Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏୟାର ଇଣ୍ଡିଆ ବିମାନର ଇଞ୍ଜିନରେ ଲାଗିଲା ନିଆଁ, କରାଗଲା ଜରୁରୀକାଳୀନ ଅବତରଣ

Rashmita Mishra
Browse all articles by Rashmita Mishra
·10 months ago·2 min read
 ଏୟାର ଇଣ୍ଡିଆ ବିମାନର ଇଞ୍ଜିନରେ ଲାଗିଲା ନିଆଁ, କରାଗଲା ଜରୁରୀକାଳୀନ ଅବତରଣ

Key Points

ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ । ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ AI2913 ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ପଡିଲା 

ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ । ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ AI2913 ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ପଡିଲା । ବିମାନର କକପିଟ୍ କ୍ରୁ ଡାହାଣ ଇଞ୍ଜିନରେ ନିଆଁ ଲାଗିବାର ସଙ୍କେତ ପାଇଥିଲେ, ଯାହା ପରେ ଇଞ୍ଜିନକୁ ବନ୍ଦ କରିଦିଆଯାଇଥିଲା ଏବଂ ବିମାନଟିକୁ ନିରାପଦରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରାଯାଇଥିଲା ।

ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ ବିମାନଟିକୁ ତଦନ୍ତ ପାଇଁ ଅଟକ ରଖାଯାଇଛି । ଯାତ୍ରୀମାନଙ୍କ ସୁବିଧା ପାଇଁ, ତୁରନ୍ତ ଏକ ବିକଳ୍ପ ବିମାନ ଉପଲବ୍ଧ କରାଯାଇଛି, ଯାହା ସେମାନଙ୍କୁ ଇନ୍ଦୋର ପଠାଇବ । ଯାତ୍ରୀମାନଙ୍କ ସୁବିଧା ପାଇଁ ତୁରନ୍ତ ଏକ ବିକଳ୍ପ ବିମାନ ଉପଲବ୍ଧ କରାଯାଇଛି, ଯାହା ସେମାନଙ୍କୁ ଇନ୍ଦୋର ପଠାଇବ। ଆଲାର୍ମ ବାଜିବା ମାତ୍ରେ ଏବଂ କକପିଟରେ ନିଆଁ ଲାଗିବାର ସଙ୍କେତ ମିଳିବା ମାତ୍ରେ ବିମାନରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । କିନ୍ତୁ ପାଇଲଟ୍ ତୁରନ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରି ଇଞ୍ଜିନକୁ ବନ୍ଦ କରି ବିମାନକୁ ଆକାଶରେ ନିୟନ୍ତ୍ରଣରେ ରଖିଥିଲେ । ଏହା ପରେ ପାଇଲଟ୍ ଦିଲ୍ଲୀ ବିମାନବନ୍ଦରରେ ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରିଥିଲେ । କିଛି ମିନିଟ୍ ମଧ୍ୟରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା ।

ଏୟାର ଇଣ୍ଡିଆ ବିମାନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି । ଅଗଷ୍ଟ ୧୮ ତାରିଖରେ, କୋଚି ବିମାନବନ୍ଦରରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଉଡ଼ାଣ ପୂର୍ବରୁ ହଠାତ୍ ବନ୍ଦ କରିବାକୁ ପଡିଥିଲା । ପୂର୍ବରୁ ଅଗଷ୍ଟ ୧୬ ତାରିଖରେ, ଏୟାର ଇଣ୍ଡିଆ ଶେଷ ମୁହୂର୍ତ୍ତରେ ମିଲାନ (ଇଟାଲୀ)ରୁ ଦିଲ୍ଲୀ ଯାଉଥିବା ଏକ ବିମାନକୁ ବାତିଲ କରିଥିଲା । ଉଭୟ ଘଟଣା ପଛରେ ଯାନ୍ତ୍ରିକ ତ୍ରୁଟିକୁ କାରଣ ବୋଲି କୁହାଯାଇଥିଲା। ଏୟାରଲାଇନ୍ସର ବିମାନରେ ଏପରି ସମସ୍ୟା ଲଗାତାର ଦେଖାଯାଉଥିବାରୁ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Air India Flight Engine Catches Fire, Emergency Landing Ensures Passenger Safety | Argus News | Argus News