Air Turbulence / ଏୟାର ଇଣ୍ଡିଆ ଟର୍ବୁଲାନ୍ସ ଘଟଣା…. ୩୦୦ ଫୁଟ ତଳକୁ ଖସିଥିଲା ବିମାନ….ଗଞ୍ଜେଇ ଖାଇଥିଲେ ପାଇଲଟ
·1 hour ago·2 min read

Key Points
ଏଆଇ୨୩୭୯ ବିମାନ ଚଳାଉଥିବା ପାଇଲଟ୍-ଇନ୍ କମାଣ୍ଡ ଗଞ୍ଜେଇ ଖାଇଥିବା ନେଇ ଦ୍ୱିତୀୟ ଡୋପ୍ ଟେଷ୍ଟରୁ ସ୍ପଷ୍ଟ ହୋଇଛି
ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍ ୩୦୦ ଫୁଟ୍ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ ଓ କ୍ରିଉ ସଦସ୍ୟ ଆହତ ହୋଇଥିଲେ। ତେବେ ସେତେବେଳେ ଏଆଇ୨୩୭୯ ବିମାନ ଚଳାଉଥିବା ପାଇଲଟ୍-ଇନ୍ କମାଣ୍ଡ ଗଞ୍ଜେଇ ଖାଇଥିବା ନେଇ ଦ୍ୱିତୀୟ ଡୋପ୍ ଟେଷ୍ଟରୁ ସ୍ପଷ୍ଟ ହୋଇଛି। ଘଟଣା ପରେ ବିମାନର ଉଭୟ ପାଇଲଟ୍ଙ୍କ ଡୋପ୍ ଟେଷ୍ଟ କରାଯାଇଥିଲା। ତେବେ ପାଇଲଟ୍-ଇନ୍-କମାଣ୍ଡଙ୍କ ପ୍ରାରମ୍ଭିକ ପରୀକ୍ଷା ଅଧିକ ସ୍ପଷ୍ଟ କରାଯିବା ଆବଶ୍ୟକ ହୋଇଥିଲା। ଫଳରେ ତାଙ୍କ ନମୁନା ନିର୍ଦ୍ଦିଷ୍ଟ ଲାବରେଟୋରିକୁ ପଠାଯାଇଥିଲା। ଉକ୍ତ କନ୍ଫର୍ମେଶନ ପରୀକ୍ଷାରୁ ମାରିଜୁଆନା(ଗଞ୍ଜେଇ) ପଜିଟିଭ୍ ରିପୋର୍ଟ ଆସିଥିବା ସୂତ୍ରରୁ କୁହାଯାଇଛି। ତଦନ୍ତ ଜାରି ରହିଥିବାରୁ ଉଭୟ ପାଇଲଟ୍ଙ୍କୁ ଡ୍ୟୁଟିରୁ ବାଦ୍ ଦିଆଯାଇଛି।
ଏୟାର ଇଣ୍ଡିଆର ଏୟାରବସ୍ ଏ୩୨୦ ଗତ ୪ ତାରିଖରେ ଫୁକେଟରୁ ଦିଲ୍ଲୀ ଯାଉଥିବାବେଳେ ନିର୍ଦ୍ଦିଷ୍ଟ ଉଚ୍ଚତାରୁ ହଠାତ ୩୦୦ ଫୁଟ୍ ଖସିଆସିବାରୁ ୪ କ୍ରିଉଙ୍କ ସମେତ ୧୭ ଜଣ ଆହତ ହୋଇଥିଲେ। ବିମାନରେ ୨ ପାଇଲଟ, ୬ କ୍ରିଉ ସଦସ୍ୟ ଥିବାବେଳେ ୩ ଶିଶୁଙ୍କ ସମେତ ୧୩୭ ଜଣ ଯାତ୍ରୀ ଥିଲେ। ୫ ମିନିଟ୍ ଟର୍ବୁଲାନ୍ସ ପରେ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏହାକୁ ଗମ୍ଭୀର ଘଟଣା କହିବା ପରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍ଭେଷ୍ଟିଗେଶନ ବ୍ୟୁରୋ ଏହାର ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଥିଲା। ପରୀକ୍ଷା ପାଇଁ ବିମାନର ଡାଟା ରେକର୍ଡର ଓ କକ୍ପିଟ୍ ଭଏସ୍ ରେକର୍ଡରକୁ ସୁରକ୍ଷିତ ଭାବେ ରଖାଯାଇଛି।
ଏହାସହ ପଢ଼ନ୍ତୁ: ଏୟାର ଇଣ୍ଡିଆ ଏୟାର ଟର୍ବ୍ୟୁଲାନ୍ସ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ; ଡ୍ୟୁଟିରୁ ହଟିଲେ ପାଇଲଟ୍
ଟର୍ବୁଲାନ୍ସ ଘଟଣାରେ ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ୍ ଓ୍ବିଲସନ୍, ବରିଷ୍ଠ ଏୟାରଲାଇନ୍ ଏକ୍ଜିକ୍ୟୁଟିଭ୍ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ସଚିବ ସମୀର କୁମାର ସିହ୍ନା ଓ ଅନ୍ୟ ଅଧିକାରୀମାନଙ୍କୁ ଭେଟିଛନ୍ତି। ଉକ୍ତ ବୈଠକରେ ଟାଟା ସନ୍ସ ଅଧ୍ୟକ୍ଷଙ୍କ କାର୍ଯ୍ୟନିର୍ବାହୀ ଉପଦେଷ୍ଟା ତଥା ପୂର୍ବତନ ସିଭିଏ ଆଭିଏଶନ ସଚିବ ପ୍ରଦୀପ ସିଂ ଖାରୋଲାଙ୍କ ସମେତ ଏୟାର ଇଣ୍ଡିଆ ବିମାନ ଚଳାଚଳ ସୁରକ୍ଷା ମୁଖ୍ୟ ଦୀପକ ଯୋଶୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।
କେବଳ ଭାରତ ନୁହେଁ ଯିଏ ଏହି ତଦନ୍ତରେ କାମ କରୁଛି। ଫ୍ରାନ୍ସର ବିମାନ ଦୁର୍ଘଟଣା ତଦନ୍ତ ସଂସ୍ଥା, BEA ଏବଂ ବିମାନ ନିର୍ମାତା ଏୟାରବସର ବୈଷୟିକ ବିଶେଷଜ୍ଞମାନେ ମଧ୍ୟ AAIBକୁ ସହାୟତା କରୁଛନ୍ତି। ଅନ୍ତର୍ଜାତୀୟ ବିମାନ ନିୟମ ଅନୁଯାୟୀ, ଯେଉଁ ଦେଶରେ ବିମାନ ଡିଜାଇନ୍ କିମ୍ବା ନିର୍ମିତ ହୋଇଥିଲା ସେହି ଦେଶ ଏକ ଗୁରୁତର ବିମାନ ଘଟଣାର ତଦନ୍ତରେ ଅଂଶଗ୍ରହଣ କରେ। ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ, BEA ଏବଂ ଏୟାରବସ AAIBକୁ ଆବଶ୍ୟକୀୟ ବୈଷୟିକ ସୂଚନା ଏବଂ ଡିଜାଇନ୍ ଡକ୍ୟୁମେଣ୍ଟ ପ୍ରଦାନ କରୁଛନ୍ତି। ICAO ଏବଂ ପ୍ରାସଙ୍ଗିକ ଦେଶଗୁଡ଼ିକୁ ମଧ୍ୟ ଏହି ଘଟଣା ବିଷୟରେ ଅବଗତ କରାଯାଇଛି।
AAIB ଏହା ମଧ୍ୟ କହିଛି ଯେ ତଦନ୍ତ ସମୟରେ ସଂଗୃହୀତ କିଛି ରେକର୍ଡ, ବିବୃତ୍ତି, ଡାକ୍ତରୀ ସୂଚନା ଏବଂ ଅନ୍ୟାନ୍ୟ ସାମଗ୍ରୀ ନିୟମାବଳୀ ଅନୁଯାୟୀ ଗୋପନୀୟ ରହିବ। ଏଜେନ୍ସି ଗଣମାଧ୍ୟମ ଏବଂ ଜନସାଧାରଣଙ୍କୁ ଅପୂର୍ଣ୍ଣ, ଯାଞ୍ଚ ନ ହୋଇଥିବା କିମ୍ବା ଚୟନିତ ସୂଚନା ଉପରେ ଆଧାର କରି ଘଟଣାର କାରଣ ବିଷୟରେ କୌଣସି ନିଷ୍କର୍ଷ ବାହାର ନକରିବାକୁ ନିବେଦନ କରିଛି। AAIB ଅନୁଯାୟୀ, ତଦନ୍ତ ସ୍ୱାଧୀନ ଏବଂ ପ୍ରମାଣ-ଭିତ୍ତିକ ହେବ।

