Tail strike / ବେଙ୍ଗାଲୁରୁରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ... ରନୱେରେ ପିଟି ହେଲା ପଛ ଭାଗ
·1 hour ago·2 min read

Key Points
ଆଜି ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏୟାର ଇଣ୍ଡିଆର ଏକ ବିମାନରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି
ଆଜି ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏୟାର ଇଣ୍ଡିଆର ଏକ ବିମାନରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି ବୋଲି ଅଧିକାରୀମାନେ କହିଛନ୍ତି। ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନ AI ୨୬୫୧ର ପଛ ଭାଗ ହଠାତ୍ ରନ୍ଓ୍ବେରେ ମାଡ଼ ହୋଇଥିଲା। ମାତ୍ର ପାଇଲଟ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଅବତରଣ କରାଇଥିଲେ। ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଏହି ଏୟାର ଇଣ୍ଡିଆବିମାନରେ ୧୭୯ ଜଣ ଯାତ୍ରୀ ଥିଲେ।
ଏହାସହ ପଢ଼ନ୍ତୁ: ଇବୋଲାକୁ ନେଇ ଦିଲ୍ଲୀ ବିମାନବନ୍ଦରରେ ସତର୍କତା, ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି
ଏହି ଅତ୍ୟଧିକ ଲୋଡ ବିମାନର ପାଇଲଟ ଅବତରଣ ସମୟରେ ଅନ୍ୟ ଏକ ବିମାନ ଆଗକୁ ଉଡ଼ିବା ଯୋଗୁ ୱେକ୍ ଟର୍ବୁଲେନ୍ସ ଅନୁଭବ କରିଥିଲେ, ଯାହା ଫଳରେ ନିୟନ୍ତ୍ରଣ ହରାଇ ବିମାନର ପଛଭାଗ ରନଓ୍ବେରେ ଧକ୍କା ଦେଇଥିଲା। ବିମାନକୁ ଅବତରଣ କରାଯାଇଥିଲା।
ଏହି କାରଣରୁ ବେଙ୍ଗାଲୁରୁରୁ ଦିଲ୍ଲୀ ଫେରିବାକୁ ଥିବା ବିମାନ AI ୨୬୫୨କୁ ବାତିଲ କରାଯାଇଛି। ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ବିମାନ କମ୍ପାନୀ କହିଛି। ବେଙ୍ଗାଲୁରୁ ବିମାନବନ୍ଦରରେ ଏୟାର ଇଣ୍ଡିଆର ଗ୍ରାଉଣ୍ଡ ଟିମ୍ ଯାତ୍ରୀମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରୁଛି।
ଟେଲଷ୍ଟ୍ରାଇକ୍ ଘଟଣା ପରେ ଏୟାର ଇଣ୍ଡିଆର ବିମାନ AI2651, ଏକ ନ୍ୟାରୋ-ବଡି ଏୟାରବସ୍ A321, ଯାଞ୍ଚ ପାଇଁ ଗ୍ରାଉଣ୍ଡ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଏହି କାରଣରୁ, ଦିଲ୍ଲୀକୁ ଏହାର ପ୍ରତ୍ୟାବର୍ତ୍ତନ ବିମାନ ବାତିଲ କରାଯାଇଛି।
ଟେଲଷ୍ଟ୍ରାଇକ୍ କ’ଣ?
ଟେଲଷ୍ଟ୍ରାଇକ୍ ସେତେବେଳେ ହୁଏ ଯେତେବେଳେ ବିମାନର ପିଛିଲା ଭାଗ (ଟେଲ) ଟେକଅଫ ଅଥବା ଲ୍ୟାଣ୍ଡିଂ କାଳରେ ରନୱେ ସହ ଘଷି ହୋଇଯାଏ। ଏପରି ଘଟଣା ଘଟିଲେ ବାଧ୍ୟତାମୂଳକ ଭାବେ ବିମାନର ସଂରଚନାତ୍ମକ ଯାଞ୍ଚ କରାଯାଏ। ଗୁରୁବାର ବେଙ୍ଗାଲୁରୁ ଏୟାରପୋର୍ଟ ଘଟଣା ପରେ ଏୟାର ଇଣ୍ଡିଆ ବିମାନର ଦିଲ୍ଲୀ ଫେରସ୍ତ ଉଡାଣ ବାତିଲ କରିଦିଆଯାଇଛି ଓ ଯାଞ୍ଚ ଆରମ୍ଭ ହୋଇଛି।
କଣ କହିଛି ଏୟାର ଇଣ୍ଡିଆ?
ଏୟାରଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ ‘ଉପୁଜିଥିବା ଅସୁବିଧା ପାଇଁ ଆମେ ଦୁଃଖ ବ୍ୟକ୍ତ କରୁଛୁ। ଆମ ଯାତ୍ରୀ ଓ ଚାଳକଦଳ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରମୁଖ ପ୍ରାଥମିକତା। ଏହି ଘଟଣାର ଯାଞ୍ଚ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ଓ ନିୟାମକୀୟ ଅଧିକାରୀଙ୍କ ସହିତ ସମନ୍ୱୟ ରଖି କରାଯିବ’। ସୂତ୍ର ଅନୁସାରେ ଘଟଣା ସମୟରେ ଏକ ବୋଇଂ ୭୪୭ ରନୱେରୁ ଉଡାଣ କରିଥିଲା। ଏହି ସମୟରେ ଏୟାର ଇଣ୍ଡିଆ ଫ୍ଲାଇଟ ତାର ଚୂଡାନ୍ତ ଆପ୍ରୋଚରେ ଥିଲା। ତେବେ ବୋଇଂ ୭୪୭ ଇଞ୍ଜିରୁ ସୃଷ୍ଟି ହୋଇଥିବା ଟର୍ବୁଲାନ୍ସ ଯୋଗୁ ପାଇଲଟ ଗୋ ଆରଆଉଣ୍ଡ ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ଏକ ମାନକ ପ୍ରକ୍ରିୟା ତେବେ ଗୋ ଆରାଉଣ୍ଡ କାଳରେ ଟେଲ ଷ୍ଟ୍ରାଇକ୍ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories