Air India Plane Crash: ସାମ୍ନାକୁ ଆସିଲା କେଉଁମାନେ ଥିଲେ ବିମାନରେ, DGCA ଦେଲା ଲିଷ୍ଟ

Key Points
ଏମିତି ଦୁର୍ଘଟଣା ନିକଟ ଅତୀତରେ ଘଟିଥିବା କାହାର ନଜିର ନାହିଁ ।
ଏବେ ବିମାନରେ ଯାତ୍ରା କରୁଥିବା ଲୋକଙ୍କ ମଧ୍ୟରେ ଥିଲେ ଅନେକ ବିଶିଷ୍ଟ ବ୍ୟକ୍ତି ।
ଯାତ୍ରୀମାନଙ୍କ ମଧ୍ୟରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ରହିଥିଲେ ।
ଅହମ୍ମଦାବାଦ ଦୁର୍ଘଟଣା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ । ଏତେ ବଡ଼ ଦୁର୍ଘଟଣା ନିକଟ ଅତୀତରେ କେବେ ଘଟିଥିବା କାହାର ନଜିର ନାହିଁ । କାରଣ ଏହି ବିମାନ ଥିଲା ଖୁବ୍ ବିଶାଳ । ଯେଉଁଥିରେ ୨୪୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ । କୁହାଯାଉଛି ଏହି ସମସ୍ତ ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । କାରଣ ବିମାନଟି ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଯାଇଛି ଓ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଖାଲି ସେତିକି ନୁହେଁ ବିମାନଟି ଯେଉଁ ବିଲ୍ଡିଂ ଉପରେ ମାଡ଼ ହେଲା, ସେଠାରେ ରହୁଥିବା ଅନେକ ଛାତ୍ର ମଧ୍ୟ ଗୁରୁତର ହୋଇଛନ୍ତି । କୁହାଯାଉଛି ସେମାନଙ୍କ ଜୀବନ ମଧ୍ୟ ବିପଦରେ । କାରଣ ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ, ତାହା କେବେ କେହି କଳ୍ପନା ସୁଦ୍ଧା କରିନଥିଲେ ।
ଏବେ ବିମାନରେ ଯାତ୍ରା କରୁଥିବା ଲୋକଙ୍କ ମଧ୍ୟରେ ଥିଲେ ଅନେକ ବିଶିଷ୍ଟ ବ୍ୟକ୍ତି । ଯେଉଁମାନଙ୍କର ସମାଜରେ ବହୁତ ଗୁରୁତ୍ୱ ରହିଛି । ଏହି ଯାତ୍ରୀମାନଙ୍କ ମଧ୍ୟରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ରହିଥିଲେ । ବିଜୟ ରୂପାଣୀ ଭାରତୀୟ ଜନତା ପାର୍ଟିର ଜଣେ ନେତା । ତାଙ୍କ ଅବସ୍ଥା ବି ସଂକଟାପନ୍ନ ରହିଛି । ତେବେ କେଉଁ କେଉଁମାନେ ଏହି ବିମାନରେ ଯାତ୍ରା କରୁଥିଲେ, ସେମାନଙ୍କର ତାଲିକା ଏବେ ସାମ୍ନାକୁ ଆସି ସାରିଛି । ସେହି ତାଲିକାରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ସମସ୍ତ ଯାତ୍ରୀଙ୍କ ନାମ ରହିଛି। ଏହି ବିମାନରେ ୨ ଜଣ ପାଇଲଟ୍ ଏବଂ ୧୦ ଜଣ କ୍ୟାବିନ କ୍ର୍ୟୁ ମଧ୍ୟ ଥିଲେ । ଗୁରୁବାର ଦିନ ୧:୩୮ ରେ ଉଡ଼ାଣ ଭରିଥିଲା ଏହି ବିମାନ । ଆଉ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍ ପରେ ଏହି ଦୁର୍ଘଟଣାଗ୍ରସ୍ତ ହେଲା ।
କ୍ୟାପ୍ଟେନ୍ ସୁମିତ ସବରୱାଲ୍ ଉଡ଼ାଉଥିଲେ ବିମାନ
କ୍ୟାପ୍ଟେନ୍ ସୁମିତ ସବରୱାଲ୍ ବିମାନ ଚଳାଉଥିଲେ ଏହି ବିମାନ । ତାଙ୍କ ସହିତ ଫାଷ୍ଟ ଅଫିସର୍ କ୍ଲାଇଭ୍ କୁଣ୍ଡର ମଧ୍ୟ ଥିଲେ । କୁହାଯାଉଛି ୮୨୦୦ ଘଣ୍ଟା ବିମାନ ଉଡ଼ାଇବାର ଅଭିଜ୍ଞତା ଏହି କ୍ୟାପ୍ଟେନ୍ଙ୍କ ପାଖରେ ରହିଛି । ଅନ୍ୟପଟେ ତାଙ୍କ ସହ-ପାଇଲଟ୍ଙ୍କ ୧୧୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ରହିଛି । କୁହାଯାଉଛି ଯେ ଏହି ବିମାନରେ ବ୍ରିଟେନ୍ର ୫୩ ଜଣ, ପର୍ତ୍ତୁଗାଲର ୭ ଜଣ ଏବଂ କାନାଡାର ଜଣେ ଯାତ୍ରୀ ଥିଲେ । ସୂଚନା ଅନୁଯାୟୀ, ଦୁର୍ଘଟଣା ପୂର୍ବରୁATCକୁ ଏକ ସଙ୍କେତ ଦେଇଥିଲେ ପାଇଲଟ୍ । ଯାହା ବିପଦର ସୂଚନା ଥିଲା ଏବଂ କିଛି ମୁହୂର୍ତ୍ତ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଡିଜିସିଏ ଦେଇଥିବା ସୂଚନା
ବିମାନ ଦୁର୍ଘଟଣା ପରେ ଡିଜିସିଏ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି । ୧୨ ଜୁନ୍ ୨୦୨୫ରେ ଏୟାର ଇଣ୍ଡିଆର ବିମାନ B787 ଅହମ୍ମଦାବାଦରୁ ଗେଟୱିକ୍ (AI-171) ଯାଉଥିଲା । ଦୁର୍ଘଟଣାଗ୍ରସ୍ତ ହୋଇଥିବା B787 ବିମାନଟି ଏକ ବୋଇଂ-୭୮୭ ଡ୍ରିମଲାଇନର ବିମାନ । ଯାହାକୁ ଅନେକ ବିମାନ କମ୍ପାନୀ ଦୀର୍ଘ ଦୂରତା ପାଇଁ ବ୍ୟବହାର କରନ୍ତି । ୭୮୭ ଡ୍ରିମଲାଇନର ଏକ ନୂଆ ଏବଂ ଆଡ୍ଭାନ୍ସଡ୍ ବିମାନ ଥିଲା, ଯାହାକୁ ଦୀର୍ଘ ଦୂରତା ଉଡ଼ାଣ ପାଇଁ ବହୁତ ଲୋକପ୍ରିୟ ବୋଲି ବିବେଚନା କରାଯାଏ ।
-ଅହମ୍ମଦାବାଦରେ AIR INDIA PLANE CRASH
-DGCA ଜାରି କଲା ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ଯାତ୍ରୀଙ୍କ ତାଲିକା pic.twitter.com/uOjN33YaLx