Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪ ଶହ ପାର୍‌ କଲା

National

ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪ ଶହ ପାର୍‌ କଲା

Ritu Das
Browse all articles by Ritu Das
·1 year ago
ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪ ଶହ ପାର୍‌ କଲା

ଅର୍ଗସ ବ୍ୟୁରୋ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଅଣନିଃଶ୍ଵାସୀ ରାଜଧାନୀବାସୀ । ଦିଲ୍ଲୀ ଆନନ୍ଦ ବିହାର ସମେତ କିଛି ସ୍ଥାନରେ ଆଜି ଏୟାର କ୍ୱାଲିଟି ଇଣ୍ଡେକ୍ସ ୪ ଶହ ପାର୍‌ କରିଛି । ମୁଣ୍ଡକାରେ ୩୧୪ , ପଞ୍ଜାବୀ ବାଗ୍‌ରେ ୩୦୦, ଆରକେ ପୁରମରେ AIQ 427 ରେକର୍ଡ ହୋଇଛି । ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀକୁ ଚାଲିଯାଇଛି ।  ଦୀପାବଳିକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ପ୍ରଦୂଷଣ ମାତ୍ରା ଅତି ସାଂଘାତିକ ସ୍ତର ଛୁଇଁଛି । 

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁ ଲୋକମାନେ ଶ୍ବାସ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେପଟେ ଯମୁନା ନଦୀରେ ବିଷାକ୍ତ ଫେଣ ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ଆଗକୁ ଛଟ୍ ପୂଜା ଆସୁଥିବାରୁ ଏହି ବିଷାକ୍ତ ପାଣିରେ ଲୋକେ ପର୍ବ ପାଳନ କରିବାକୁ ଯାଉଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Air quality index | Argus News