Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମଧ୍ୟପ୍ରାଚ୍ୟକୁ ଉଡାଣ ଆରମ୍ଭ,ଏୟାର ଇଣ୍ଡିଆ ପକ୍ଷରୁ ନୂଆ ଘୋଷଣା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମଧ୍ୟପ୍ରାଚ୍ୟକୁ ଉଡାଣ ଆରମ୍ଭ,ଏୟାର ଇଣ୍ଡିଆ ପକ୍ଷରୁ ନୂଆ ଘୋଷଣା

Key Points

ଆଜି ପୁଣି ମଧ୍ୟପ୍ରାଚ୍ୟକୁ ଉଡାଣ ଆରମ୍ଭ

ସ୍ଥିତିରେ ସୁଧାର ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ନୂଆ ଘୋଷଣା

ଇରାନ୍-ଇସ୍ରାଏଲ୍-ଆମେରିକା ଯୁଦ୍ଧ ସ୍ଥିତିକୁ ନେଇ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବନ୍ଦ ହୋଇଥିଲା

ଆଜି ପୁଣି ମଧ୍ୟପ୍ରାଚ୍ୟକୁ ଉଡାଣ ଆରମ୍ଭ । ସ୍ଥିତିରେ ସୁଧାର ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ନୂଆ ଘୋଷଣା ହୋଇଛି । ଇରାନ୍-ଇସ୍ରାଏଲ୍-ଆମେରିକା ଯୁଦ୍ଧ ସ୍ଥିତିକୁ ନେଇ ମଧ୍ୟପ୍ରାଚ୍ୟକୁ ସମସ୍ତ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବନ୍ଦ ହୋଇଥିଲା । ଇରାନର ପରମାଣୁ କେନ୍ଦ୍ର ଓ ଏୟାର ବେସ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପରେ ପ୍ରଭାବିତ ହୋଇଥିଲା ଆନ୍ତର୍ଜାତିକ ବିମାନ ଉଡାଣ । ଇରାନୀ ସେନା କତାରରେ ଥିବା ଆମେରିକୀୟ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ମଧ୍ୟପ୍ରାଚ୍ୟକୁ ସମସ୍ତ ବିମାନ ଉଡାଣ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରିଥିଲା । 


ଯୁଦ୍ଧ ସ୍ଥିତିକୁ ନେଇ କତାର ଓ ଉପସାଗରୀୟ ଅଞ୍ଚଳର କିଛି ଅଂଶରେ ଆକାଶ ମାର୍ଗ ବନ୍ଦ ହେବା ଯୋଗୁ ଅନେକ ଭାରତୀୟ ବିମାନ କମ୍ପାନି ବିମାନ ଚଳାଚଳକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲେ । ଆଜିଠୁ ମିଡିଲ ଇଷ୍ଟ ଓ ୟୁରୋପକୁ ସ୍ବାଭାବିକ ହେବ ଉଡାଣ ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
air-india-to-resume-flights-to-middle-east-and-europe-from-25-june-us-and-canada-next | Argus News