେତ ହୋଇ ପଡ଼ିଥିବା ବେଳେ କିଛି ଯାତ୍ରୀମାନଙ୍କୁ ବିମାନରୁ ବାହାରିବାକୁ କଢାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

air-india-flight-8-hours-late-people-fainted-with-no-ac-say-passengers | Argus News