Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Air India Plane Crash: ଅନ୍ତର୍ଜାତୀୟ ଏଜେନ୍ସି କରୁଛି ତଦନ୍ତ, ସବୁ ବୋଇଂ ବିମାନର ହେବ ଯାଞ୍ଚ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Air India Plane Crash: ଅନ୍ତର୍ଜାତୀୟ ଏଜେନ୍ସି କରୁଛି ତଦନ୍ତ, ସବୁ ବୋଇଂ ବିମାନର ହେବ ଯାଞ୍ଚ

Key Points

ଗତକାଲି ସନ୍ଧ୍ୟାରେ Black box ମିଳିଛି ।

ତଦନ୍ତ ପରେ ପ୍ରକୃତରେ କଣ ହୋଇଛି ତାହା ସ୍ପଷ୍ଟ ହେବ ।

ପ୍ଲେନର Atc ସହ ସମ୍ପର୍କ ହୋଇପାରୁନଥିଲା ।

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଉଚ୍ଚ ସ୍ତରୀୟ କମିଟି ଗଠନ । ୩ ମାସରେ ରିପୋର୍ଟ ଦେବେ ଯାଞ୍ଚ କମିଟି । ଏନେଇ ପ୍ରେସ ମିଟରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ । ସେ କହିଛନ୍ତି, ଘଟଣାର ତଦନ୍ତ ଅନ୍ତର୍ଜାତୀୟ ଏଜେନ୍ସି କରୁଛି । ସବୁ ଦିଗରେ ତଦନ୍ତ ଚାଲିଛି । ଆମେ ମଧ୍ୟ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛୁ । DGCA ସମେତ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀ ଏହି କମିଟିରେ ଅଛନ୍ତି । ବିମାନବନ୍ଦରରୁ ୨ କିମି ପରେ ଏହି ଦୁର୍ଘଟଣା ହୋଇଛି । ପାଇଲଟ ଏମର୍ଜେନ୍ସି ସୂଚନା ଦେଇଥିଲେ ।

ଗତକାଲି ସନ୍ଧ୍ୟାରେ Black box ମିଳିଛି । ତଦନ୍ତ ପରେ ପ୍ରକୃତରେ କଣ ହୋଇଛି ତାହା ସ୍ପଷ୍ଟ ହେବ । ତେବେ ଯାତ୍ରୀଙ୍କ ସୁରକ୍ଷା ଆମର ପ୍ରାଥମିକତା । ପ୍ଲେନର Atc ସହ ସମ୍ପର୍କ ହୋଇପାରୁନଥିଲା । ଆଗକୁ କିଭଳି ଏମିତି ଅଘଟଣ ନହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ । ସେପଟେ ସୁରକ୍ଷା ବ୍ୟବସ୍ଥା ସହ କୌଣସି ପ୍ରକାର ସାଲିସ କରାଯିବନି । ବୋଇଂ 787 ସିରିଜର ଚଳାଚଳ ଉପରେ କଡା ନଜର ରଖାଯିବ । ବର୍ତ୍ତମାନ ସୁଦ୍ଧା ୮ଟି ବୋଇଂ 787 ବିମାନର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି ।

ଏପଟେ ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଏବେ ସବୁ ବିମାନ ବନ୍ଦରରେ ହେବ ଫୁଲସ୍କେଲ ରିହର୍ସଲ ବା ମକ ଡ୍ରିଲ । ଜୁନ ୩୦ରେ ରିହର୍ସଲ ପାଇଁ ନିର୍ଦେଶ ଦେଇଛି DGCA । ଏଥିରେ ସିଭିଲ ଏଭିଏସନର କର୍ମଚାରୀଙ୍କ ସହ ପୋଲିସ, ମେଡିକାଲ ଓ ଅଗ୍ନିଶମ ବିଭାଗର କର୍ମଚାରୀ ବି ଉପସ୍ଥିତ ରହିବେ । ବିମାନ ଦୁର୍ଘଟଣା ଘଟିଲେ କେମିତି ପ୍ରଥମେ ରେସପନ୍ସ କରାଯିବ, ଆହତଙ୍କୁ କିପରି ପ୍ରାଥମିକତା ଦେଇ ଚିକିତ୍ସା ପାଇଁ ବାହାର କରାଯିବ, ପ୍ଲେନରେ ଥିବା ଯାତ୍ରୀଙ୍କ ସମ୍ପର୍କୀୟ ବିମାନ ବନ୍ଦରକୁ ଆସିଲେ ତାଙ୍କୁ କିପରି ମ୍ୟାନେଜ କରାଯିବ ଏବଂ ଗଣମାଧ୍ୟମ ପାଇଁ ସ୍ୱତନ୍ତ୍ର ରୁମ କରାଯାଇ କିପରି ସବିଶେଷ ବିବରଣୀ ଠିକ ସମୟରେ ଦିଆଯିବ ସେନେଇ ହେବ ମକ ଡ୍ରିଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Air India Plane Crash: International agency investigating, all Boeing aircraft to be inspected | Argus News