Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Air India Plane Crash: ଛିନ୍‌ଛତ୍ର ହୋଇ ପଡ଼ିଛି ବିମାନର ଖଣ୍ଡ ବିଖଣ୍ଡିତ ଅଂଶ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Air India Plane Crash: ଛିନ୍‌ଛତ୍ର ହୋଇ ପଡ଼ିଛି ବିମାନର ଖଣ୍ଡ ବିଖଣ୍ଡିତ ଅଂଶ

Key Points

ଉଦ୍ଧାର କାର୍ଯ୍ୟରେ ସାମିଲ ଅଧିକାରୀଙ୍କୁ ଭେଟି ସେ ଆଲୋଚନା କରିଛନ୍ତି ।

ଯେଉଁ ହଷ୍ଟେଲ ଉପରେ ବିମାନ ଖସିଥିଲା, ସେହି ସ୍ଥାନରେ ପ୍ରାୟ ୨୦ ମିନିଟ ରହିଥିଲେ ପ୍ରଧାନମନ୍ତ୍ରୀ ।

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଦିନକ ପରେ ବି ହଷ୍ଟେଲ ଉପରେ ଝୁଲି ରହିଛି ବିମାନର ଧ୍ବଂସାବଶେଷ । ଘର ପୋଡି ଛାରଖାର । ବିମାନର ଯନ୍ତ୍ରାଂଶ ଏଣେ ତେଣେ ପଡିଛି । ଶୁକ୍ରବାର ଘଟଣାସ୍ଥଳରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନ କ୍ରାସ ହୋଇଥିବା ସ୍ଥାନରେ ପହଂଚି ମୋଦି ସ୍ଥିତି ସମୀକ୍ଷା କରିଛନ୍ତି । ଦୁର୍ଘଟଣାରେ କିପରି ସବୁକିଛି ଧ୍ବଂସ ହୋଇଯାଇଛି ସେହି ଚିତ୍ର ତାଙ୍କୁ ଦୁଃଖ ଦେଇଛି ବୋଲି କହିଛନ୍ତି ମୋଦି ।

ଉଦ୍ଧାର କାର୍ଯ୍ୟରେ ସାମିଲ ଅଧିକାରୀଙ୍କୁ ଭେଟି ସେ ଆଲୋଚନା କରିଛନ୍ତି । ଯେଉଁ ହଷ୍ଟେଲ ଉପରେ ବିମାନ ଖସିଥିଲା, ସେହି ସ୍ଥାନରେ ପ୍ରାୟ ୨୦ ମିନିଟ ରହିଥିଲେ ପ୍ରଧାନମନ୍ତ୍ରୀ ।

ଏକ୍ସରେ ପୋଷ୍ଟ କରି ମୋଦି କହିଛନ୍ତି ଏହି ଦୁର୍ଘଟଣାରେ ଯେଉଁମାନେ ପ୍ରାଣ ହରାଇଲେ ଆମ ଭାବନା ସେମାନଙ୍କ ସହ ଅଛି । ମୋଦିଙ୍କ ସହିତ ଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ, କେନ୍ଦ୍ର ମନ୍ତ୍ରୀ ମୂରଲି ଧର ମୋହଲ, ଏବଂ ଗୁଜରାଟ ଗୃହ ମନ୍ତ୍ରୀ ହର୍ଷ ସାଂଘଭି । ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ଏତେ ଭୟଙ୍କର ଦୁର୍ଘଟଣା ପରେ ଜଣେ ଯାତ୍ରୀ ଜୀବିତ ଅଛନ୍ତି । ବିହାରର ବିଶ୍ବାସ କୁମାର ରମେଶ । ସିଭିଲ ହସ୍ପିଟାଲରେ ବିଶ୍ବାସଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଶ୍ବାସ ଏବେ କେମିତି ଅଛନ୍ତି, ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା କିପରି ଅଛି ସେକଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ବିମାନ ଭିତରେ କଣ ଘଟିଗଲା, ଦୁର୍ଘଟଣାର ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି ବିଶ୍ବାସ । ଦୁର୍ଘଟଣାରେ ଆହତ ଅନ୍ୟମାନଙ୍କୁ ମଧ୍ୟ ଡାକ୍ତରଖାନାରେ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ମୋଦି ।

ଏହା ପରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ଏକ ସମୀକ୍ଷା ବୈଠକ କରିଥିଲେ । ଯେଉଁ ସମୀକ୍ଷା ବୈଠକରେ ବେସାମିରକ ବିମାନ ଚଳାଚଳ ବିଭାଗର ବରିଷ୍ଠ ଅଧିକାରୀ, ଏନଡିଆରଏଫ, ଗୁଜରାଟ ସରକାର । କିପରି ଉଦ୍ଧାର କାର୍ଯ୍ୟ ଚାଲିଛି, ଦୁର୍ଘଟଣାରେ ପିଡିତ ପରିବାରକୁ କିପରି ସହାୟତା ପ୍ରଦାନ କରାଯାଉଛି ଏବଂ ଫରେନସିକ ତଦନ୍ତ କିପରି ଚାଲିଛି ସେନେଇ ବୈଠକରେ ଅଧିକାରୀମାନେ ମୋଦିଙ୍କୁ ସୂଚନା ଦେଇଥିଲେ ।

ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ବିମାନ ଯାତ୍ରୀ ଜୀବିତ । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ NIA ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଘଟଣାସ୍ଥଲରେ ପହଂଚି ତଦନ୍ତ ଆରମ୍ଭ କରିଦେଇଛନ୍ତି । ଗତକାଲି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆର ବିମାନ ଉଡାଣର ମାତ୍ର ୫ ମିନିଟ୍ ପରେ କ୍ରାସ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Air India Plane Crash: Plane's wreckage scattered | Argus News