ପୁଣି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଲେ ଅଜିତ୍ ଡୋଭାଲ୍
·2 years ago·1 min read

ଅର୍ଗସ ବ୍ୟୁରୋ: ପୁଣି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଲେ ଅଜିତ୍ ଡୋଭାଲ୍। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବେ ପୁଣି କାର୍ଯ୍ୟ ଜାରି ରଖିବେ ଓଡିଆ ପୁଅ ପିକେ ମିଶ୍ର। ଏନେଇ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ତେବେ କ୍ୟାବିନେଟର ନିଯୁକ୍ତ କମିଟି ଏହି ଦୁଇ ଜଣ ଅଫିସରଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି। ଏଥିସହ ଲଗାତାର ତୃତୀୟ ଥର ପାଇଁ ଅଜିତ୍ ଡୋଭାଲ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଇଛନ୍ତି। ଅନ୍ୟପଟେ ଓଡିଆ ପୁଅ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପିକେ ମିଶ୍ରଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି।
୨୦୦୯ରେ ଚାକିରୀରୁ ଅବସର ନେଇଥିବା ପ୍ରମୋଦ ମିଶ୍ରଙ୍କୁ ମୋଦି ତାଙ୍କ ପ୍ରଥମ ପାଳି ସରକାରରେ ପିଏମଓରେ ପୁନଃ ନିଯୁକ୍ତି ଦେଇଥିଲେ। ଦ୍ୱିତୀୟ ପାଳିରେ ମଧ୍ୟ ମୋଦି ତାଙ୍କ ଉପରେ ଭରସା କରିଥିଲେ। ଏବେ ପୁଣି ତୃତୀୟ ପାଳିରେ ମୋଦି ତାଙ୍କ ଉପରେ ପୁଣି ଭରସା କରିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: