Videos
|
National

Koel Mallick / ରାଜ୍ୟସଭା ନିର୍ବାଚନ: ବିଜେପିର ଦୁଇ ପ୍ରାର୍ଥୀ ଘୋଷଣା, କୋୟଲ ମଲ୍ଲିକଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

Rashmita Mishra
Browse all articles by Rashmita Mishra
·41 mins ago·2 min read
ରାଜ୍ୟସଭା ନିର୍ବାଚନ: ବିଜେପିର ଦୁଇ ପ୍ରାର୍ଥୀ ଘୋଷଣା, କୋୟଲ ମଲ୍ଲିକଙ୍କୁ ନେଇ ବଢ଼ିଲା ଚର୍ଚ୍ଚା
Koel Mallick

Key Points

ରାଜ୍ୟସଭା ନିର୍ବାଚନ: ବିଜେପିର ଦୁଇ ପ୍ରାର୍ଥୀ ଘୋଷଣା,
କୋୟଲ ମଲ୍ଲିକଙ୍କୁ ନେଇ ବଢ଼ିଲା ଚର୍ଚ୍ଚା ।
କିଏ ଏହି କୋୟଲ ମଲ୍ଲିକ ?

ଟଲିଉଡ୍‌ର ପରଦାରୁ ରାଜନୀତି... କୋୟଲ ମଲ୍ଲିକଙ୍କ ରାଜନୈତିକ ଯାତ୍ରା ଏବେ ନେଇଛି ନୂଆ ମୋଡ଼ । କିଛି ମାସ ମଧ୍ୟରେ ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ କୋୟଲଙ୍କ ଏହି ‘ପଲିଟିକାଲ୍ ଟର୍ନ’ ଏବେ ବଙ୍ଗ ରାଜନୀତିର ଚର୍ଚ୍ଚାର କେନ୍ଦ୍ରରେ । ରବିବାର ବିଜେପି ତାଙ୍କୁ ପଶ୍ଚିମବଙ୍ଗରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବା ପରେ ଚର୍ଚ୍ଚା ଆହୁରି ଜୋର ଧରିଛି । ଗୋଟେ ଦିନ ଥିଲା ଯିଏ ଟଲିଉଡ୍‌ର ‘ଟଲି କ୍ୱିନ୍’, ଆଜି ସେହି କୋୟଲ ମଲ୍ଲିକଙ୍କୁ ନେଇ ରାଜନୈତିକ ମହଲରେ ନୂଆ ସମୀକରଣର ଚର୍ଚ୍ଚା । ତେବେ କିଏ ଏହି କୋୟଲ ମଲ୍ଲିକ? କେମିତି ଥିଲା ତାଙ୍କ ଅଭିନୟରୁ ରାଜନୀତି ପର୍ଯ୍ୟନ୍ତ ଯାତ୍ରା ? ଆସନ୍ତୁ ଜାଣିବା…

ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପି ରବିବାର ବଡ଼ ଘୋଷଣା କରିଛି । ପଶ୍ଚିମବଙ୍ଗରୁ ଅଭିନେତ୍ରୀ କୋୟଲ ମଲ୍ଲିକ ଏବଂ ଉତ୍ତରାଖଣ୍ଡରୁ ଦିନେଶ ଆର୍ଯ୍ୟଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଦଳ । ବିଶେଷକରି କୋୟଲ ମଲ୍ଲିକଙ୍କ ନାମ ଘୋଷଣା ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କାରଣ, ସେ ପୂର୍ବରୁ ତୃଣମୂଳ କଂଗ୍ରେସରୁ ରାଜ୍ୟସଭା ସାଂସଦ ରହିସାରିଛନ୍ତି ।

କୋୟଲ ମଲ୍ଲିକ କିଏ ?

କୋୟଲ ମଲ୍ଲିକ ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପରିଚିତ ଚେହେରା । ତାଙ୍କ ପିତା ମଧ୍ୟ ବଙ୍ଗୀୟ ସିନେମାର ଜଣେ ଅଭିନେତା । କୋୟଲ ମଲ୍ଲିକଙ୍କ ପ୍ରକୃତ ନାମ ରୁକ୍ମିଣୀ ମଲ୍ଲିକ ବୋଲି କୁହାଯାଏ । ଅଭିନୟ ଜଗତରେ ତାଙ୍କୁ ‘ଟଲି କ୍ୱିନ୍’ ଭାବେ ମଧ୍ୟ ଜଣାଯାଏ ।

ତାଙ୍କ ରାଜନୈତିକ ଯାତ୍ରା ମଧ୍ୟ ଚର୍ଚ୍ଚାରେ ରହିଛି । ସେ ଚଳିତ ବର୍ଷ ଟିଏମସିରୁ ରାଜ୍ୟସଭା ସାଂସଦ ହୋଇଥିଲେ। ତେବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଦଳ ଭିତରେ ରାଜନୈତିକ ଉଥାନପତନ ମଧ୍ୟରେ ସେ ପଦରୁ ଇସ୍ତଫା ଦେଇଥିବା ଦାବି କରାଯାଇଛି । ଏବେ ବିଜେପି ତାଙ୍କୁ ପୁଣିଥରେ ରାଜ୍ୟସଭା ପଠାଇବା ପାଇଁ ପ୍ରାର୍ଥୀ କରିଛି ।

ସୋସିଆଲ ମିଡିଆରେ ବହୁତ ଫେମସ୍
କୋୟଲ ମଲ୍ଲିକଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ବହିତ୍ ଭଲ । ସେ କୋଲକାତାର ମଡର୍ଣ୍ଣ ହାଇସ୍କୁଲ୍ ଫର୍ ଗର୍ଲ୍ସରୁ ପାଠପଢ଼ା ଆରମ୍ଭ କରିବା ପରେ ଗୋଖଲେ ମେମୋରିଆଲ୍ ଗର୍ଲ୍ସ କଲେଜରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ମନୋବିଜ୍ଞାନରେ ଅନର୍ସ ସହ ବିଏସ୍‌ସି ଡିଗ୍ରୀ ହାସଲ କରିଛନ୍ତି ।

୨୦୧୩ରେ ନିସପାଲ ସିଂହଙ୍କୁ ବିବାହ କରିଥିଲେ କୋୟଲ । ଅଭିନୟ ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବଡ଼ ଫ୍ୟାନ୍ ଫଲୋଇଂ ରହିଛି । ଇନଷ୍ଟାଗ୍ରାମରେ ତାଙ୍କର ୩୧ ଲକ୍ଷରୁ ଅଧିକ ଫଲୋଅର୍ସ ଥିବା ରହିଛନ୍ତି । ଏବେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ କୋୟଲ ମଲ୍ଲିକଙ୍କ ନୂଆ ରାଜନୈତିକ ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: