Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Air India Plane Crash: ସେଇ ଅଜଣା ମହିଳାଙ୍କ ସେଲଫି ରହିଗଲା ଶେଷ ସାକ୍ଷୀ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Air India Plane Crash: ସେଇ ଅଜଣା ମହିଳାଙ୍କ ସେଲଫି ରହିଗଲା ଶେଷ ସାକ୍ଷୀ

Key Points

ଝୁରୁଛନ୍ତି ପରିବାର, ଝୁରୁଛି ରାଜ୍ୟ।

ଅଙ୍ଗାର ପାଲଟିଥିବା ଶରୀର ଚିହ୍ନଟ ପାଇଁ ଜାରି ରହିଛି DNA ଟେଷ୍ଟ ।

ରିପୋର୍ଟକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ ।

ଆଖିରେ ଆଖିଏ ସ୍ବପ୍ନ ନେଇ ବିମାନରେ ଉଡୁଥିବା ମଣିଷ କେଇ କ୍ଷଣରେ ପାଲଟି ଗଲେ ଅଙ୍ଗାର । ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଉଜୁଡି ଯାଇଛି ୨୬୫ ପରିବାରର ଆଶା । ଆହତଙ୍କ ଶରୀରରେ ସତେଜ କ୍ଷତ, ପ୍ରିୟଜନଙ୍କୁ ହରାଇ ମ୍ରିୟମାଣ ପରିବାର । ମାତ୍ର କେଇ ଘଣ୍ଟା ପରେ ଲଣ୍ଡନରେ ନିଜ ପତ୍ନୀ ଓ ଝିଅଙ୍କୁ ଭେଟିଥାଆନ୍ତେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ବିମାନରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦେଖି କେହି ଜଣେ ସହଯାତ୍ରୀ ଚୁପଚାପ୍ ଉଠାଇ ନେଇଥିଲେ ସେଲଫି । କିଏ ଜାଣିଥିଲା ଏହି ସେଲଫି ହି ତାଙ୍କ ପରିବାର ଲୋକଙ୍କ ପାଇଁ ରହିଯିବ ଶେଷ ସାକ୍ଷୀ ହୋଇ ।

ଝୁରୁଛନ୍ତି ପରିବାର, ଝୁରୁଛି ରାଜ୍ୟ। ଅଙ୍ଗାର ପାଲଟିଥିବା ଶରୀର ଚିହ୍ନଟ ପାଇଁ ଜାରି ରହିଛି DNA ଟେଷ୍ଟ । ରିପୋର୍ଟକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ । ଦୁର୍ଘଟଣା ସ୍ଥଳରୁ DVR ବା ବିମାନର ବ୍ଲାକବକ୍ସ ମିଳିଥିବା ବେଳେ ଖୁବଶୀଘ୍ର ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବା ସମ୍ଭାବନା ରହିଛି ।

ବିମାନ ଟ୍ରାଜେଡିର ଲୁହଭିଜା କାହାଣୀ ଦେଶକୁ ସ୍ତବ୍ଧ କରିଥିବାବେଳେ ସାମାନ୍ୟ ବିଳମ୍ବ କାରଣରୁ ଜୀବନ ବଞ୍ଚାଇ ପାରିଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଉଛନ୍ତି ଗୁଜରାଟ ଭରୁଚର ଭୂମି ଚୌହାନ । ଟ୍ରାଫିକ୍ ଜାମ୍ କାରଣରୁ ୧୦ ମିନିଟ ବିଳମ୍ବରେ ଚେକ୍ ଗେଟ୍ ନିକଟରେ ପହଞ୍ଚି ଥିବାରୁ ତାଙ୍କୁ ବିମାନରେ ଯିବାକୁ ଅନୁମତି ମିଳିନଥିଲା । ଯାତ୍ରା ବାତିଲ ହେବା ଯୋଗୁ ଦୁଃଖ କରିଥିଲେ । ଯେଉଁ ଏୟାର ଇଣ୍ଡିଆ ବିମାନକୁ ସେ ମିସ୍ କରିଛନ୍ତି ତାହା କ୍ରାସ ହୋଇଥିବା ଜାଣିବା ପରେ ସେ ଚକିତ ହୋଇଯାଇଥିଲେ। ହାତ ଗୋଡ କମ୍ପିବାକୁ ଲାଗିଥିଲା ।

କିଏ ବାପାଙ୍କୁ ତ କିଏ ମାଆକୁ, କିଏ ଭାଇ ତ କିଏ ହରାଇଛି ଉଉଣୀ । ଦୁର୍ଘଟଣାରେ ଛାରଖାର ହୋଇଛି ଶତାଧିକ ପରିବାର । ଉଜୁଡି ଯାଇଛି ସର୍ବସ୍ବ । ଅଫେରା ରାଇଜକୁ ଶେଷଯାତ୍ରାରେ ଯାଇଥିବା ପ୍ରିୟଜନଙ୍କ ପାଇଁ ଆଖିରୁ ଶୁଖୁନି ଲୁହ । ଆଖିରେ ଅସୁମାରୀ ଆଶା ଆଉ ସାଥିରେ ନିଜ ତିନି ପିଲାଙ୍କୁ ଧରି ନୂଆ ଜୀବନ ଗଢ଼ିବାକୁ ଲଣ୍ଡନ୍ ବାହାରିଥିବା ରାଜସ୍ଥାନର ସଫ୍ଟୱେର ଇଞ୍ଜିନିୟର ପ୍ରତୀକ ଯୋଶୀ ଓ ପତ୍ନୀ ଡାକ୍ତର କୋମି ଦାସଙ୍କ ଆଶା ରହିଗଲା ଅଧୁରା । ନିଆଁର ଆଁରେ ମିଳେଇଗଲା ସ୍ବପ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Air India Plane Crash: The last witness left behind was a selfie of that unknown woman | Argus News