Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଜିତ ଡୋଭାଲ ପୁଣି ଜାତୀୟ ସୁରକ୍ଷା ପରାମର୍ଶଦାତା, ପିକେ ମିଶ୍ର ପୁଣି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

Ritu Das
Browse all articles by Ritu Das
·2 years ago
ଅଜିତ ଡୋଭାଲ ପୁଣି ଜାତୀୟ ସୁରକ୍ଷା ପରାମର୍ଶଦାତା, ପିକେ ମିଶ୍ର ପୁଣି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଅର୍ଗସ ବ୍ୟୁରୋ: ପୁଣି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଲେ ଅଜିତ୍ ଡୋଭାଲ୍ । ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବେ ପୁଣି କାର୍ଯ୍ୟ ଜାରି ରଖିବେ ଓଡିଆ ପୁଅ ପିକେ ମିଶ୍ର । ଏନେଇ ଆଜି ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ତେବେ କ୍ୟାବିନେଟର ନିଯୁକ୍ତ କମିଟି ଏହି ଦୁଇ ଜଣ ଅଫିସରଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି । 

ଏଥିସହ ଲଗାତାର ୩ୟ ଥର ପାଇଁ ଅଜିତ୍ ଡୋଭାଲ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଇଛନ୍ତି । ଅନ୍ୟପଟେ ଓଡିଆ ପୁଅ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପିକେ ମିଶ୍ରଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ajit Doval and | Argus News