Flight Crash / ରାଞ୍ଚିରୁ ଦିଲ୍ଳୀକୁ ଯାଉଥିଲା ଝାଡ଼ଖଣ୍ଡରେ ଖସିପଡ଼ିଲା

Key Points
ରାତି ଅଧରେ ଆକାଶରୁ ଖସି ପଡ଼ିଲା ବିମାନ
ପୁଣିଥରେ ହେଲା ଦିଲ୍ଲୀରୁ ଉଡ଼ିଥିବା ବିମାନ ସହ ଦୁର୍ଘଟଣା
ରାଞ୍ଚିରୁ ଦିଲ୍ଳୀକୁ ଯାଉଥିଲା ଝାରଖଣ୍ଡରେ ଖସିପଡ଼ିଲା
ବିମାନରେ ଥିବା ସମସ୍ତଙ୍କ ଯାତ୍ରୀଙ୍କର ମୃତ୍ୟୁ ହୋଇଗଲା
ହଠାତ ଆକାଶରୁ ଖସି ପଡ଼ିଥିଲା ବିମାନ । ଭିତରେ ଚିତ୍କାର କରୁଥିଲେ ଯାତ୍ରୀ କିନ୍ତୁ କେହି ବଞ୍ଚିଲେ ନାହିଁ । ଗୁଣ୍ଡ ଗୁଣ୍ଡ ହୋଇଗଲା ପୁରା ବିମାନ । ଆକାଶରୁ ଆସି ମାଟିରେ ପ୍ରଚଣ୍ଡ ଶବ୍ଦ କରି ପିଟି ହୋଇଗଲା । ପାଇଲଟ ଯେତେ ଚେଷ୍ଟା କରିଥିଲେ ହେଲେ ବିମାନକୁ ବଞ୍ଚାଇ ପାରିଲେ ନାହିଁ । ପୁଣିଥରେ କାଳ ହୋଇଛି ବିମାନ ଦୁର୍ଘଟଣା । ଭାରତ ଭିତରେ ଗୋଟିଏ ପରେ ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହେଉଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଚତରା ଜିଲ୍ଲାରେ । ବିମାନଟି ରାଞ୍ଚିରୁ ଦିଲ୍ଲୀ ଯାଉଥିବା ବେଳେ ମଝି ଆକାଶରୁ ଖସି ପଡ଼ିଛି । ବିମାନ ଭିତରେ ଥିବା ସବୁ ଯାତ୍ରୀ ମରି ଯାଇଛନ୍ତି ।
ଜଙ୍ଗଲ ଭିତରେ ପଡ଼ିଛି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବିମାନ । ବିମାନଟିର ଆଉ ଅବସ୍ଥା କିଛି ନାହିଁ । ପୁରା ଭାଙ୍ଗିରୁଜି ଚୁରମାର ହୋଇ ଯାଇଛି ବିମାନ । ବିମାନକୁ ଦେଖିଲେ ଜାଣିପାବେ ଯାତ୍ରୀ ମାନଙ୍କର ଅବସ୍ଥା କ'ଣ ହୋଇଥିବ । ସମସ୍ତଙ୍କର ଏକା ସାଙ୍ଗରେ ମୃତ୍ୟୁ ହୋଇ ଯାଇଛି । ଯେଉଁମାନେ ବିମାନରେ ଥିଲେ କେହି ମଧ୍ୟ ବଞ୍ଚିଲେ ନାହିଁ । ଯାତ୍ରୀଙ୍କ ସହ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଛି ।
ସୂଚନା ମୁତାବକ ଏହା ହେଉଛି ଏୟାର ଲିଫ୍ଟ ବିମାନ । ଜଣେ ରୋଗିଙ୍କୁ ଏହି ବିମାନଟି ସନ୍ଧ୍ୟା ୭:୧୧ ରେ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା ଦିଲ୍ଳୀ ଅଭିମୁଖେ। ହେଲେ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଏହା ଝାଡ଼ଖଣ୍ଡର ଚତରା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
କିନ୍ତୁ ଖରାପ ପାଗ ପାଇଁ ପାଇଲଟ କୋଲକାତା ATC ସହିତ ଯୋଗାଯୋଗ କରିବା ପରେ, ବିମାନଟି ପାଗ ଯୋଗୁଁ ମାର୍ଗ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ସନ୍ଧ୍ୟା ୭:୩୪ ରେ ବାରାଣସୀରୁ ପ୍ରାୟ ୧୦୦ NM ଦକ୍ଷିଣ-ପୂର୍ବରେ କୋଲକାତା ସହିତ ଯୋଗାଯୋଗ ଏବଂ ରାଡାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଯାହାପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନଟି। ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି।
ଏହା ଏକ ବିଚକ୍ରାଫ୍ଟ C90 ମଡେଲ ବିମାନ ଥିଲା ଯାହାର ପଞ୍ଜିକରଣ ନମ୍ବର VT-AJV ଥିଲା ଏବଂ ଏହା ଦିଲ୍ଲୀ ସ୍ଥିତ ରେଡବର୍ଡ ଏୟାରୱେଜ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ହେଉଥିଲା।
ପଢନ୍ତୁ ଏହି ଖବର: ପାଗ ହେଲା କାଳ… ରୁଟ୍ ବଦଳାଇବାକୁ ATCକୁ ଅନୁରୋଧ କରିଥିଲେ ପାଇଲଟ୍...କିନ୍ତୁ ଶୁଣିଲେନି
📱 Get Argus News App
✨Related Topics
Explore more stories