ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

Key Points
ପୁଣି ଏୟାର ଇଣ୍ଡିଆ ବିମାନରେ ଭୟଙ୍କର ନିଆଁ
ଆଜି ପୁଣି ଆଉ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି
ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନରେ ଏହି ଅଗ୍ନିକାଣ୍ଡ ଘଟିଥିଲା
ଏୟାର ଇଣ୍ଡିଆ ବିମାନର ପିଛା ଛାଡୁନି ବିବାଦ । ଆଜି ପୁଣି ଆଉ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଏୟାର ଇଣ୍ଡିଆର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ହଂକଂରୁ ଏୟାର ଇଣ୍ଡିଆର ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ସହାୟକ ପାୱାର ୟୁନିଟରେ ନିଆଁ ଲାଗିଯାଇଥିଲା। କୁହାଯାଇ ପାରିବ ଯେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥି । ସମସ୍ତ ଯାତ୍ରୀ ଏବଂ କ୍ରୁ ସୁରକ୍ଷିତ ଅଛନ୍ତି।
ଏହି ମାମଲାରେ ଅଧିକ ସୂଚନା ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଛି । ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ ମଙ୍ଗଳବାର ହଂକଂରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରୁଥିବା ବିମାନ ନମ୍ବର AI 315, ଅବତରଣ ଏବଂ ଗେଟରେ ପାର୍କିଂ କରିବା ପରେ ତୁରନ୍ତ ସହାୟକ ପାୱାର ୟୁନିଟ୍ (APU) ରେ ନିଆଁ ଲାଗିଯାଇଥିଲା। ଯାତ୍ରୀମାନେ ଓହ୍ଲାଇବା ଆରମ୍ଭ କରିବା ସମୟରେ ଏହି ଘଟଣା ଘଟିଥିଲା। ନିଆଁ ଲାଗିବା ମାତ୍ରେ, ସିଷ୍ଟମ ଡିଜାଇନ୍ ଅନୁସାରେ APU ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ବିମାନର କିଛି କ୍ଷତି ହୋଇଛି । ତଥାପି, ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ସ୍ୱାଭାବିକ ଭାବରେ ଓହ୍ଲାଇଛନ୍ତି ଏବଂ ସୁରକ୍ଷିତ ଅଛନ୍ତି । ଅଧିକ ତଦନ୍ତ ପାଇଁ ବିମାନକୁ ଗ୍ରାଉଣ୍ଡ କରାଯାଇଛି ଏବଂ ନିଆଁ ଲାଗିବା ବିଷୟରେ ନିୟାମକଙ୍କୁ ସୂଚନା ଦିଆଯାଇଛି।