|
logo
Live
Argus News App
GET APP

Argus News - ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇବାରୁ ପୁଣି ଦିଲ୍ଲୀ ବାୟୁ ପ୍ରଦୂଷିତ

National

ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇବାରୁ ପୁଣି ଦିଲ୍ଲୀ ବାୟୁ ପ୍ରଦୂଷିତ

Ritu Das
Browse all articles by Ritu Das
·2 years ago·1 min read
ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇବାରୁ ପୁଣି ଦିଲ୍ଲୀ ବାୟୁ ପ୍ରଦୂଷିତ

ଅର୍ଗସ ବ୍ୟୁରୋ: ବାରଣ ସତ୍ତ୍ବେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାଣ ଫୁଟାଇ ଦିଲ୍ଳୀର ପରିବଶେକୁ ପୁଣି ଥରେ ବିଷାକ୍ତ କରି ଦେଇଛନ୍ତି ସହରବାସୀ। ଗତକାଲି ଦୀପାବଳି ପାଳନ ପରେ ପୁଣି ଥରେ ରାଜଧାନୀ ଦିଲ୍ଲୀର ବାୟୁ ଅବସ୍ଥା ବିଗିଡ଼ି ଯାଇଛି। ଗତକାଲି ଦୀପାବଳି ରାତିରେ ପରେ ଆଜି ସକାଳୁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳଗୁଡିକ ଘନ କୁହୁଡିରେ ଆଚ୍ଛାଦିତ ହୋଇଥିଲା। ଜାତୀୟ ରାଜଧାନୀର ଅନେକ ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବା ହେତୁ ଅନେକ ମିଟର ପର୍ଯ୍ୟନ୍ତ ବାଟ ବି ଦିଶିନଥିଲା।

ଆଜି ସକାଳୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁର ମାନ ଅତି ଶୋଚନୀୟ ଥିବା ରେକର୍ଡ ହୋଇଛି । ଇଣ୍ଡିଆ ଗେଟ୍ ଠାରେ ବାୟୁର ମାନ ସବୁଠାରୁ ଖରାପ ରହିଥିବା ଏୟାର କ୍ୱାଲିଟି ଇଣ୍ଡେକ୍ସରେ ରେକର୍ଡ। 

ତେବେ ସୋମବାର ସକାଳେ ସହରର କେତେକ ଅଞ୍ଚଳରେ ଏକ୍ୟୁଆଇ ସ୍ତର ୯୦୦ ବି ଛୁଇଁଛି। ସହରର ମଧ୍ୟଭାଗରେ ଥିବା ଇଣ୍ଡିଆ ଗେଟ୍ ଅଞ୍ଚଳରେ ୯୯୯ ଏକ୍ୟୁଆଇ ରେକର୍ଡ ହୋଇଛି। ପୁସା ଅଞ୍ଚଳରେ ୯୭୦ ଏକ୍ୟୁଆଇ ଥିବା ବେଳେ ଆନନ୍ଦ ବିହାର ଅଞ୍ଚଳରେ ୮୪୮ ଏକ୍ୟୁଆଇ ରେକର୍ଡ ହୋଇଛି। ଆପଣ ଜାଣନ୍ତି ଯେ ଅକ୍ଟୋବର ମାସ ପରେ ପରେ ଦିଲ୍ଳୀର ବାୟୁ ଅବସ୍ଥା ଖରାପ ବା ‘ପୋର୍‌’ ବର୍ଗରେ ରହିିଛି। ବର୍ଷା ହେବା ପରେ ଶୁକ୍ରବାର ଦିନ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିବା ବେଳେ ଦୀପାବଳି ପାଳନ ପରେ ତାହା ପୁଣି ଥରେ ଖରାପ ବର୍ଗକୁ ପଳାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

Sponsored
ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇବାରୁ ପୁଣି ଦିଲ୍ଲୀ ବାୟୁ ପ୍ରଦୂଷିତ | Argus News