|
logo
Live

Argus News - ଅମୃତସରର ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିରକୁ `ଆକାଶ' ସୁରକ୍ଷା

National

ଅମୃତସରର ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିରକୁ `ଆକାଶ' ସୁରକ୍ଷା

Rashmita Mishra
Browse all articles by Rashmita Mishra
·11 months ago·1 min read
ଅମୃତସରର ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିରକୁ `ଆକାଶ' ସୁରକ୍ଷା

Key Points

ସ୍ବର୍ଣ୍ଣମନ୍ଦିରକୁ `ଆକାଶ' ସୁରକ୍ଷା
ସ୍ବର୍ଣ୍ଣ ମନ୍ଦିରକୁ ଆକ୍ରମଣ ପାଇଁ ହୋଇଥିବା ଉଦ୍ୟମକୁ ପଣ୍ଡ
ଆକାଶ ମିସାଇଲର ଶକ୍ତି ଆଗରେ ନିଷ୍ପ୍ରଭ ପାକିସ୍ତାନ

ଅପରେସନ ସିନ୍ଦୂର ପରେ ହଡବଡେଇ ଯାଇଥିଲା ପାକିସ୍ତାନ । ଭାରତର ବିଭିନ୍ନ ଅଂଚଳକୁ ଟାର୍ଗେଟ ପାଇଁ ଉଦ୍ୟମ କରିଥିଲା କିନ୍ତୁ ପାକିସ୍ତାନର ସମସ୍ତ ଉଦ୍ୟମକୁ ପଣ୍ଡ କରିଥିଲା ଭାରତ । ଏପରିକି ଅମୃତସରର ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିରକୁ ଆକ୍ରମଣ ପାଇଁ ହୋଇଥିବା ଉଦ୍ୟମକୁ ପଣ୍ଡ କରାଯାଇଛି । ୮ତାରିଖ ଭୋରରୁ ପାକିସ୍ତାନ ବଡ ଧରଣର ଆକ୍ରମଣ ପାଇଁ ରଣନୀତି ରଚିଥିଲା । ଡ୍ରୋନ୍ ଓ ମିସାଇଲ୍ ଦ୍ବାରା ଟାର୍ଗେଟ କରାଯାଇଥିଲା ।

ଭାରତର ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ଆଗରେ ଫେଲ ମାରିଥଲା ପାକିସ୍ତାନର ରଣନୀତି । ଆକାଶ ମିସାଇଲର ଶକ୍ତି ଆଗରେ ନିଷ୍ପ୍ରଭ ହୋଇଯାଇଥିଲା ପାକିସ୍ତାନ । ଏଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରାଯାଇଛି । L 70 ଏୟାର ଡିଫେନ୍ସ ଗନ୍ ମଧ୍ୟ ପ୍ରଦର୍ଶିତ କରାଯାଇଛି ।

ଅପରେସନ ସିନ୍ଦୂର ପରେ ପାକିସ୍ତାନର ପ୍ରତି ଆକ୍ରମଣ ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା । ଅପରେସନ ସିନ୍ଦୂରରେ ମାତ୍ର ୧୦ ପ୍ରତିଶତ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି । ଅପରେସନ ପରେ ତୁର୍କୀ ନିର୍ମିତ ଅନେକ ଡ୍ରୋନର ଧ୍ବଂସାବଶେଷ ଠାବ କରାଯାଇଥିଲା । ସେଗୁଡିକ ଭାରତର ଏୟାର ଡିଫେନସ ସିଷ୍ଟମ ଭେଦ କରିବାକୁ ବିଫଳ ହୋଇଥିଲା । ତିନି ଦିନ ଧରି ଭାରତର କୌଣସି ପ୍ରତିଷ୍ଠାନକୁ ଆକ୍ରମଣ କରିବାରେ ସମ୍ପର୍ଣ୍ଣ ଫେଲ ମାରିବା ପରେ ସ୍ଥାନୀୟ ଲୋକଙ୍କୁ ପାକିସ୍ତାନ ଟାର୍ଗେଟ କରିଥିଲା । ମେଜର ଜେନେରାଲ କେ. ଶେଷାଦ୍ରୀ କହିଛନ୍ତି, ଅପରେସନ `ସିନ୍ଦୂର' ଏଯାଏ ଶେଷ ହୋଇନାହିଁ । ଏହାର ବିକରାଳ ରୂପ ଦେଖାଇବାକୁ ବାକି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଅମୃତସରର ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିରକୁ `ଆକାଶ' ସୁରକ୍ଷା | Argus News