Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଡୋଭାଲଙ୍କ ଚ୍ୟାଲେଞ୍ଜ, ଗୋଟେ ଫଟୋ ଦେଖାଅ ଯେଉଁଥିରେ ଭାରତର କ୍ଷତି ହୋଇଛ‍ି...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଡୋଭାଲଙ୍କ ଚ୍ୟାଲେଞ୍ଜ, ଗୋଟେ ଫଟୋ ଦେଖାଅ ଯେଉଁଥିରେ ଭାରତର କ୍ଷତି ହୋଇଛ‍ି...

Key Points

ଭାରତର ଆକ୍ରମଣ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।

DGMO ସ୍ତରୀୟ ଆଲୋଚନା ପରେ ମେ’ ୧୦ରେ ହୋଇଥିଲା ଅସ୍ତ୍ରବିରତି ଘୋଷଣା ବୋଲି କହିଛନ୍ତି ଡୋଭାଲ ।

ବିଦେଶୀ ଗଣମାଧ୍ୟମକୁ ଅଜିତ୍ ଡୋଭାଲଙ୍କ ଜବାବ । ଅପରେସନ ସିନ୍ଦୁରରେ ଭାରତର କୌଣସି କ୍ଷତି ହୋଇନାହିଁ ବୋଲି ଆଇଆଇଟି ମାଡ୍ରାସର ସମାବର୍ତ୍ତନ କାର୍ଯ୍ୟକ୍ରମରେ କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଆମେ ଅପରେସନ୍ ସିନ୍ଦୁରକୁ ନେଇ ଗର୍ବିତ କହିବା ସହ ବିଦେଶୀ ଗଣମାଧ୍ୟମର ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଏନଏସଏ ।

ଭାରତର କ୍ଷତିକୁ ନେଇ ଦାବି ହେଉଥିବା ବେଳେ ମୋତେ ଯୁଦ୍ଧର ଗୋଟିଏ ଫଟୋ ଦେଖାଅ, ଯେଉଁଥିରେ ଭାରତର କ୍ଷତି ହୋଇଥିବ ବୋଲି କହି ବିଦେଶୀ ଗଣମାଧ୍ୟମର ମୁହଁ ବନ୍ଦ କରିଛନ୍ତି ଅଜିତ ଡୋଭାଲ । ମେ' ୧୦ ପୂର୍ବରୁ ଏବଂ ପରେ ପାକିସ୍ତାନର ୧୩ଟି ଏୟାରବେସ୍‌ର ସାଟେଲାଇଟ୍ ଚିତ୍ର ଦେଖନ୍ତୁ, ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି । ଅପରେସନ୍ ସମୟରେ ଆମେ ସ୍ୱଦେଶୀ ଟେକ୍ନୋଲୋଜିର ବ୍ୟବହାର କରି ନଅଟି ଆତଙ୍କୀ ଠିକଣା ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲୁ । ଆମର ଲକ୍ଷ୍ୟ ସଠିକ୍ ଥିଲା, ମାତ୍ର ୨୩ ମିନିଟରେ ଆମେ ସଫଳ ହୋଇଥିଲୁ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ।

ମେ’ ୭ ତାରିଖ ରାତିରେ ଅପରେସନ ସିନ୍ଦୁର ଆରମ୍ଭ ହେବା ପରେ ପାକିସ୍ତାନ ଦୁଇ ଦୁଇ ଥର ଭାରତ ସହିତ ଯୋଗାଯୋଗ କରିଥିଲା । DGMO ସ୍ତରୀୟ ଆଲୋଚନା ପରେ ମେ’ ୧୦ରେ ହୋଇଥିଲା ଅସ୍ତ୍ରବିରତି ଘୋଷଣା ବୋଲି କହିଛନ୍ତି ଡୋଭାଲ ।

କିଛି ପାକିସ୍ତାନୀ ନାଗରିକଙ୍କ କହିବା ଅନୁଯାୟୀ, ଭାରତର ଆକ୍ରମଣ ତାଙ୍କ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏକ ଏକ୍ସ ପୋଷ୍ଟରେ ଜଣେ ପାକିସ୍ତାନୀ ନାଗରିକ ଦାବି କରିଛନ୍ତି ଯେ ତାଙ୍କ ପରିବାର ଓ ଅଞ୍ଚଳ ଉପରେ ବୋମାମାଡ଼ ହୋଇଛି। କିଛି ବିଦେଶୀ ଗଣମାଧ୍ୟମ ଦାବି କରିଛନ୍ତି ଯେ ପାକିସ୍ତାନ ପ୍ରତିଶୋଧ ନେଇଛି ଓ ଭାରତରେ କ୍ଷୟକ୍ଷତି ହୋଇଛି। କିନ୍ତୁ ଡୋଭାଲଙ୍କ ଅନୁଯାୟୀ, ଏହାର କୌଣସି ପ୍ରମାଣ ନାହିଁ।

ଡୋଭାଲଙ୍କ ବୟାନ ଭାରତର ସାମରିକ ଶକ୍ତି ଓ ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ନୀତିକୁ ପ୍ରତିଫଳିତ କରୁଛି। ସେ ବିଦେଶୀ ଗଣମାଧ୍ୟମକୁ ଏକପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି ଯେ ସେମାନେ ଯଦି ଭାରତରେ କ୍ଷୟକ୍ଷତିର ଦାବି କରୁଛନ୍ତି, ତେବେ ଏହାର ପ୍ରମାଣ ଦେଖାନ୍ତୁ। ଏହା ଭାରତର ଅନ୍ତର୍ଜାତୀୟ ଛବି ଓ ସାମରିକ ଅଭିଯାନର ସଫଳତାକୁ ଆହୁରି ଜୋରଦାର କରିଛି। ଅପରେସନ ସିନ୍ଦୂର ଭାରତର ଆତଙ୍କବାଦ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ପଦକ୍ଷେପ ଥିଲା, ଯାହା ନିଖୁଣ ଭାବେ ସମ୍ପନ୍ନ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ajit Doval's dare on Operation Sindoor: ‘Show me one photo of any damage in India’ | Argus News