Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏୟାର ଇଣ୍ଡିଆର ୭୮ ଉଡ଼ାଣ ରବ୍ଦ: ସମୂହ ଛୁଟିରେ ଗଲେ ୩୦୦ରୁ ଅଧିକ କର୍ମଚାରୀ

National

ଏୟାର ଇଣ୍ଡିଆର ୭୮ ଉଡ଼ାଣ ରବ୍ଦ: ସମୂହ ଛୁଟିରେ ଗଲେ ୩୦୦ରୁ ଅଧିକ କର୍ମଚାରୀ

Ritu Das
Browse all articles by Ritu Das
·2 years ago·1 min read
ଏୟାର ଇଣ୍ଡିଆର ୭୮ ଉଡ଼ାଣ ରବ୍ଦ: ସମୂହ ଛୁଟିରେ ଗଲେ ୩୦୦ରୁ ଅଧିକ କର୍ମଚାରୀ

ଅର୍ଗସ ବ୍ୟୁରୋ: ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୮ଟି ଜାତୀୟ ତଥା ଅନ୍ତର୍ଜାତୀୟ ବିମାନର ଉଡାଣକୁ ବାତିଲ କରାଯାଇଛି।  ଏନେଇ ବିମାନ ଚଳାଚଳ ସୂତ୍ରରୁ ପ୍ରକାଶ ପାଇଛି। ଏହି ବିମାନ ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ବାତିଲ ହୋଇଥିବା ସୂଚନା ରହିଛି।

ଏହାର କାରଣ ହେଉଛି ଏୟାର ଇଣ୍ଡିଆର ୩୦୦ ବରିଷ୍ଠ କର୍ମଚାରୀ ସମୂହ ଛୁଟିରେ ଯାଇଛନ୍ତି। ତେବେ ଛୁଟିର କାରଣ ଅସୁସ୍ଥତା ଦର୍ଶାଯାଇଛି। ଯେଉଁଥିପାଇଁ ଏୟାର ଇଣ୍ଡିଆ କମ୍ପାନୀକୁ ଏଭଳି ବଡ଼ ପଦକ୍ଷେପ ନେବାକୁ ପଡ଼ିଛି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କୌଣସି ନୋଟିସ ନ ଦେଇ ସାମୂହିକ ଛୁଟି ନେଇଛନ୍ତି। 

ଏହି ଘଟଣାଗୁଡ଼ିକର କାରଣ ବୁଝିବା ପାଇଁ ଆମେ କ୍ରୁଙ୍କ ସହ ଯୋଡ଼ି ହୋଇ ରହିଛୁ। ଆମର ଟିମ୍‌ ଏହି ସମସ୍ୟାକୁ ସମାଧାନ କରିବାରେ ଲାଗିପଡ଼ିଛନ୍ତି। ଯାହା ଫଳରେ ଆମେ ଯାତ୍ରୀମାନଙ୍କ ସମସ୍ୟାକୁ କମ୍‌ କରିପାରିବୁ।’ ଏହି ଅପ୍ରତ୍ୟାଶିତ ବ୍ୟାଘାତ ପାଇଁ ଆମେ ଆମର ଅତିଥିମାନଙ୍କୁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାଛଡ଼ା ନିଶ୍ଚିତ କରୁଛୁ ଯେ ଏହି ସେବା ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ବିବୃତ୍ତିରେ କୁହାଯାଇଛି।
ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ, ଏକ୍ସପ୍ରେସରେ ଉଡ଼ାଣ ଭରିବାକୁ ଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦରକୁ ଯିବା ପୂର୍ବରୁ ସେମାନେ ପ୍ରଭାବିତ ହୋଇଛନ୍ତି କି ନାହିଁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Air India's 78 flight | Argus News