Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗ୍ରାହକଙ୍କ ପାଇଁ ଭଲ ଅଫର ଆଣିଲା ଏୟାରଟେଲ୍‌, ଉଠାନ୍ତୁ ୯ଟଙ୍କାର ଫାଇଦା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗ୍ରାହକଙ୍କ ପାଇଁ ଭଲ ଅଫର ଆଣିଲା ଏୟାରଟେଲ୍‌, ଉଠାନ୍ତୁ ୯ଟଙ୍କାର ଫାଇଦା

ଅର୍ଗସ ବ୍ୟୁରୋ:  ଏୟାର ଟେଲ୍‌ ସିମ୍‌ ବ୍ୟବହାର କରୁଛନ୍ତି କି। ଜାଣି ରଖନ୍ତୁ କିଛି ନୂଆ ଫାଇଦା। ଏୟାରଟେଲ ଆଣିଦେଇଛି ଗ୍ରାହକଙ୍କ ପାଇଁ ବଡ ଅଫର। ୯ଟଙ୍କାର ପ୍ଲାନରେ ମିଳୁଛି ଅନଲିମିଟେଡ୍‌ ଡାଟା। ଏୟାରଟେଲ ନିଜର ଗ୍ରାହକମାନଙ୍କ ପାଇଁ ୯ଟଙ୍କାରେ ଏକ ପ୍ରିପେଡ ପ୍ଲାନ ବାହାର କରିଛି। ଏହି ଫ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ୍‌ ଡାଟା ମିଳିବ। କିନ୍ତୁ ଏଥିରେ ଗୋଟିଏ ଅସୁବିଧା ରହିଛି। ଏହି ପ୍ଲାନର ଅବଧି ମାତ୍ର ୧ ଘଣ୍ଟା ରହିଛି। ଏହାସହ ଏଥିରେ ହାଇସ୍ପିଡ ଡାଟା ଲିମିଡ ୧୦ ଜିବି ରହିବ। ୧୦ ଜିବି ଲିମିଟ ପରେ ସ୍ପିଡ କମିକି ୬୪ କେବିପିଏସ୍‌ ହୋଇଯିବ। ଏମିତିରେ ଯଦି ଆପଣ କିଛି ଜରୁରୀ ଡାଉନଲୋଡ କରୁଛନ୍ତି, ତେେବ ଏହି ପ୍ୟାକ ଆପଣଙ୍କର କାମରେ ଆସିପାରିବ।

ଆପଣ ଯଦି ଏହି ପ୍ଳାନକୁ ଦୁଇ ଥର କିଣୁଛନ୍ତି ତେବେ ଆପଣଙ୍କୁ ୧୮ ଟଙ୍କା ପଡିବ। ଡେଟା ଟୋଟାଲ ବଢ଼ିକି ୨୦ଜିବି ହେଇଯିବ। ଏମିତିରେ ୧ ଜିବିର ମୂଲ୍ୟ ଆପଣଙ୍କୁ ୧ ଟଙ୍କାରୁ ବି କମ୍‌ ଆସିବ। ଏବେ ଗ୍ରାହକ ହେବେ ଦୁଇଗୁଣା ଖୁସି। ଯଦି ଏୟାରଟେଲ ସିମ୍‌ ଏତେ ଭଲ ଅଫର ଦେବ ନିଶ୍ଚିତ ଭାବରେ ଗ୍ରାହକ ଏହାକୁ ହିଁ ବ୍ୟବହାର କରିବେ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Airtel's Rs 9 plan offers customers unlimited data with a validity of one hou | Argus News