Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Air India Plane Crash: ଝିଅକୁ ଭେଟିବାକୁ ଯାଉଥିଲେ ରୂପାଣୀ, କିନ୍ତୁ ଚାଲିଗଲେ ଆରପାରିକୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Air India Plane Crash: ଝିଅକୁ ଭେଟିବାକୁ ଯାଉଥିଲେ ରୂପାଣୀ, କିନ୍ତୁ ଚାଲିଗଲେ ଆରପାରିକୁ...

Key Points

ଗୁରୁବାର ଏହି ବିମାନଟି ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନବନ୍ଦରରୁ ଲଣ୍ଡନ ଯାଉଥିଲା ।

ରୂପାନୀ ତାଙ୍କ ଝିଅକୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ ।

ଗୁଜୁରାଟ ବିଜେପି ମୁଖ୍ୟ ସି.ଆର. ପାଟିଲ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ମୃତ୍ୟୁ । ପୁରୀ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ୍ସରେ ପୋଷ୍ଟ କରି କଲେ ଶୋକ ପ୍ରକାଶ । ସାମ୍ନାକୁ ଆସିଲା ବିମାନ ଭିତରୁ ନିଆଯାଇଥିବା ରୁପାଣୀଙ୍କ ଶେଷ ଫଟୋ । ପତ୍ନୀଙ୍କୁ ଆଣିବା ପାଇଁ ଲଣ୍ଡନ ଯାଉଥିଲେ ବିଜୟ ରୁପାଣୀ ।

ଗୁରୁବାର ଏହି ବିମାନଟି ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନବନ୍ଦରରୁ ଲଣ୍ଡନ ଯାଉଥିଲା । ରୂପାନୀ ତାଙ୍କ ଝିଅକୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ । ଗୁଜୁରାଟ ବିଜେପି ମୁଖ୍ୟ ସି.ଆର. ପାଟିଲ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ସି.ଆର. ପାଟିଲ କହିଛନ୍ତି ଯେ ସେ ତାଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ । ଭଗବାନ ତାଙ୍କ ଆତ୍ମାକୁ ମଧ୍ୟ ଶାନ୍ତି ଦିଅନ୍ତୁ ।


May be an image of 3 people and text
ସେପଟେ ବିଜୟ ରୂପାଣୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ତାଙ୍କ ପତ୍ନୀ ଲଣ୍ଡନରୁ ଏବଂ ପୁଅ ଆମେରିକାରୁ ଅହମଦାବାଦ ଫେରୁଛନ୍ତି । ସ୍ବର୍ଗତଃ ରୂପାଣୀ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ସୂଚନାଯୋଗ୍ୟ ଯେ ତାଙ୍କର ଦୁଇ ପୁଅଙ୍କ ମଧ୍ୟରୁ ସାନ ପୁଅ ପୁଜିତଙ୍କ ମୃତ୍ୟୁ କିଛି ବର୍ଷ ତଳେ ଏକ ଦୁର୍ଘଟଣାରେ ହୋଇଥିଲା ।

ବିମାନରେ ଥିଲେ ମୋଟ ୨୪୨ ଜଣ ଲୋକ। ୨୩୦ ଜଣ ଯାତ୍ରୀ, ୨ ଜଣ ପାଇଲଟ ଓ ୧୦ ଜଣ କ୍ରୁ ମେମ୍ବର । ୨୩୦ ଯାତ୍ରୀଙ୍କ ମଧ୍ୟରୁ ସର୍ବାଧିକ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟେନର ନାଗରିକ, ୭ ଜଣ ପର୍ତ୍ତୁଗୀଜ୍ ଓ ଜଣେ କାନାଡ଼ାର ନାଗରିକ । ଦୁର୍ଘଟଣାଗ୍ରସ୍ତ ବିମାନରେ ଯାତ୍ରା କରୁଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ବିମାନର ସିଟ୍ ନଂ 2Dରେ ବସିଥିଲେ ।

ଦୁର୍ଘଟଣା ପୂର୍ବରୁ MAYDAY କଲ୍ କରିଥିଲେ ପାଇଲଟ୍ । ଅର୍ଥାତ୍ ଆସନ୍ନ ବିପଦ ସମ୍ପର୍କରେ ସେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ଯୋଗାଯୋଗ କରିଥିଲେ। କିନ୍ତୁ ସେତେବେଳକୁ ହୋଇଯାଇଥିଲା ବିଳମ୍ବ । ଦୁର୍ଘଟଣା ପରେ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ପରେ ଉଦ୍ଧାର ଅଭିଯାନରେ ସାମିଲ ହେଲେ ଭାରତୀୟ ସେନା ଓ NDRF। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ପିଏମଙ୍କ ନିର୍ଦ୍ଦେଶରେ ଉଭୟ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦୁର୍ଘଟଣା ସ୍ତବ୍ଧ କରିଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଦ୍ୟୋଗପତି ଗୌତମ ଅଦାନୀ ପ୍ରମୁଖ ଏହି ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Air India Plane Crash: Rupani was on her way to meet her daughter, but he died | Argus News