Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

Ritu Das
Browse all articles by Ritu Das
·1 year ago
ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

Key Points

ଏୟାର ଇଣ୍ଡିଆ ବିମାନର ଶୁକ୍ରବାର ସକାଳେ କରାଯାଇଛି ଜରୁରୀ ଅବତରଣ

ବିମାନରେ ବୋମା ଆତଙ୍କ 

ବିମାନରେ ପ୍ରାୟ ୧୫୬ ଯାତ୍ରୀ ଯାତ୍ରା କରୁଥିଲେ


ଏୟାର ଇଣ୍ଡିଆ ବିମାନର ଶୁକ୍ରବାର ସକାଳେ କରାଯାଇଛି ଜରୁରୀ ଅବତରଣ। ଥାଇଲାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ବିମାନ ଏଆଇ-୩୭୯ର ଜରୁରୀ ଅବତରଣ କରାଯାଇଛି । ଏହି ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଜରୁରୀ ଅବତରଣ କରାଯାଇଛି । ବିମାନରେ ପ୍ରାୟ ୧୫୬ ଯାତ୍ରୀ ଯାତ୍ରା କରୁଥିଲେ।


ଏହି ଘଟଣା ଶୁକ୍ରବାର ସକାଳ ୯ଟା ୩୦ରେ ଘଟିଛି । ବିମାନଟି ଥାଇଲାଣ୍ଡର ଫୁକେଟରୁ ଦିଲ୍ଲୀ ଆସୁଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
air-india-flight-makes-emergency-landing | Argus News