- ଫ୍ରାନ୍ସର BEA ମଧ୍ୟ ତଦନ୍ତରେ ସହାୟତା କରିବ

- କିଛି ତଦନ୍ତ ସୂଚନା ଗୋପନୀୟ ରହିବ
AAIB ଏହା ମଧ୍ୟ କହିଛି ଯେ ତଦନ୍ତ ସମୟରେ ସଂଗୃହୀତ କିଛି ରେକର୍ଡ, ବିବୃତ୍ତି, ଡାକ୍ତରୀ ସୂଚନା ଏବଂ ଅନ୍ୟାନ୍ୟ ସାମଗ୍ରୀ ନିୟମାବଳୀ ଅନୁଯାୟୀ ଗୋପନୀୟ ରହିବ। ଏଜେନ୍ସି ଗଣମାଧ୍ୟମ ଏବଂ ଜନସାଧାରଣଙ୍କୁ ଅପୂର୍ଣ୍ଣ, ଯାଞ୍ଚ ନ ହୋଇଥିବା କିମ୍ବା ଚୟନିତ ସୂଚନା ଉପରେ ଆଧାର କରି ଘଟଣାର କାରଣ ବିଷୟରେ କୌଣସି ନିଷ୍କର୍ଷ ବାହାର ନକରିବାକୁ ନିବେଦନ କରିଛି। AAIB ଅନୁଯାୟୀ, ତଦନ୍ତ ସ୍ୱାଧୀନ ଏବଂ ପ୍ରମାଣ-ଭିତ୍ତିକ ହେବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories